ଓଡିଶା

odisha

ETV Bharat / state

ଜବର ଦଖଲ ଜମିରେ ଚାଲିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ - BULLDOZER DRIVE ON ENCROACHED LAND

ଓଡ଼ିଶାରେ ଜମିଜମା ସମସ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ । 'ଆଗାମୀ ୫ ବର୍ଷରେ ଓଡ଼ିଶାରେ କେହି ଭୂମିହୀନ ରହିବେ ନାହିଁ । '

REVENUE MINISTER SURESH PUJARI
REVENUE MINISTER SURESH PUJARI (ETV BHARAT ODISHA)

By ETV Bharat Odisha Team

Published : Nov 9, 2024, 10:08 AM IST

ପୁରୀ: ରାଜ୍ୟରେ ଜମିଜମା ସମସ୍ୟାକୁ ନେଇ ବଡ କଥା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ''ଆଗାମୀ 5 ବର୍ଷରେ ଓଡିଶାରେ ଭୂମିହୀନ ରହିବେ ନାହିଁ, ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଚର ଓ ସରକାରୀ ଜମି ଜବରଦଖଲ କରିଥିବା ଜମି ମାଫିଆଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ପୁରୀରେ ରହିଥିବା ଜମି ସମସ୍ୟାର ସମଧାନ ହେବ । ସରକାରୀ ଜମି ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ଜମି ଉପରେ ବୁଲଡୋଜର ଚାଲିବ । '' ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଭୂମିହୀନଙ୍କୁ 4 ଡିସିମିଲ ଜମି ମାଗଣାରେ:

ଗତକାଲି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ସମୟରେ ପୁରୀରେ ଥିବା ଦୀର୍ଘ ଦିନର ଜମିଜମା ସମ୍ପର୍କିତ ସମସ୍ୟା ଉପରେ ମତ ରଖିଥିଲେ । ସେ କହିଥିଲେ, ଓଡିଶାରେ ଜମିଜମାକୁ ନେଇ ଅନେକ ସମସ୍ୟା ରହିଛି । ମହାପ୍ରଭୁଙ୍କ ନାମରେ ଅନେକ ଜମି ରହିଛି । ପୁରୀ ପୌର ପଳିକା ଅଧୀନରେ ଅନେକ ଜମି ରହିଛି । ଏହି ସମସ୍ୟା ଯୋଗୁଁ ଲୋକ ମାନେ ଅସୁବିଧା ଭୋଗୁଛନ୍ତି । ଏହାର କିଭଳି ସମାଧାନ ହୋଇ ପାରିବ ସେ ନେଇ ଅତୀତରେ କାର୍ଯ୍ୟ କରିଥିବା ଅନେକ ଅଭିଜ୍ଞ ରାଜସ୍ବ ଅଧିକାରୀଙ୍କ ସହ ସରକାର ଯୋଗାଯୋଗରେ ଅଛନ୍ତି । ଜମିଜମା ସମସ୍ୟା ସମାଧାନ ପାଇଁ ସରକାର ଉଦ୍ୟମ କରୁଛନ୍ତି। ଆମ ସରକାର ଭୂମିହୀନ ମାନଙ୍କୁ 4 ଡିସିମିଲ ଜମି ମାଗଣାରେ ଦେବେ । ଯିଏ 4 ଡିସିମିଲ ଜାଗାରେ ଘର କରିଥିବ ଭୂମିହୀନ ଥିଲେ ଉକ୍ତ ଯାଗା ସେହି ବ୍ୟକ୍ତିଙ୍କ ନାମରେ ହେବ । ସରକାର ଆଇନରେ ସଂଶୋଧନ କରିବା ପାଈଁ ନିଷ୍ପତ୍ତି ନେଇଛନ୍ତି।

REVENUE MINISTER SURESH PUJARI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅନୁଗୋଳର ବିକାଶ ନେଇ ନିଆଯିବ ପଦକ୍ଷେପ, ଜମି ସେଟଲମେଣ୍ଟର ହେବ ସମାଧାନ: ରାଜସ୍ୱ ମନ୍ତ୍ରୀ - Suresh Pujari Visits Anugul

ଏହା ମଧ୍ୟ ପଢନ୍ତୁ:ପିସି କାରବାର କରୁଥିଲେ ସାବଧାନ; ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

୩୧ ତାରିଖ ଭିତରେ ସ୍କୁଲକୁ ନିଜସ୍ଵ ପଟ୍ଟା:

''ଯେଉଁ ବ୍ୟକ୍ତି ପୈତୃକ ସମ୍ପତ୍ତି ଏକ ଡିସିମିଲ ପାଇଥିବ ତାକୁ ମଧ୍ୟ ସରକାର ଭୂମି ହିନ ଭାବେ ଗ୍ରହଣ କରିବେ । ଆଦିବାସୀଙ୍କ ଉନ୍ନତି ପାଇଁ ଜଙ୍ଗଲ ଜମିକୁ ଆମେ ମଧ୍ଯ ପଟ୍ଟା ପ୍ରଦାନ କରିବୁ। ଆଗାମୀ 5 ବର୍ଷରେ କେହି ଓଡିଶାରେ ଭୂମିହୀନ ଯେଭଳି ନ ରହିବେ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସବୁ ସ୍କୁଲ ନିଜସ୍ଵ ପଟ୍ଟା ଆଗାମୀ 31 ତାରିଖ ଭିତରେ ପ୍ରଦାନ କରାଯିବା ନେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଜମି ମାଫିଆ ଜବର ଦଖଲ କରିଥିବା ସ୍ଥାନରେ ବୁଲଡୋଜର ଚାଲିବ:

ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, '' ଗୋଚର ଓ ସରକାରୀ ଜମି ଜବରଦଖଲ କରିଥିବା ଜମି ମାଫିଆଙ୍କ ବିରୋଧ ରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁ ଶିଳ୍ପପତିମାନେ ଶିଳ୍ପ ନାମରେ ଅଧିକ ଜମି ହାତେଇଛନ୍ତି କିନ୍ତୁ ଦୀର୍ଘ 10 ବର୍ଷ ହେବ ଜମି ଅବ୍ୟବହୃତ ହୋଇ ରହିଛି । ତାହାର ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ।''

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details