ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି, ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ MSP

ରାଜ୍ୟ ସରକାରଙ୍କ ଧାନ କିଣା ନୀତିରେ ବଡ଼ ଘୋଷଣା । ବିନା କଟନୀ ଛଟନୀରେ ବର୍ଦ୍ଧିତ ‘ଏମସପି’ ରେ ଚାଷୀ ପାଇବେ ଟଙ୍କା । ସବୁ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା ।

By ETV Bharat Odisha Team

Published : 3 hours ago

Updated : 20 minutes ago

ଧାନମଣ୍ଡିରେ ଦୁର୍ନୀତିକୁ ଟାର୍ଗେଟ ଲାଗିବ ସିସିଟିଭି ଓ ଗାଡିରେ ଜିପିଏସ: ମନ୍ତ୍ରୀ
ଧାନମଣ୍ଡିରେ ଦୁର୍ନୀତିକୁ ଟାର୍ଗେଟ ଲାଗିବ ସିସିଟିଭି ଓ ଗାଡିରେ ଜିପିଏସ: ମନ୍ତ୍ରୀ (ETV Bharat Odisha)

କଟକ:2024-25 ବର୍ଷ ପାଇଁ କଟକ ଜିଲ୍ଲାର ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତକାଲି (ରବିବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କଟକ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଥିଲେ । ଚଳିତ ଖରିଫ ଋତୁରୁ ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) 31ଶହ ଟଙ୍କା ପ୍ରଦାନ କରାଯିବ । ତା’ ପୂର୍ବରୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମୀକ୍ଷା କରି କହିଛନ୍ତି ଚାଷୀଙ୍କ ଧାନ ଉଠିବାର 48 ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ । ଏହି ସମୟରେ ଅସାଧୁ ବେପାରୀଙ୍କୁ କିଛି ଅଫିସର ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି ବୋଲି କହି ସେମାନଙ୍କୁ ମନ୍ତ୍ରୀ ତାଗିଦ ମଧ୍ୟ କରିଥିଲେ ।

  • କଟନୀ ଛଟନୀ ବନ୍ଦ, ମଣ୍ଡିରେ ‘CCTV’

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି ମଧ୍ୟ କହିଛନ୍ତି, କଟନୀ ଛଟନୀ କରାଯିବ ନାହିଁ । FAQ ମାନର ଧାନ ପାଇଁ କ୍ୱାଲିଟି ଗ୍ରେନ୍‌ ଆନାଲାଇଜର ମେସିନ ବ୍ୟବହାର କରାଯିବ । ଏହାଛଡା ମଣ୍ଡିରେ CCTV କ୍ୟାମେରା ଓ ଧାନ ପରିବହନରେ ବ୍ୟବହାର ହେବାକୁ ଥିବା ଗାଡିରେ GPS ବ୍ୟବହାର କରାଯିବ । ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କୁ ରାସନ କାର୍ଡରେ ଅନ୍ତର୍ଭୂକ୍ତ କରିବା ସହ ଧନୀକ ବ୍ୟକ୍ତିବିଶେଷ ହାତେଇ ଥିବା ରାସନ କାର୍ଡ କାଟିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଅନ୍ୟପଟେ ସରକାର ଧାନର ‘ଏମଏସପି’ ଉପରେ 8ଶହ ଟଙ୍କା ବୃଦ୍ଧି କରିଥିଲେ ବି ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା କଟକ ଜିଲ୍ଲାରେ ହ୍ରାସ ପାଇଥିବା କହିଥିଲେ ବାଙ୍କୀ ବିଧାୟକ ।

ଧାନମଣ୍ଡିରେ ଦୁର୍ନୀତିକୁ ଟାର୍ଗେଟ ଲାଗିବ ସିସିଟିଭି ଓ ଗାଡିରେ ଜିପିଏସ: ମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ମୋହନ ସରକାରଙ୍କ ବଡ଼ ପଦକ୍ଷେପ: ଧାନ ସଂଗ୍ରହ ବେଳେ ଜିଲ୍ଲା ଜଗିବେ ମନ୍ତ୍ରୀ, ସିଲ୍ ହେବ ପଡୋଶୀ ରାଜ୍ୟ ସୀମା

ଏହା ମଧ୍ୟ ପଢନ୍ତୁ :- ମଣ୍ଡିରେ ପଡି ରହିଛି ଧାନ, ଚିନ୍ତାରେ ଚାଷୀ - paddy procurement

  • ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ:-

ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, 2023-24 ବର୍ଷରେ ଜିଲ୍ଲାରେ 70ହଜାରରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ବେଳେ 24-25 ବର୍ଷରେ ତାହା କାହିଁକି 66 ହଜାରକୁ କମିଯାଇଛି, ତାହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ଅଛି । ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ 18ମାସ ହେଲା ଡିଲରମାନେ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି । ହିତାଧିକାରୀଙ୍କ ଟିପ୍ସ ବ୍ୟବସ୍ଥାକୁ କୋହଳ କରିବା ଏବଂ ଡିପୋରୁ ଡିଲର ପଏଣ୍ଟ ଯାଏ ମାଲ ପରିବହନ କରୁଥିବା ଗାଡିଗୁଡିକରେ ‘GPS’ ବ୍ୟବସ୍ଥା ଲାଗୁ କରାଯିବାକୁ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଇଟିଭି ଭାରତ, କଟକ

Last Updated : 20 minutes ago

ABOUT THE AUTHOR

...view details