ଓଡିଶା

odisha

ETV Bharat / state

ଅରବିନ୍ଦ ଢାଲିଙ୍କ ବିରୋଧରେ ବଢୁଛି ଅସନ୍ତୋଷ; ଜନସମ୍ପର୍କ ଯାତ୍ରାରେ ଅଣ୍ଡାମାଡ କଲେ ଅସନ୍ତୁଷ୍ଟ କର୍ମୀ - Protest against Arabinda Dhali - PROTEST AGAINST ARABINDA DHALI

Protest against Arabinda Dhali: ଜୟଦେବରେ ବଢୁଛି ବିଧାୟକ ଅରବିନ୍ଦ ଢାଲିଙ୍କ ଅଡୁଆ । ବିଜେପି ଟିକେଟ ମିଳିବା ପରଠୁ ତାଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀମାନେ ଲଗାତାର ବିରୋଧ କରୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 4, 2024, 11:16 AM IST

ଅରବିନ୍ଦଙ୍କ ବିରୋଧରେ ବଢୁଛି ଅସନ୍ତୋଷ

ନିଆଳି:ଜୟଦେବରେ ବଢୁଛି ବିଧାୟକ ଅରବିନ୍ଦ ଢାଲିଙ୍କ ଅଡୁଆ । ରାଜଧାନୀ ଉପକଣ୍ଠ ଜୟଦେବ ବିଧାନସଭା ଆସନରୁ ଢ଼ାଲି ବିଜେପି ଟିକେଟ ପାଇବା ପରଠୁ ଦଳୀୟ କର୍ମୀମାନେ ଜୋରଦାର ବିରୋଧ କରିଆସୁଛନ୍ତି । ତାଙ୍କର ପ୍ରାର୍ଥିତ୍ବକୁ ବିରୋଧ କରି ଦିନକ ପୂର୍ବରୁ ବାଳକାଟି ଠାରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳିଶି ଶାସନ ଅଞ୍ଚଳରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନସମ୍ପର୍କ ଯାତ୍ରାରେ ଅରବିନ୍ଦ ଢାଲି ସାମିଲ ହେବାକୁ ନେଇ ଅସନ୍ତୁଷ୍ଟ ବିଜେପି କର୍ମୀମାନେ ତୀବ୍ର ବିରୋଧ କରିଥିଲେ । ଏମିତିକି ପଦଯାତ୍ରା ବେଳେ ଅଣ୍ଡାମାଡ ମଧ୍ୟ ହୋଇଥିଲା ।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଜୟଦେବ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଆଳିଶି ଶାସନ ପଞ୍ଚାୟତ ସ୍ଥିତ ଦନାପଡା ଠାରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ ଏକ ଜନସମ୍ପର୍କ ପଦଯାତ୍ରା କରିଥିଲେ । ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି ମଧ୍ୟ ସାମିଲ ହୋଇଥିଲେ । ଏହା ଦେଖି ଅସନ୍ତୁଷ୍ଟ କର୍ମୀମାନେ ଢାଲି ଗୋ ବ୍ୟାକ ଓ ଢାଲି ହଟାଅ ଜୟଦେବ ବଞ୍ଚାଅ ନାରା ଦେଇ ତୀବ୍ର ବିରୋଧ କରିଥିଲେ । ଏହି ବିରୋଧ ଯୋଗୁଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପୋଲିସର ସୁରକ୍ଷା ବଳୟ ମଧ୍ୟରେ ସାଂସଦ ଏବଂ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ପଦଯାତ୍ରା ହୋଇଥିଲା । ତେବେ ପଦଯାତ୍ରା ଆରମ୍ଭରୁ ଶେଷ ଯାଏଁ ଅସନ୍ତୁଷ୍ଟ କର୍ମୀଙ୍କ ନାରାବାଜି ଜାରି ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଅରବିନ୍ଦ ଢାଲିଙ୍କ ପ୍ରାର୍ଥିତ୍ବକୁ ବିରୋଧ, କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ - BJP Workers Protest

ଆଗାମୀ ଆଗାମୀ ଦିନରେ ଏହି ବିରୋଧକୁ ତୀବ୍ରତର କରାଯିବ ବୋଲି ଅସନ୍ତୁଷ୍ଟ କର୍ମୀମାନେ କହୁଥିବା ବେଳେ ଆସନ୍ତା ନିର୍ବାଚନରେ ଜୟଦେବରେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅରବିନ୍ଦ ଢ଼ାଲି ବିଧାୟକ ଅଛନ୍ତି ଏବଂ ସେ ନିର୍ବାଚନରେ କେବେ ପରାଜୟ ହୋଇନାହାନ୍ତି । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ତାଙ୍କୁ ପ୍ରାର୍ଥୀ ଚୟନ କରିଛନ୍ତି । କିନ୍ତୁ ସେ ଦଳ ଭିତରେ ଅନ୍ତଃକନ୍ଦଳ କଥା ଏଡାଇ ଦେଇଛନ୍ତି ।

ନିକଟରେ ବିଧାୟକ ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ମିିଶିଥିଲେ । ଏବେ ତାଙ୍କୁ ଦଳ ଜୟଦେବରୁ ଟିକେଟ୍ ଦେଇଥିବାରୁ ଆଶାୟୀ ଏବଂ ତାଙ୍କର ସମର୍ଥକମାନେ ଖୁବ୍ ଅସନ୍ତୁଷ୍ଟ ଅଛନ୍ତି । ଏମିତିକି ଜୟଦେବରେ ଦୀର୍ଘ ଦିନ ଧରି ସଙ୍ଗଠନ ଦାୟିତ୍ଵ ଏବଂ ପ୍ରାର୍ଥୀ ପାଇଁ ଦାବିଦାର ଥିବା ବିଜେପି ନେତା ବସନ୍ତ ନାୟକ, ଶିବ ମଲ୍ଲିକ ଏବଂ ମାଗୁଣି ସେଠୀଙ୍କୁ ଏହି ଜନସମ୍ପର୍କ ପଦଯାତ୍ରାରେ ଦେଖିବାକୁ ମିଳିନଥିଲା । ତେବେ ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥିତ୍ବକୁ ନେଇ ଜୟଦେବ ବିଜେପି ପକ୍ଷରୁ ଆଗାମୀ ଦିନରେ ଦୃଢ ବିରୋଧ ହେବାର ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details