ଭୁବନେଶ୍ବର:‘‘ଭାରତୀୟ ସମ୍ବିଧାନର ପ୍ରଣେତା ଡଃ.ଆମ୍ବେଦକରଙ୍କୁ ଅସମ୍ମାନ କରିଛି କଂଗ୍ରେସ । ସମ୍ବିଧାନକୁ ଖଣ୍ଡବିଖଣ୍ଡିତ କରିଦେଇଛି କଂଗ୍ରେସ । ଦଳିତ ଓ ପଛୁଆବର୍ଗଙ୍କୁ ବିକାଶରେ ବାଧା ସାଜିଛି । ଗୋଟିଏ ଦିନରେ ଦେଶରେ ୭ ସରକାର ସହ ଦେଶରେ ମୋଟ ୮୮ ଥର ସରକାର ଭାଙ୍ଗି ସମ୍ବିଧାନକୁ ଆଘାତ କରିଥିଲେ ଇନ୍ଦିରା ଗାନ୍ଧୀ । ଭୀମରାଓ ଆମ୍ବେଦକର ସମ୍ବିଧାନ ଗୌରବ ହେଉଛନ୍ତି । କିନ୍ତୁ ଜବାହାରଲାଲ ନେହେରୁ ଆମ୍ବେଦକରଙ୍କ ବିରୋଧୀ ଥିଲେ । କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ନିର୍ବାଚନରେ ଆମ୍ବେଦକରଙ୍କୁ ନିର୍ବାଚନରେ ହରାଇଥିଲେ । ମୃତ୍ୟୁ ପରେ ମଧ୍ୟ ଆମ୍ବେଦକରଙ୍କୁ କଂଗ୍ରେସ ସମ୍ମାନ ଦେଇନଥିଲା ।’’ ଭାରତୀୟ ଜନତା ପାର୍ଟିର ‘ସମ୍ବିଧାନ ଗୌରବ ଅଭିଯାନ’ ଅବସରରେ ଦଳୀୟ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଭୁବବନେଶ୍ବରରେ ପ୍ରେସମିଟ୍ କରି ଏପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି।
- ନେହେରୁ ଆମ୍ବେଦକର ବିରୋଧୀ ଥିଲେ: ଅନୁରାଗ
ବିଜେପିର ସମ୍ବିଧାନ ଗୌରବ ଅଭିଯାନ ଅବସରରେ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରେସମିଟ କରିଥିଲେ ଅନୁରାଗ । କଂଗ୍ରେସକୁ ଘେରିବା ପାଇଁ ସିଧା ଆମ୍ବେଦକର ପ୍ରସଙ୍ଗ ଉଠାଇଥିଲେ । ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଓ ତାଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ କଥା ମଧ୍ୟ ସ୍ମରଣ କରାଇ ବର୍ଷିଥିଲେ । କହିଥିଲେ,‘‘ ଭୀମରାଓ ଆମ୍ବେଦକର ହେଉଛନ୍ତି ସମ୍ବିଧାନ ଗୌରବ । ନେହେରୁ ଆମ୍ବେଦକରଙ୍କ ବିରୋଧୀ ଥିଲେ । କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ନିର୍ବାଚନରେ ଆମ୍ବେଦକରଙ୍କୁ ନିର୍ବାଚନରେ ହରାଇଥିଲେ ଖାଲି ସେତିକି ନୁହେଁ ନେହେରୁ ଏସସି,ଏସଟି, ଓବିସି ବିରୋଧୀ ଥିଲେ । ଆମ୍ବେଦକରଙ୍କୁ ‘NCERT’ ପାଠ୍ୟକ୍ରମରେ କାର୍ଟୁନ ମାଧ୍ୟମରେ ଅପମାନିତ କରାଯାଇଥିଲା ।’’