ଓଡିଶା

odisha

ଖୋର୍ଦ୍ଧା ଏସଡିପିଓ ବିଜେପି କର୍ମୀଙ୍କୁ ଧମକ ଦେଇ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି: ପ୍ରଶାନ୍ତ ଜଗଦ୍ଦେବ - Prashant Jagdev PC

Prashant Jagdev Alleges Against Khordha SDPO: ଖୋର୍ଦ୍ଧା ଏସଡିପିଓଙ୍କ ବିରୁଦ୍ଧରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଭିଯୋଗ । ବିଜେଡିକୁ ଭୋଟ ଦେବାପାଇଁ ବିଜେପି କର୍ମୀଙ୍କୁ ଏସଡିପିଓ ଧମକ ଦେଉଥିବା କହିଲେ ପ୍ରଶାନ୍ତ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : May 21, 2024, 9:44 PM IST

Published : May 21, 2024, 9:44 PM IST

ଖୋର୍ଦ୍ଧା ଏସଡିପିଓ ବିଜେପି କର୍ମୀଙ୍କୁ ଧମକ ଦେଇ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି
ଖୋର୍ଦ୍ଧା ଏସଡିପିଓ ବିଜେପି କର୍ମୀଙ୍କୁ ଧମକ ଦେଇ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି (Etv BharatETV Bharat Odisha)

ଖୋର୍ଦ୍ଧା ଏସଡିପିଓ ବିଜେପି କର୍ମୀଙ୍କୁ ଧମକ ଦେଇ ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି (ETV Bharat Odisha)

ଖୋର୍ଦ୍ଧା: ପୋଲିସ ଅଧିକାରୀ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି । ଆଜି ଏଭଳି ସାଘାଂତିକ ଅଭିେଯାଗ କରିଛନ୍ତି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ସ୍ଥିତ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏଭଳି ସଂଗୀନ ଅଭିଯୋଗ କରିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଚେତାବନୀ ଦେଇଛନ୍ତି ପ୍ରଶାନ୍ତ ।

ପ୍ରଶାନ୍ତଙ୍କ କହିଛନ୍ତି , "ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ରାତି ଅଧରେ ବିଜେପି କର୍ମୀମାନଙ୍କୁ ଧମକାଉଛନ୍ତି । ସରପଞ୍ଚମାନଙ୍କୁ ଡାକି ଧମକ ଦେଉଛନ୍ତି । ବିଜେଡି ନେତା ଯେତିକି ନ କରୁଛନ୍ତି ଏସଡିପିଓ ସେତିକି କରୁଛନ୍ତି । ହ୍ଵାଟସପ୍‌ କଲ କରି ଧମକ ଚମକ ଦେବା ସହ ବିଜେପି ଛାଡି ବିଜେଡିକୁ ଭୋଟ ଦେବାକୁ କହୁଛନ୍ତି । ଏଭଳି 2 ଶହରୁ 250 ବିଜେପି କର୍ମୀଙ୍କୁ ଧମକ ଦିଆଯାଇଛି । ଏନେଇ ଏସପିଙ୍କୁ ଜଣାଇଛି । ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଜଣାଯାଇଛି । ଏହାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯଦି 23 ତାରିଖ ସୁଦ୍ଧା ସେ ଏଥିରୁ ନିବୃତ୍ତ ନହୁଅନ୍ତି, ତେବେ 23 ତାରିଖ ସନ୍ଧ୍ୟା 5ଟାରେ ମୁଁ ତାଙ୍କ ଅଫିସ ଆଗରେ ଧାରଣା ଦେବି । ଏହାସହ ହଜାର ହଜାର କର୍ମୀଙ୍କୁ ନେଇ ଏସପି ଓ ଏସଡିପିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିବି ।

