ଓଡିଶା

odisha

2ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ - Budget session concludes

By ETV Bharat Odisha Team

Published : Sep 11, 2024, 10:45 PM IST

Updated : Sep 12, 2024, 7:02 AM IST

Budget session concludes: ସରିଲା ବିଧାନସଭା ଅଧିବେଶନ । ଗତ ଜୁଲାଇ 22ରୁ ଆରମ୍ଭ ହୋଇଥିବା ବିଜେପି ସରକାରଙ୍କ ପ୍ରଥମ ଅଧିବେଶନକୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

BUDGET SESSION CONCLUDES
BUDGET SESSION CONCLUDES (ETV Bharat Odisha)

ଭୁବନେଶ୍ବର: ମୋହନ ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ ଗତକାଲି ଶେଷ ହୋଇଛି । ଜୁଲାଇ 22ରୁ ଆରମ୍ଭ ହୋଇଥିବା ବିଜେପି ସରକାରଙ୍କ ପ୍ରଥମ ଅଧିବେଶନ 13 ତାରିଖରେ ଶେଷ ହେବାକୁ ଥିବା ବେଳେ ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ଗତକାଲି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଚଳିତ ବଜେଟ ଅଧିବେଶନରେ ମୋଟ 27ଟି କାର୍ଯ୍ୟଦିବସ ନିିର୍ଦ୍ଧାରିତ ହୋଇଥିବା 25 ଦିନ ଗୃହ ଚାଲିଥିଲା । ରାଜ୍ୟରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ମୋହନ ସରକାରଙ୍କ ବସିଥିଲା ଅଧିବେଶନ ।

ଅଧିବେଶନର କାର୍ଯ୍ୟସୂଚୀ:

ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଜୁଲାଇ 22ରୁ ଆରମ୍ଭ ହୋଇଥିଲା । 2ଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜୁଲାଇ 22ରୁ ଆରମ୍ଭ ହୋଇ ଜୁଲାଇ 31 ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଦ୍ବିତୀୟ ଅଧିବେଶନ ଅଗଷ୍ଟ 20ରୁ ଆରମ୍ଭ ହୋଇ ଆଜି (ସେପ୍ଟେମ୍ବର 11) ପର୍ଯ୍ୟନ୍ତ ଚାଲିଛି । ଅଧିବେଶନ ସରିବାର ଦୁଇ ଦିନ ପୂର୍ବରୁ ସରିଯାଇଛି ମୋହନ ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ । 27ଟି କାର୍ଯ୍ୟଦିବସରୁ ମୋଟ 25ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଛି । ପ୍ରଥମ ବଜେଟ ଅଧିବେଶନରେ 19ଟି ମୁଲତବୀ ପ୍ରସ୍ତାବ, 21ଟି ଖର୍ଚ୍ଚ ଦାବି ଆଲୋଚନା, 42ଟି କମିଟି ରିପୋର୍ଟ ଉପସ୍ଥାପନ ସମେତ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହୋଇଛି ।

ବଜେଟ,ଲେଖାନୁଦାନ ବିଲ୍‌ ପାରିତ:

ଏହି ବଜେଟ ଅଧିବେଶନରେ ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ ଆଗତ ହେବା ସହ ଲେଖାନୁଦାନ ବିଲ୍‌ ପାରିତ ହୋଇଥିଲା । ସେହିପରି ଶେଷ ଦିବସରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ବିଲ୍‌-2024 ମଧ୍ୟ ପାରିତ ହୋଇଛି । ଦେଢମାସ ଧରି ଚାଲିଲା ଅଧିବେଶନ । ପରମ୍ପରା ଅନୁଯାୟୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଏହା ମଧ୍ୟ ପଢନ୍ତୁ:ମୋହନ ସରକାରଙ୍କ ମେଗା ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ

ଏହା ମଧ୍ୟ ପଢନ୍ତୁ:ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ, ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ

ଏହା ମଧ୍ୟ ପଢନ୍ତୁ:ବିଧାନସଭାରେ ସୁଭଦ୍ରା ତାତି, ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ 100 ହତ୍ୟା

ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ବିଜେଡି :

24ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ବିଜେଡି ସରକାରଙ୍କୁ ଏଥର ପ୍ରଥମ ଥର ବିରୋଧୀ ଭୂମିକାରେ ଦେଖିବାକୁ ମିଳିଥିଲା । ଦୀର୍ଘ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସୁଥିବା ନବୀନଙ୍କୁ ଏଥର ବିରୋଧୀ ଦଳ ନେତା ଭାବେ ଦେଖିବାକୁ ମିଳିଥିଲା । ଦେଢ ମାସ ଧରି ଚାଲିଥିଲା ଏହି ବଜେଟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ମଦ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ଉଭୟ ବିରୋଧୀ । ବିଜେଡି ଓ କଂଗ୍ରେସ । ଗୃହରେ ଜୋରଦାର ହଟ୍ଟଗୋଳ କରିବା ସହ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି ମଧ୍ୟ ଉଠିଥିଲା ।

ଗୃହରେ ରେଭେନ୍ସା ତାତିଠୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ:

