ବୌଦ୍ଧ: ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ଜିଲ୍ଲାର ସର୍ବପୁରାତନ ତଥା ଅଞ୍ଚଳର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ । ଦୀର୍ଘ ୪୫ ବର୍ଷର କଲେଜ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରକାରୀ ହୋଇ ନଥିବା ବେଳେ ପାନୀୟଜଳ, ଶୌଚାଳୟ, କମ୍ପ୍ୟୁଟର ଲାବ, କଲେଜ ଗୃହ ଭଳି ବିଭିନ୍ନ ସମସ୍ୟାକୁ ନେଇ ଆଜି କଲେଜର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଗତକାଲି ଜିଲ୍ଲାର ପ୍ରଥମ କଲେଜରେ ଆଗାମୀ ନିର୍ବାଚନରେ ଭୋଟିଂ ପାଇଁ ଭିତ୍ତିଭୂମି ତଦାରଖ ପାଇଁ ପହଞ୍ଚିଥିଲେ ନୂତନ ଜିଲ୍ଲାପାଳ ଜେ ସୋନାଲ ।
ସେ କଲେଜର ଶ୍ରେଣୀଗୃହ, ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ପହଞ୍ଚିଥିଲେ । ବୌଦ୍ଧ ଜିଲ୍ଲାର ଏହି ସର୍ବପୁରାତନ ତଥା ଅଞ୍ଚଳର ପ୍ରଥମ କଲେଜ ଦୀର୍ଘ ବର୍ଷ ହେଲା ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଏମ.ଏ ଖୋଲି ନ ଥିବା ବେଳେ ଜିଲ୍ଲାର ଏହି ୪୫ ବର୍ଷର କଲେଜ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇନାହିଁ । କଲେଜରେ ଆବଶ୍ୟକତା ମୁତାବକ ଶ୍ରେଣୀ କକ୍ଷର ଅଭାବ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ କମନରୁମ, ଶୌଚାଳୟ, କମ୍ପ୍ୟୁଟର ଲାବ, ପାନୀୟ ଜଳ ଭଳି ମୌଳିକ ସୁବିଧା ନ ଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ... ସାମ୍ସ ପୋର୍ଟାଲରେ ଅପଲୋଡ ହେବ କଲେଜ ରୂପାନ୍ତରୀକରଣ ଫୋଟ