କଟକ:ପ୍ରକାଶ ପାଇଲା ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଉଭୟ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ସମୁଦାୟ ୭୯୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପାସ ହାର ୫୫.୪ ପ୍ରତିଶତ ରହିଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୧୬ ହଜାର ୯୦୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯ ହଜାର ୪ ଶହ ୩୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯାହାର ପାସ ହାର ୫୫.୮୭ ପ୍ରତିଶତ ରହିଛି ।
କେମିତି ଜାଣିବେ ରାଜଲ୍ଟ:
ତେବେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିବା ପାଇଁ ବୋର୍ଡ ପକ୍ଷରୁ ଏକ ୱେବ ସାଇଟର ସୂଚନା ଦିଆଯାଇଛି ।www. bseodisha. ac. in ଲିଙ୍କରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । ଅପରାହ୍ନ ୪ଟା ପର ଠାରୁ ଏହି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଥିବା ବେଳେ ୱେବସାଇଟରେ ନିଜର ରୋଲ ନମ୍ବର ମାଧ୍ୟମରେ ନିଜ ନିଜ ରେଜଲ୍ଟ ଜାଣିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତି, ତେବେ ସେମାନେ ମଧ୍ୟ ରିଚେକିଂ ପାଇଁ ଆବେଦନ କରିପାରିବେ । ଏହି ସୁବିଧା ଆସନ୍ତା ୨୭ ତାରିଖରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।