କେନ୍ଦ୍ରାପଡ଼ା:ଏନଏସି ଘୋଷଣା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ତାତି । ଆଳିକୁ ଏନଏସି ଘୋଷଣା କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଗତକାଲି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବା ସହ କଟକ-ଚାନ୍ଦବାଲି ଅବରୋଧ କରାଯାଇଥିଲା ।ସରକାର ସବୁବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନୀ ମଣ୍ଡଳୀକୁ ଅବହେଳା କରୁଥିବା ଅଭିଯୋଗ କରିଛି ବିଜେପି ।
ଦୀର୍ଘ ବର୍ଷ ହେବ ଆଳି ଏବଂ ରାଜକନିକାକୁ ଏନଏସି ଘୋଷଣା କିରବା ପାଇଁ ଦାବି ହେଉଥିଲେ ମଧ୍ୟ ସକକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ରାଜ୍ୟର 35ଟି ସ୍ଥାନକୁ ଏନଏସି ଘୋଷଣା କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଆଳି ନିର୍ବାଚନୀ ମଣ୍ଡଳୀର ଦୁଇଟି ବ୍ଲକକୁ ଏନଏସି ଘୋଷଣା ନ କରିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।
ସେପଟେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି," ଇଂରେଜ ଶାସନ ସମୟରେ ରାଜ୍ୟର ସର୍ବ ପୁରାତନ ପୌରପାଳିକା ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ୧୮୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ଘୋଷଣା କରାଯାଇଥିଲା । ତେବେ ସ୍ୱାଧୀନତା ପରେ ୧୯୭୪ ମସିହାରେ ଆଳି ବ୍ଲକର ୧୪ଟି ପଞ୍ଚାୟତକୁ ଅର୍ବାନ ଏରିଆ ଘୋଷଣା କରାଯାଇଥିଲା । ୧୪ ଗୋଟି ପଞ୍ଚାୟତରେ ଗୋଚର ଜମି ନଥିବା କାରଣରୁ ଏହାକୁ ଅର୍ବାନ ଏରିଆ ଘୋଷଣା କରାଯାଇଥିବା ବେଳେ ତତ୍କାଳୀନ ବିଧାୟକ ତଥା ରାଜା ସାହେବ ଶରତ ଦେବ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେଲେ ଜନସାଧାରଣଙ୍କୁ ଅଯଥା ଟ୍ୟାକ୍ସ ଦେବାକୁ ପଡିବ କହିଥିଲେ । ଯାହା ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାରୁ ବାଦ ପଡ଼ିଥିଲା ।"