ଭୁବନେଶ୍ବର:ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା BMC ୨୯ ନମ୍ବର କର୍ପୋରେଟର ଜୀବନ ରାଉତଙ୍କୁ ଭେଟିଲେ ଭାରତୀୟ ଜନତା ଯୁବମୋର୍ଚ୍ଚା । ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ବିଜେପି ଯୁବ ମୋର୍ଚା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ ସମେତ ଯୁବ କର୍ମକର୍ତାମାନେ ଜେଲରେ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି । ଜୀବନକୁ ଭେଟି ତାଙ୍କ ସହ ଆଲୋଚନା କରି ତାଙ୍କୁ ସାନ୍ତ୍ବନା ଦେଇଛନ୍ତି ।
ତେବେ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ଯୋଜନାର ସତ୍ୟତା ବିରୋଧରେ ସ୍ବର ଉଠାଇ କର୍ପୋରେଟର ଜେଲ ଯାଇଥିବା ବେଳେ ସରକାରଙ୍କ ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ସରକାରୀ ବିରୋଧୀ ହାଲାବୋଲ କରିବା ଆଉ ରଣହୁଙ୍କାର ଦେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଜାଣିଜାଣି ସରକାର ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜେଲ ପଠାଇଛନ୍ତି । ଯଦି ତାଙ୍କୁ ନିର୍ଦ୍ଦୋଷରେ ଜେଲରୁ ଛଡା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛି ଯୁବ ବିଜେପି ମୋର୍ଚ୍ଚା ।
ଏଠାରେ ସୂଚନା ଥାଉକି, ଜାନୁଆରୀ ୧୧ ତାରିଖ ବିଳମ୍ବିତ ରାତିରେ ବିଜେପି କର୍ପୋରେଟରଙ୍କୁ ପୋଲିସକୁ ମାଡ଼ ମାରିବା ଓ ଦାଦାବଟି ଅଭିଯୋଗରେ ଗିରଫ କରିଥିଲା । ପରେ ଜୀବନ ରାଉତଙ୍କ ଗିରଫକୁ ବିରୋଧୀ କରି ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରି ରାଜଧାନୀରେ ଜାତୀୟ ରାଜପଥ ହାଇଜାକ କରିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି । ଦେଢ଼ଘଣ୍ଟା ଧରି ଜାତୀୟ ରାଜପଥ ଯାମ କରି ସତସଙ୍ଗ ବିହାର ନିକଟରେ ବିଜେପି କର୍ମୀ ହଙ୍ଗାମା କରିଥିଲା । ସେହିପରି ଯୁବ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ନିର୍ଦ୍ଦୋଷରେ ଜେଲରୁ ଛାଡିବା ଦାବି କରି ରାମ ମନ୍ଦିର ନିକଟରେ ଆନ୍ଦୋଳନ ଧାରଣା ଓ ବିକ୍ଷୋଭ କରିଥିଲେ । ସରକାରୀ ଗୁଣ୍ଡା ସାଜି ପୋଲିସ ଜନ ପ୍ରତିନିଧିଙ୍କୁ ଜାଣି ଜାଣି ପୋଲିସ କେଶରେ ଫସାଇ ଦେଇଛି ବୋଲି ଅଭିଯୋଗ କରିଥିଲା ବିଜେପି । ଆଉ ଗିରଫ କରିବା ବେଳେ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ସହ ଅକଥନୀୟ ଅତ୍ୟାଚାର କରାଯାଉଛି ।