ଓଡିଶା

odisha

ETV Bharat / state

ବାର୍ଡ ଫ୍ଲୁ ଆତଙ୍କ: କାହିଁକି ବ୍ୟାପୁଛି ବାର୍ଡ ଫ୍ଲୁ ? ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ୍‌ର ତନାଘନା, ସ୍ଥିତି ଅନୁଧ୍ୟାନ - Central team in Nimapara - CENTRAL TEAM IN NIMAPARA

Central team review bird flu situation: ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ନିମାପଡାରେ କେନ୍ଦ୍ରୀୟ ଟିମ୍ । ସଂକ୍ରମଣ ସ୍ଥଳ ପରିଦର୍ଶନ କରିବା ସହ କୁକୁଡା ଚାଷୀଙ୍କ ସହିତ ଆଲୋଚନା କଲେ । ପଢନ୍ତୁ ପୁରା ଖବର

ବାର୍ଡ ଫ୍ଲୁ ଆତଙ୍କ: ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଦଳ
ବାର୍ଡ ଫ୍ଲୁ ଆତଙ୍କ: ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଦଳ (ETV Bharat)

By ETV Bharat Odisha Team

Published : Sep 4, 2024, 6:29 PM IST

Updated : Sep 4, 2024, 8:30 PM IST

ନିମାପଡ଼ା: ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ମାଡିଚାଲିଥିବା ବେଳେ ଏହି ସ୍ଥିତିର ସମୀକ୍ଷା ପାଇଁ ଆଜି (ବୁଧବାର) ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ଦଳ । କେନ୍ଦ୍ର ପ୍ରାଣୀ ଚିକିତ୍ସା ମନ୍ତ୍ରଣାଳୟର ଆଡିସିନାଲ କମିଶନର ଅଭିଜିତ ମିତ୍ରଙ୍କ ନେତୃତ୍ବରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ନିମାପଡା ବ୍ଲକର କୋଠକୁସାଙ୍ଗ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେମାନେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳ, ଫାର୍ମ ପରିଦର୍ଶନ କରିବା ସହିତ ସ୍ଥାନୀୟ କୁକୁଡା ଚାଷୀଙ୍କ ସହ ଆଲୋଚନା କରିଛନ୍ତି । କେତେ କୁକୁଡା ସଂକ୍ରମିତ ହୋଇଛନ୍ତି ସେସବୁର ତଥ୍ୟ ନେଇଛନ୍ତି । ତେବେ ଏଯାଏଁ ସଂକ୍ରମିତ ଅଞ୍ଚଳରେ 30 ହଜାରରୁ ଅଧିକ କୁକୁଡା ମରାଯାଇଥିବା ବେଳେ ଏଯାଏଁ ମଣିଷ ଦେହରେ ଚିହ୍ନଟ ହୋଇନି ବାର୍ଡ ଫ୍ଲୁ ସଂକ୍ରମଣ ।

ବାର୍ଡ ଫ୍ଲୁ ଆତଙ୍କ (ETV Bharat Odisha)

ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ୍‌ର ସ୍ଥିତି ଅନୁଧ୍ୟାନ:

ଏହି ଟିମ୍ ସହ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରାମାଶିଷ ହାଜାରା, ଅତିରିକ୍ତ ନିର୍ଦ୍ଦେଶକ ମିହିର ନାୟକ ଓ ଯୁଗ୍ମ ନିର୍ଦ୍ଦେଶ ରବୀନ୍ଦ୍ର ସେଠ ଉପସ୍ଥିତ ରହିଛନ୍ତି । ପ୍ରାଣୀ ଚିକିତ୍ସା ମନ୍ତ୍ରଣାଳୟ ଆଡିସିନାଲ କମିଶନର ଅଭିଜିତ ମିତ୍ର କହିଛନ୍ତି, "ବାର୍ଡ ଫ୍ଲୁ ସ୍ଥିତି ଓ ଏହାକୁ ରୋକିବାକୁ କ'ଣ ସବୁ ପଦକ୍ଷେପ ନିଆଯାଇଛି, ତାହାର ସମୀକ୍ଷା କରିବାକୁ ଆସିଛୁ । ଏନେଇ ଆସନ୍ତାକାଲି ଆଲୋଚନା କରାଯିବା ପରେ କେନ୍ଦ୍ର ସରକାରଙ୍କ ଆକ୍ସନ ପ୍ଲାନ ଅନୁଯାୟୀ ପଦକ୍ଷେପ ନିଆଯିବ ।"