ପ୍ରଶାନ୍ତ ଜଗଦ୍ଦେବ ଏହା ମଧ୍ୟ କହିଛନ୍ତି, "ବିଜେପି ଗଣତାନ୍ତ୍ରୀକ ଭାବରେ ନିର୍ବାଚନ ପ୍ରଚାର କରୁଛି । ହେଲେ ବିଜେଡି ମହିଳା ମିଶନ ଶକ୍ତିର ମାଆମାନଙ୍କୁ, ସିଆରପି, ଏମବିକେ, ଜିପିଏଲର କର୍ମକର୍ତ୍ତା, ବିଏଲଏଫ କର୍ମକର୍ତ୍ତା ଓ ଶିକ୍ଷକମାନଙ୍କୁ ଧମକ ଦେଉଛନ୍ତି । ଅଫିସରମାନଙ୍କୁ ଦାୟିତ୍ବ ଦେଇଛନ୍ତି ତମେ ସରକାରକୁ ଆଣିବ ଓ ସରକରା ଚଳାଇବ । ବର୍ତ୍ତମାନ ପୋଲିସମାନଙ୍କୁ ଏବଂ ଜିଲ୍ଲା ପ୍ରଶାସନକୁ ଧମକାଇ କହିଛନ୍ତି ଯେ, ତୁମେ କର୍ମୀମାନଙ୍କୁ ଧମକାଇ ଭୋଟ ଆଣ । ଯଦି ନ ଆଣ ତେବେ ଟ୍ରାନ୍ସଫର ହେବ । ଯଦି ଆଣିବ ତେବେ ସରକାରରେ ଭଲ ପଦବୀ ପାଇବ । ତେଣୁ ସମସ୍ତଙ୍କୁ ଅନୁରୋଧ କରୁଛି ଏଥିରୁ ନିବୃତ୍ତ ରୁହନ୍ତୁ । ଯଦି ନିବୃତ୍ତ ନ ରୁହନ୍ତି ତେବେ 23 ତାରିଖ ନିର୍ବାଚନ ପ୍ରଚାର ସରିଗଲେ ଆମେ ସମସ୍ତେ ଯାଇ ଥାନାରେ ବସିବୁ । ସବୁ ଥାନା ଓ ଏସପିଙ୍କ ଅଫିସକୁ ଘେରାଉ କରିବୁ । ଏହାସହ ଏସଡିପିଓଙ୍କୁ ତାଲା ପକାଇବୁ ।"

ଏହା ମଧ୍ୟ ପଢ଼ନ୍ତୁ...ମୈଦାନରେ ପ୍ରଶାନ୍ତ ଜଗଦେବ, ଘର ଘର ବୁଲି ଭୋଟ ମାଗୁଛନ୍ତି ପତ୍ନୀ - SWAGATIKA JAGDEV CAMPAIGN

ପ୍ରଶାନ୍ତ ଜଗଦ୍ଦେବ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସରଳତାଙ୍କୁ ନେଇ ବିଜେଡି ଖେଳ ଖେଳୁଛି ଏବଂ ଏଭଳି ପରିସ୍ଥିତିରେ ଖୋର୍ଦ୍ଧାବାସୀ ତାଙ୍କୁ ଆଶୀର୍ବାଦ କରନ୍ତୁ । ସେ 5 ବର୍ଷରେ ନୂଆ ଖୋର୍ଦ୍ଧା ଗଠନ କରିବେ । 5 ବର୍ଷ ହେଉଛି ୧୮୨୫ ଦିନ । ୨୫ ଦିନ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିବା ପରେ ୧୮୦୦ ଦିନ ଖୋର୍ଦ୍ଧାବାସୀଙ୍କ କାର୍ଯ୍ୟ କରିବେ । ୭୫ ବର୍ଷରେ ଯାହା ହୋଇନି ତାହା ୫ ବର୍ଷରେ କରିବି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଶାନ୍ତ । ସେପଟେ ଏ ସମ୍ପର୍କରେ ଏସଡିପିଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details