ଭୁବନେଶ୍ବର:ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାଏକ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ୮ ଜଣ ଆଦିବାସୀ ସାଂସଦଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଯାଇଛି । ଆଦିବାସୀ ମାନେ ସଚେତନ ହୁଅନ୍ତୁ, ଜନଜାତିଙ୍କ ପାଇଁ କାମ କରୁଥିବା ଦଳ ହେଉଛି ବିଜେପି ବୋଲି କହିଛନ୍ତି ଉଭୟ ।
ଜାତୀୟ ଜନଜାତି କମିଶନ ସଦସ୍ୟ ତଥା ବିଜେପି ନେତା ଅନନ୍ତ ନାଏକ କହିଛନ୍ତି, "ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ଆଦିବାସୀଙ୍କୁ ସମ୍ମାନ ଦେଇଛି ବିଜେପି । ୮ ଜଣ ଆଦିବାସୀ ସାଂସଦଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଯାଇଛି । ୨୦୨୫ ସୁଦ୍ଧା ଓଡ଼ିଶାର ସବୁ ଗାଁକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଆଦିବାସୀମାନେ ସଚେତନ ହୁଅନ୍ତୁ । ଜନଜାତିଙ୍କ ପାଇଁ କାମ କରୁଥିବା ଦଳ ହେଉଛି ବିଜେପି । ବାଜପେୟୀ ଏବଂ ମୋଦିଙ୍କ କାର୍ଯ୍ୟକାଳ ସମୟରେ ଆଦିବାସୀଙ୍କର ଅଧିକ ବିକାଶ ହୋଇଛି । ପରମ୍ପରା ଆଧାରରେ ଜନଜାତି ସମାଜର ବିକାଶ ହୋଇପାରିବ । 300ରୁ ଅଧିକ ବିଶ୍ବବିଦ୍ୟାଳୟରେ ଜନଜାତି ସମାଜ ଉପରେ ଗବେଷଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକି ଇଂରେଜ ମାନେ ନଷ୍ଟ କରିଥିଲେ । ଆଦିବାସୀ ସମାଜର ବିକାଶ ନାଁରେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅଧିକ ପରିମାଣରେ ସବୁ ସ୍କିମରେ ବହୁଗୁଣରେ ଆର୍ଥିକ ସହାୟତା ଦେଇଛନ୍ତି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ସାମ୍ନା କରିବା ପାଇଁ ଏକଲବ୍ୟ ସ୍କୁଲ ସ୍ଥାପନ କରାଯାଇଛି । ପେଶା ଆଇନ ମାଧ୍ୟମରେ ଗାଁରେ ହିଁ ବିକାଶ ପାଇଁ ନିଷ୍ପତ୍ତି ନେଇ ପାରୁଛନ୍ତି । କିନ୍ତୁ ଓଡ଼ିଶାରେ ଦୁର୍ଭାଗ୍ୟବଶତଃ ଏବେ ଯାଏଁ ପେଶା ଆଇନ ଲାଗୁ ହୋଇପାରିନାହିଁ ।"