ବ୍ରହ୍ମପୁର: ଚୋରି କରିବାକୁ ଆସି ଫେରିବା ସମୟରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡାସିଙ୍ଗି ଅଞ୍ଚଳର କଳିଙ୍ଗନଗର ଦ୍ବିତୀୟ ଲାଇନରେ ଏଭଳି ଘଟଣା ଘଟିଛି । ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ନିଆଁରେ ଜଳିଯାଇଛି ଘର । ଫଳରେ ଅନେକ କ୍ଷୟକ୍ଷତି ହୋଇଥିବା ହୋଇଥିବା ସୂଚନା ମିଳିଛି ।
Burglars Set Fire To House (ETV Bharat Odisha)
କ'ଣ ଥିଲା ଘଟଣା?
ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡାସିଙ୍ଗି ଅଞ୍ଚଳର କଳିଙ୍ଗନଗର ଦ୍ବିତୀୟ ଲାଇନର ପ୍ଲଟ ନମ୍ବର ୨୧ରେ ଦୀର୍ଘ ବର୍ଷ ଧରି ଦେବୀ ପ୍ରସାଦ ପଟ୍ଟନାୟକ ରହି ଆସୁଛନ୍ତି । ହେଲେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି(ଶନିବାର) ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ସେହି ଘରେ ନିଆଁ ଲଗାଇଦେଇ ଚାଲିଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ମଧ୍ୟରାତ୍ରରେ ଘରେ ପଶି ତାଲା ଭାଙ୍ଗିବା ସହିତ ଚୋରି କରିଥିଲେ ଏବଂ ଫେରିବା ସମୟରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ।
Burglars Set Fire To House (ETV Bharat Odisha)
ଘଟଣା ପରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ:
ବ୍ରହ୍ମପୁର ସହରର ଏଭଳି ଏକ ଘଟଣା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଛି । ଏଭଳି କାଣ୍ଡ ଘଟାଇଥିବା ଘରେ ପୂର୍ବରୁ ଗତ ଚାରି ଥର ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ରହିଥିଲା । ଏହି ଘଟଣାକୁ ମିଶାଇ 5 ଥର ଚୋରି ଉଦ୍ୟମ ହୋଇଥିବା କହିଛନ୍ତି ପରିବାର ଓ ସମ୍ପର୍କୀୟ । ଏପରିକି ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଯାଉଥିବା ଏବଂ ମଧ୍ୟରାତ୍ରରେ ନିଆଁ ଜଳୁଥିବା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଥିବା ଯୋଗୁଁ ଏହା ପୋଲିସକୁ ପ୍ରଦାନ କରାଯାଇଥିବା କହିଛନ୍ତି ଅଭିଯୋଗକାରୀଙ୍କ ସମ୍ପର୍କୀୟ ।
Burglars Set Fire To House (ETV Bharat Odisha) ଏହା ବି ପଢନ୍ତୁ...ନିମିଷକେ ଗ୍ରାସ କରିଦେଲା ନିଆଁ, ଛାରଖାର ୧୨ ପରିବାରର ଘର
ଏହା ବି ପଢନ୍ତୁ...ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ
Burglars Set Fire To House (ETV Bharat Odisha) ଭୋର ସମୟରେ ନିଆଁ ଲାଗିଥିବା ଜଣାପଡିଛି । ସର୍ମ୍ପକୀୟମାନେ ଘରକୁ ବୁଲିବାକୁ ଆସିଥିବା ସମୟରେ ଏହାକୁ ଦେଖିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ନିଆଁରେ ଜଳିଯାଇଛି ଘର । ଫଳରେ ଅନେକ କ୍ଷୟକ୍ଷତି ହୋଇଥିବା ହୋଇଛି ।
Burglars Set Fire To House (ETV Bharat Odisha) ଏହା ବି ପଢନ୍ତୁ...ସତ୍ୟନଗରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ଇଟିଭି ଭାରତ, ବ୍ରହ୍ମପୁର