ଓଡିଶା

odisha

କେବଳ ପ୍ରଦୀପ ନୁହଁନ୍ତି ଶାସକ ଦଳର ପ୍ରାର୍ଥୀଙ୍କ ନାମରେ ରହିଛି ମାମଲା: ପିତବାସ - BJP press conference

By ETV Bharat Odisha Team

Published : May 3, 2024, 1:12 PM IST

BJP targets BJD: ସାମ୍ବାଦିକ ସମ୍ମିଳୀରେ ବିଜେଡିକୁ ଟାର୍ଗେଟ କଲା ବିଜେପି । କେବଳ ପ୍ରଦୀପ ନୁହଁନ୍ତି ଶାସକ ଦଳର ପ୍ରାର୍ଥୀଙ୍କ ନାମରେ ମଧ୍ୟ ମାମଲା ରହିଥିବା କହିଲା ବିଜେପି । ଅଧିକ ପଢନ୍ତୁ

BJP PRESS CONFERENCE
BJP PRESS CONFERENCE (Etv Bharat)

BJP PRESS CONFERENCE (ETV BHARAT)

ବ୍ରହ୍ମପୁର: ବିଜେପିରୁ ପ୍ରଦୀପ ପାଣିଗ୍ରାହି ପ୍ରାର୍ଥୀ ହେବା ପରେ ତାଙ୍କ ନାମରେ ମାମଲା ରହିଥିବା କହି ଶାସକ ଦଳ ପକ୍ଷରୁ ବାରମ୍ବାର ଟାର୍ଗେଟ କରାଯାଉଛି । କିଛିଦିନ ତଳେ ଭିକେ ପାଣ୍ଡିଆନ ଚିକିଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଭାଷଣରେ ପ୍ରଦୀପଙ୍କୁ ଇଙ୍ଗିତ କରି ଜେଲ ଯିବା କଥା କହିଥିଲେ । ଯାହାର ଉତ୍ତର ଦେଇଛି ବିଜେପି । କେବଳ ପ୍ରଦୀପ ପାଣିଗ୍ରାହୀ ନୁହେଁ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ରାଜ୍ୟ ତଥା ଦେଶର ଅନେକ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ନାମରେ ଅନେକ ମାମଲା ରହିଛି। ଏଣୁ ଏହା କୌଣସି ନୂଆଁ କଥା ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି । ଏପରିକି ଶାସକ ଦଳର ପ୍ରାର୍ଥୀଙ୍କ ନାମରେ ମଧ୍ୟ ଗୁରୁତର ମାମଲା ରହିଥିବା ବ୍ରହ୍ମପୁର ବିଜେପି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଛତ୍ରପୁରରେ ବିଜେପି ଉପରେ ବର୍ଷି ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ମଧ୍ୟରେ ଫରକ ବୁଝାଇଲେ ପାଣ୍ଡିଆନ - Pandian Targets Opposition

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପିତବାସ ପଣ୍ଡା କହିଛନ୍ତି, ଭିକେ ପାଣ୍ଡିଆନ ଠାରୁ ଆରମ୍ଭ କରି ଅନ୍ୟ ବିଜେଡି ନେତା ଯେପରି ପ୍ରଦୀପଙ୍କୁ ସମାଲୋଚନା କରୁଛନ୍ତି ତାହାକୁ ନିନ୍ଦା କରିଛି ଦଳ । ବ୍ୟକ୍ତିଗତ ଆଧାରକୁ ନ ଯାଇ ଦଳୀୟ ଆଧାରରେ ପ୍ରଚାର କରିବା ଆବଶ୍ୟକ। ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ପାଣ୍ଡିଆନ ନିଜର ନିର୍ବାଚନ ଭାଷଣରେ ପ୍ରଦୀପଙ୍କୁ ଇଙ୍ଗିତ କରି ଜେଲ ଯିବା କହିବା ଏକ ଗଭୀର ରାଜନୈତିକ ଚକ୍ରାନ୍ତକୁ ଇଙ୍ଗିତ କରୁଛି । ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ଵାରା ମିଥ୍ୟା ମକଦ୍ଦମାରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ମୁଷ୍ଟିମେୟ ବିଜେଡି ନେତା ଓ ପ୍ରଶାସନିକ ଅଧିକାରୀ ମିଥ୍ୟା ମକଦ୍ଦମା ଦେଇ ଜେଲ ପଠାଇଥିବା ପାଣ୍ଡିଆନଙ୍କ କଥାରୁ ସ୍ପଷ୍ଟ ଅନୁମେୟ ହେଉଛି।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତା ପ୍ରଦୀପ ଆଇନକୁ ସବୁବେଳେ ସମ୍ମାନ ଦେଇ ଆସୁଛନ୍ତି । ବିଜେଡିର ବହୁ ନେତା ମାଳ ମାଳ ମାମଲାରେ ଛନ୍ଦି ହୋଇଛନ୍ତି । ତାର ମାନେ ନୁହେଁ ଯେ ସେମାନେ ଅପରାଧୀ । ଭାରତୀୟ ଆଇନ ବ୍ୟବସ୍ଥାର ପ୍ରକ୍ରିୟାରେ ଜଣେ ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ଦୋଷୀ ନୁହେଁ । ଏହି ପରିପରେକ୍ଷୀରେ ବିଜେଡି ନେତା ମାନେ ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ । ଆଇନର ପ୍ରକ୍ରିୟା କଣ ହେବ, ନ ହେବ ତାହା ବିଚାର ବିଭାଗୀୟ ବ୍ୟବସ୍ଥା ଓ ଓକିଲ ନିର୍ଦ୍ଧାରଣ କରିବେ । ବିଜେଡି ନେତା ମାନେ କେବଳ ପରାଜୟ ଭୟରେ ଏଭଳି ସମାଲୋଚନା କରୁଛନ୍ତି।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details