ଏଥର ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକେଇବାକୁ ସମସ୍ତ ପ୍ରୟାସ କରିଥିଲେ ବିରୋଧୀ । ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ହେଉ ଅବା ଚିକିଟି ମଦ ମୃତ୍ୟୁ ସରକାରଙ୍କୁ ଘନଘନ ଟାର୍ଗେଟ କରିଥିଲେ ବିରୋଧୀ । ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ମୋହନ ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ ନବୀନ । ମଦ ମୃତ୍ୟୁକୁ ନେଇ ଅବକାରୀ ମନ୍ତ୍ରୀଙ୍କୁ ଇସ୍ତଫା ଦାବିରେ ଅଡି ବସିଥିଲେ ବିରୋଧୀ । ଏଥିସହ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ତାତି ମଧ୍ୟ ଗୃହରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:ବ୍ଲକ ଉନ୍ନୟନ କାର୍ଯ୍ୟ ଠପ୍ ନେଇ ବିଧାନସଭାରେ ତାତି, ଏସବୁ ପ୍ରସଙ୍ଗରେ ସରଗରମ ରହିଲା ଗୃହ

ଗୃହରେ ପୂର୍ବ ସରକାରର ପୋଲ୍‌ ଖୋଲିଲେ ନୂଆ ସରକାର:

କେଉଁ ବିଭାଗରେ କେତେ ଖର୍ଚ୍ଚ କରିଥିଲେ ପୂର୍ବତନ ବିଜେଡି ସରକାର, ତାର ତଥ୍ୟ ରଖିଥିଲେ ମୋହନ ସରକାରଙ୍କ ମନ୍ତ୍ରୀ । କେଉଁଠି କେତେ ହୋଇଥିଲା ଦୁର୍ନୀତି ତାହାର ବାହାରକୁ ଆଣିବା ସହ ତଦନ୍ତ ହେବ ବୋଲି କହିଥିଲେ ମନ୍ତ୍ରୀ । ବିଜ୍ଞାପନରେ କେତେ ଖର୍ଚ୍ଚ କରିଥିଲେ ପୂର୍ବତନ ବିଜେଡି ସରକାର, ତାହାର ତଥ୍ୟ ରଖିଥିଲେ ମୋହନ ସରକାର ।

ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ପାରିତ:

ଅଧିବେଶନର ଶେଷ ଦିନରେ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ୨୦୨୪ ବିଧାନସଭାରେ ପାରିତ ହୋଇଛି । ଏଣିକି ରାଜ୍ୟରେ ଗୁଟଖା ଏବଂ ପାନମସଲା ପ୍ରସ୍ତୁତକାରୀ କମ୍ପାନୀକୁ ସମସ୍ତ ଯନ୍ତ୍ରପାତିର ଜିଏସଟି ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ଏଥିରେ ଉଲ୍ଲଂଘନ କଲେ ଏକ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ତିନିଦିନ ଭିତରେ ଜୋରିମାନା ପୈଠ ନକଲେ ଜବତ ହେବ ଯନ୍ତ୍ରପାତି । ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ଏବଂ ଗଣେଶ୍ବର ବେହେରା ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ASOଙ୍କୁ ଆକ୍ରମଣ ଘଟଣା: ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି, ବିଧାନସଭା ଆଗରେ 'ସିପାହୀ ବିଦ୍ରୋହ

ଶେଷ ଦିବସରେ ଉଠିଲା ରେଭେନ୍ସା ପ୍ରସଙ୍ଗ:

ରେଭେନ୍ସା ଉପରେ ଆଲୋଚନା ବନ୍ଦ ହେବା ଦରକାର ନେଇ ଖାଦ୍ୟ ଯୋଗାଣ ଦେଇଥିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣପାତ୍ର କହିଛନ୍ତି ଆଲୋଚନା ବନ୍ଦ ହେବା ଅର୍ଥ ନୁହେଁ ବୌଦ୍ଧିକ ଆଲୋଚନା ବନ୍ଦ ହେଉ । ମଶାଲ୍ ଶୋଭାଯାତ୍ରା, କୁଶପୁତ୍ତଳିକା ଦାହ ଏସବୁ ବନ୍ଦ ହେବା ଦରକାର। ବିତର୍କ ସୁସ୍ଥ ପରମ୍ପରାରେ ହେବା ଦରକାର । ତେବେ ଯାଇ ସଠିକ୍‌ ତଥ୍ୟ ସାମ୍ନାକୁ ଆସିପାରିବ । ରେଭେନ୍ସା ଆମ ପାଇଁ କ’ଣ କରିଛନ୍ତି, ରେଭେନ୍ସା ନାଁ ରହିବା କେତେ ଯୁକ୍ତିଯୁକ୍ତ ଏହାକୁ ନେଇ ବିତର୍କ ହେବା ଆବଶ୍ୟକ । ବିତର୍କ ହେଉ, କିନ୍ତୁ ବିତଣ୍ଡା ଯୁକ୍ତି କରାନଯାଉ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2024, 7:02 AM IST

ABOUT THE AUTHOR

...view details