ଓଡିଶା

odisha

ETV Bharat / state

ସ୍ତନ କର୍କଟ ସଚେତନତା ପାଇଁ ପାଳିତ ହେଲା ପିଙ୍କ ଅକ୍ଟୋବର

ବରଗଡରେ ସ୍ତନ କର୍କଟ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଲେ ଡାକ୍ତର।

BREAST CANCER AWARENESS
BREAST CANCER AWARENESS (ETV BHARAT ODISHA)

By ETV Bharat Odisha Team

Published : 5 hours ago

ବରଗଡ: କର୍କଟ ରୋଗ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ । ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନିଲେ ଓ ଏଥିପ୍ରତି ସତର୍କ ରହିଲେ ଜଣେ ରୋଗୀ ଏଥିରୁ ସୁସ୍ଥ ହୋଇପାରିବେ । ବିଶେଷ ଭାବେରେ ମହିଳା ମାନେ ସ୍ତନ କର୍କଟ ଶିକାର ହୋଇଥାନ୍ତି । ଏହି ରୋଗର ଶିକାର ହେଲେ କିପରି ମହିଳା ମାନେ ସଚେତନ ହୋଇ ଏବଂ ଲୋକଲଜ୍ଜା ଠାରୁ ଦୂରରେ ରହି ଚିକିତ୍ସା ସହାୟତା ନେଲେ ଏହାକୁ ପ୍ରତିହତ କରିପାରିବେ ଏନେଇ କ୍ୟାନସର ବିଶେଷଜ୍ଞଙ୍କୁ ନେଇ ଫାଇଟର୍ସ ଗ୍ରୁପର ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ବରଗଡ଼ରେ ଅନୁଷ୍ଠିତ ହୋଇଯାଇଛି ।

ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ । ଏହାକୁ ପ୍ରାୟତଃ "ପିଙ୍କ ଅକ୍ଟୋବର" କୁହାଯାଏ। ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଶନିବାର ଦିନ ବରଗଡର ଗାନ୍ଧୀ ଭବନରେ ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ​​। ସ୍ତନ କର୍କଟ ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କାର୍ଯ୍ୟକ୍ରମ ସଂଯୋଜକ ତଥା ଫାଇଟର୍ସ ଗ୍ରୁପ୍ ସଦସ୍ୟା ଆସୀମା ବିଶୋଇଙ୍କ ସମସ୍ତଙ୍କୁ ସ୍ବାଗତ କରିଥିଲେ ।

BREAST CANCER AWARENESS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

ଏହା ମଧ୍ୟ ପଢନ୍ତୁ-ହିନା ଖାନଙ୍କୁ ଷ୍ଟେଜ-3 ବ୍ରେଷ୍ଟ କ୍ୟାନ୍ସର; କଣ ଏହି ରୋଗ ଓ କିପରି ବର୍ତ୍ତିବେ ? - Know About Breast Cancer

କାର୍ଯ୍ୟକ୍ରମର ଗାଇନୋକୋଲୋଜିଷ୍ଟ ଶକ୍ତି ତ୍ରିପାଠୀ ଯୋଗ ଦେଇ ମହିଳା ମାନଙ୍କୁ ସ୍ତନ କର୍କଟ ବିଷୟରେ ସଚେତନ କରିଥିଲେ । "ସ୍ତନ୍ୟପାନ ଏବଂ କର୍କଟ ରୋଗର ବିପଦ" ଉପରେ ଉପରେ କହିଥିଲେ। ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ ବୋଲି ଡକ୍ଟର ତ୍ରିପାଠୀ ସ୍ପଷ୍ଟ କରିଛନ୍ତି। ଏହି ପ୍ରତିରକ୍ଷା ପ୍ରଭାବ ପଛରେ ଥିବା ବାଇଲୋଜିକାଲ ମେକାନିଜମ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ ଏବଂ ମା’ମାନଙ୍କୁ ସ୍ତନ୍ୟପାନର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଉପକାର ବିଷୟରେ ବିଚାର କରିବାକୁ ଉତ୍ସାହିତ କରିଥିଲେ ।

ଅଙ୍କଲୋଜିଷ୍ଟ ଭାରତ ଚନ୍ଦ୍ର ମିଶ୍ର ସ୍ତନ କର୍କଟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ସେ କହିଲେ, '' ପ୍ରତ୍ୟେକ ମହିଳା ସର୍ବଦା ଆତ୍ମ ସଚେତନ ରହିବା ନିହାତି ଜରୁରୀ। ମହିଳା ମାନେ ବିବାହ ପୂର୍ବରୁ ଓ ପରେ ସବୁ ସମୟରେ ନିଜ ଶରୀରକୁ ଅବହେଳା କରିଥାନ୍ତି । ଯାହାକି ସେମାନଙ୍କ ପାଇଁ ବିପଦର କାରଣ ହୋଇଥାଏ। ସ୍ତନ କର୍କଟର ଅନ୍ୟ ଏକ ମୁଖ୍ୟ କାରଣ ଲଜ୍ଜା ଲୋକଲଜ୍ଜା ଭୟରେ ପ୍ରାରମ୍ଭିକ ସ୍ତରରୁ ସେମାନେ ରୋଗ କୁ ଲୁଚାଇଥାନ୍ତି ଯାହାକି ପରେ କର୍କଟର ରୂପ ନେଇ ଥାଏ। ମହିଳା ମାନେ ସଚେତନ ହୋଇ ଏବଂ ଲୋକଲଜ୍ଜାର ଉର୍ଦ୍ଧ୍ବରେ ରହି ଚିକିତ୍ସା ସହାୟତା ନେଲେ ରୋଗ କୁ ପ୍ରତିହତ କରିପାରିବେ। ବିପଦର କାରଣ, ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧ ବିଷୟରେ ଆଲୋଚନା କରିଥିଲେ। ଅତ୍ୟାଧୁନିକ ଚିକିତ୍ସା ଅଗ୍ରଗତି ଏବଂ ନିୟମିତ ସ୍କ୍ରିନିଂର ମହତ୍ତ୍ବ ବିଷୟରେ ତାଙ୍କର ଅନ୍ତର୍ନିହିତ ମୂଲ୍ୟ ଅମୂଲ୍ୟ ଥିଲା, ଯାହା ଡାକ୍ତରୀ ଦିଗଗୁଡିକ ସମଗ୍ର ଦର୍ଶକଙ୍କ ପାଇଁ ଉପଲବ୍ଧ କରାଇଲା ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details