ଓଡିଶା

odisha

ETV Bharat / state

ଅଲୋଡା ଶିଶୁ, ଖଜୁରୀ ବୁଦାରୁ ମିଳିଲା କ୍ଷତବିକ୍ଷତ ମୃତଦେହ - Body Of New Born Found

Body Of New Born Found: ରାସୋଳ ଥାନା ଅନ୍ତର୍ଗତ ବିମ୍ବୋରି ଗ୍ରାମ ନିକଟରୁ ଏକ ନବଜାତର ମୃତଦେହ ଠାବ ହୋଇଛି । ହେଲେ କାହିଁକି ଏବଂ କିଏ ଶିଶୁଟିକୁ ଫୋପାଡ଼ିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ଖଜୁରୀ ବୁଦାରୁ ନବଜାତର କ୍ଷତବିକ୍ଷତ ମୃତଦେହ ଉଦ୍ଧାର
ଖଜୁରୀ ବୁଦାରୁ ନବଜାତର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

By ETV Bharat Odisha Team

Published : Apr 4, 2024, 10:16 AM IST

ଢେଙ୍କାନାଳ:ପୁଣି ଅଲୋଡ଼ା ନବଜାତ । ନବଜାତର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଶିଶୁଟିର ମୃତଦେହକୁ କୁକୁର ଟାଣି ଛିନଭିନ୍ କରି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବିମ୍ବୋରି ଗ୍ରାମ ନିକଟରେ । ତେବେ ଅବୈଧ୍ୟ ଜନ୍ମ ଶିଶୁକୁ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରୁଛି ପୋଲିସ । ଏନେଇ ରାସୋଳ ପୋଲିସ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି(ବୁଧବାର) ଦିନ ହିନ୍ଦୋଳର ଅଞ୍ଚଳରେ ଏକ ନବଜାତର ମୃତଦେହ ଦେଖିବାକୁ ମିଳିଥିଲା । ରାସୋଳ ଥାନା ଅନ୍ତର୍ଗତ ବିମ୍ବୋରି ଗ୍ରାମ ନିକଟରେ ନବଜାତ ଶିଶୁର କ୍ଷତବିକ୍ଷତ ମୃତଦେହ ଠାବ ହୋଇଥିଲା । କଇଁଆ ସାହିର ଏକ ଖଜୁରୀ ବୁଦା ମୂଳରୁ ଏହି ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ଏକ ସଦ୍ୟଜାତ ଶିଶୁ ହୋଇଥିବା ଜଣାପଡିଛି । ତେବେ ଜନ୍ମିତ ଶିଶୁର ମୁଣ୍ଡକୁ କୁକୁର ଆକ୍ରମଣ କରିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ପ୍ରଚାର ହେବାପରେ ଦେଖିବା ପାଇଁ ଘଟଣା ସ୍ଥଳରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ......ନଦୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର - Body Of New Born Found

ଖବର ପାଇ ଘଟଣା ସ୍ଥଳରେ ରାସୋଳ ପୋଲିସ ପହଞ୍ଚି ଶିଶୁର କ୍ଷତବିକ୍ଷତ ମୃତଦେହ ଜବତ କରିଛି । ପରେ ଘଟଣା ସ୍ଥଳରେ ହିନ୍ଦୋଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସୁପର ଭାଇଜର ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପହଞ୍ଚିଥିଲେ । ଉକ୍ତ ସଦ୍ୟଜାତ ଶିଶୁ ପୁତ୍ର କି କନ୍ୟା ସନ୍ତାନ ତାହା ଜଣାପଡିନାହିଁ । ତେବେ ଏହା ପଛରେ କେହି ଅବୈଧ୍ୟ ସନ୍ତାନ ଜନ୍ମ ହେଉ କିମ୍ବା କନ୍ୟା ଭ୍ରୁଣ ହତ୍ୟା କରି ଲୋକ ଲଜ୍ଜାକୁ ଏଡ଼ାଇବା ପାଇଁ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଏବଂ କିଏ ଶିଶୁଟିକୁ ଏଠାରେ ଫୋପାଡ଼ି ମାରିଲା ତାହା ତଦନ୍ତ କରୁଛି ରସୋଳ ପୋଲିସ । ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମନ୍ନାକୁ ଆସିବ ବୋଲି କହିଛି ପୋଲିସ ।

ସେହିପରି ଗତ ୨୫ ତାରିଖ ଦିନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସାଲୁଙ୍କୀ ନଦୀର ପାର୍ଶ୍ଵରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧର କରାଯାଇଥିଲା । ଖବର ପାଇ ପୋଲିସ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଟିମ ହ୍ୟୁମାନିଟି'ର କର୍ମୀ ପହଞ୍ଚି ମୃତ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details