ଓଡିଶା

odisha

ETV Bharat / state

ମନ ମୋହିଲା ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ, ଝୁମିଲେ ରାଜଧାନୀବାସୀ - PRAVASI BHARATIYA DIVAS 2025

୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ‘ବିଏମସି’ର ଅଭିନବ ପ୍ରୟାସ । ଆରମ୍ଭ ହେଲା ଭୁବନେଶ୍ୱର ଭାଇବ୍ସ କାର୍ଯ୍ୟକ୍ରମ । ପ୍ରର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ହେବ ଆୟୋଜନ ।

ମନ ମୋହିଲା ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ, ଝୁମିଲେ ରାଜଧାନୀବାସୀ
ମନ ମୋହିଲା ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ, ଝୁମିଲେ ରାଜଧାନୀବାସୀ (ETV Bharat Odisha)

By ETV Bharat Odisha Team

Published : Dec 9, 2024, 7:48 AM IST

ଭୁବନେଶ୍ୱର: ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମରେ କମ୍ପିଲା ରାଜଧାନୀ । ସଂଙ୍ଗୀତ ସଂଧ୍ୟାରେ ଝୁମିଲେ ରାଜଧାନୀବାସୀ । କଣ୍ଠଶିଳ୍ପୀଙ୍କ ସଙ୍ଗୀତର ତାଳେ ତାଳେ ଝୁମିଲେ ଶ୍ରୋତା । ଏମିତି ଏକ ରଙ୍ଗାରଙ୍ଗ ପରିବେଶରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ‘ଭୁବନେଶ୍ୱର ଭାଇବ୍ସ’ ସ୍ୱତନ୍ତ୍ର ମ୍ୟୁଜିକାଲ ନାଇଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଥର ଓଡିଶାରେ ପାଳିତ ହେବାକୁ ଯାଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ । ଏହାକୁ ନେଇ ‘ବିଏମସି’ ପକ୍ଷରୁ ଏବେଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏଥିପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି ମହାନଗର ନିଗମ । ଗତକାଲି (ରବିବାର) ସଂଧ୍ୟାରେ ୟୁନିଟ୍‌-2 ସ୍ଥିତ ମାର୍କେଟ ବିଲ୍ଡିଂ ଓ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜନମାନସକୁ ଉଲ୍ଲସିତ କରିଛି । ସଙ୍ଗୀତର ମୂର୍ଚ୍ଛନାରେ ଦର୍ଶକ ବିଭୋର ହୋଇଛନ୍ତି ।

  • ଦୁଇଟି ସ୍ଥାନରେ ହେଲା କାର୍ଯ୍ୟକ୍ରମ:-

‘ପ୍ରବାସୀ ଭାରତୀୟ ଦିବସ-2025’କୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥାନୀୟ ୟୁନିଟ୍-2 ମାର୍କେଟ ବିଲ୍ଡିଂ ଏବଂ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏଭଳି ସଙ୍ଗୀତ ସଂଧ୍ୟା କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ମନ ଭରି ଉପଭୋଗ କରିଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ପରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ବ୍ୟସ୍ତବହୁଳ ସହରୀ ଜୀବନଶୈଳୀରେ ବୁଡି ରହୁଥିବା ଲୋକଙ୍କ ଭାବାବେଗକୁ ଉଲ୍ଲସିତ କରିବା ଉଦ୍ଦେଶ୍ୟରେ ଏହି ସୃଜନଶୀଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସହରର ଲୁକ୍କାୟିତ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ସହ ସ୍ଵଇଚ୍ଛାରେ ନିଜର ସଙ୍ଗୀତ ପରିବେଷଣ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ଵାନ କରାଯିବ ।

ମନ ମୋହିଲା ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ, ଝୁମିଲେ ରାଜଧାନୀବାସୀ (ETV Bharat Odisha)
ମନ ମୋହିଲା ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ, ଝୁମିଲେ ରାଜଧାନୀବାସୀ (ETV Bharat Odisha)
  • ଶୁଭାରମ୍ଭ କଲେ ମେୟର, ସଙ୍ଗୀତରେ ଝୁମିଲା ରାଜଧାନୀ:-

ଏହି କାର୍ଯ୍ୟକ୍ରମକୁ ମେୟର ସୁଲୋଚନା ଦାସ ଶୁଭାରମ୍ଭ କରିଥିବା ବେଳେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବହୁ କର୍ପୋରେଟରମାନେ ଉପସ୍ଥିତ ଥିଲେ । ମାର୍କେଟ ବିଲ୍ଡିଂରେ ଗୌତମ ଗିରି, ସୋନମ୍ ଦାଶ ସଙ୍ଗୀତ ପରିବେଷଣ କରିଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ଦେବ ଆନନ୍ଦ, ପ୍ରିୟା ସିଂ, ଅମିତ ସୌରିଆ ପ୍ରମୁଖ ସଙ୍ଗୀତ ପରିବେଷଣ କରିଛନ୍ତି । କୋରାପୁଟରୁ ଆସିଥିବା ବାଦକ ତରୁଣ ତୁଷାରକାନ୍ତ ବଂଶୀବାଦନରେ ସମସ୍ତଙ୍କୁ ମୋହିତ କରିଥିଲେ ।

ମନ ମୋହିଲା ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ, ଝୁମିଲେ ରାଜଧାନୀବାସୀ (ETV Bharat Odisha)


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details