ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଗତ 15 ତାରିଖଠାରୁ ଆରମ୍ଭ ହୋଇଛି ଜଗତସିଂହପୁର ପୁସ୍ତକ ମେଳା । ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ପ୍ରକାଶନ ସଂସ୍ଥା ସେମାନଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡିକୁ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଥିବା ବେଳେ ଏହା ମଧ୍ୟରେ ଏକ ଷ୍ଟଲରେ ପୁରାତନ ଓଡ଼ିଆ ସମ୍ବାଦପତ୍ରକୁ ନେଇ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ଏହି ପୁରାତନ ସମ୍ବାଦପତ୍ର ଷ୍ଟଲରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।
ଏହି ପୁସ୍ତକମେଳାରେ ପୁସ୍ତକ ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ । ମେଳାରେ ଘରକରଣା ସାମଗ୍ରୀ ଓ ଚଟପଟି ଖାଦ୍ୟର ପସରା ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ପୁସ୍ତକ ମେଳାର ଏକ ଷ୍ଟଲରେ ପୁରାତନ ଓଡ଼ିଆ ସମ୍ବାଦପତ୍ରକୁ ନେଇ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ବିଦ୍ୟାର୍ଥୀ ହୁଅନ୍ତୁ ବା ବୟସ୍କ ଯିଏ ପୁସ୍ତକ ମେଳା ବୁଲିବାକୁ ଯାଉଛି ସେ ଏହି ଷ୍ଟଲ ନିକଟରେ ଅଟକି ପୁରାତନ ସମ୍ବାଦପତ୍ରକୁ ନିରୀକ୍ଷଣ କରୁଛି । ଏହା ମଧ୍ୟ ପାଠକମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଛି ।
ଏହାମଧ୍ୟ ପଢନ୍ତୁ... ଜଗତସିଂହପୁରରେ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