ପୁରୀ ଜିଲ୍ଲା ବାର୍ଡ ଫ୍ଲୁ ହଟସ୍ପଟ:

ସୂଚନାଥାଉ କି, ବର୍ତ୍ତମାନ ପୁରୀ ଜିଲ୍ଲା ବାର୍ଡ ଫ୍ଲୁ ହଟସ୍ପଟ୍ ପାଲଟିଛି । ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ଚାରୋଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯିବା ପରେ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ମଧ୍ୟରେ ଥିବା କୁକୁଡା ଫାର୍ମରେ ବାର୍ଡ କଲିଂ କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ଆରଆରଟି ଟିମ୍ ଦ୍ବାରା ବିଭିନ୍ନ ସ୍ଥାନରେ ବାର୍ଡ କଲିଂ ଶେଷ ହେବା ପରେ ଆଜି କେନ୍ଦ୍ରୀୟ ଟିମ୍ ଆସି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Bird Flu: ଭୟ ବଢାଉଛି ବାର୍ଡ ଫ୍ଲୁ; ମଣିଷ ପ୍ରତି ଏହା କେତେ ବିପଦ, ଜାଣନ୍ତୁ ଲକ୍ଷଣ-କାରଣ-ନିରାକରଣ - Bird Flu Causes

କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ଆର୍ଥିକ ସହାୟତା:

ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ ଏବେ ପିପିଲି ଓ ସତ୍ୟବାଦୀ ବ୍ଲକରେ କୁକୁଡାଗୁଡିକୁ ମରାଯାଇଥିବା ବେଳେ ଡେଲାଙ୍ଗ ଓ ନିମାପଡାରେ ଏହି ଅଭିଯାନ ଜାରି ରହିଛି । 51ଟି ରାପିଡ ରେସପେନ୍ସ ଟିମ୍ ପକ୍ଷୀମାନଙ୍କୁ ମାରିବା ଓ କୁକୁଡା ବିଶୋଧନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 35 ହଜାର 329ଟି କୁକୁଡା ମରାଯାଇଥିବାବେଳେ 84ଟି ଅଣ୍ଡା ଓ 15 ହଜାର 380 କେଜି କୁକୁଡା ଦାନା ନଷ୍ଟ କରାଯାଇଛି । ସେହିପରି କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ 20 ଲକ୍ଷ 94 ହଜାର 572 ଟଙ୍କା କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଛି । ସେପଟେ ବାର୍ଡ ଫ୍ଲୁ ଯେମିତି ଅଲଗା ଜିଲ୍ଲାକୁ ନ ବ୍ୟାପେ, ସେନେଇ ପ୍ରାଣୀ ସମ୍ପଦ ବିଭାଗ ସଚେତନ ରହିଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଚିନ୍ତା ବଢାଉଛି ବାର୍ଡ ଫ୍ଲୁ, ଚିକେନ ଖାଇବେ ନା ନାହିଁ ? କଣ କହୁଛନ୍ତି ବିଶେଷଜ୍ଞ - BIRD FLU SCARE

ଏହା ମଧ୍ୟ ପଢନ୍ତୁ: Bhubaneswar Mayor Advice: ଚିକେନ ନ ଖାଇବାକୁ BMC ମେୟରଙ୍କ ପରାମର୍ଶ, ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ହେବ କାର୍ଯ୍ୟାନୁଷ୍ଠାନ - Bird flu BMC Guidelines

ଇଟିଭି ଭାରତ, ନିମାପଡା

Last Updated : Sep 4, 2024, 8:30 PM IST

ABOUT THE AUTHOR

...view details