ଓଡିଶା

odisha

ETV Bharat / state

ରଜା ପୁଅ ରଜା ହେବା ପରମ୍ପରା ଗଣତନ୍ତ୍ରରେ ନାହିଁ: ଜୟନ୍ତ ଷଡ଼ଙ୍ଗୀ - Puri Assembly Constituency

Jayant Sarangi Starts Election Campaign: ପୁରୀ ବିଧାନସଭା ଆସନରେ ପ୍ରଚାର ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ପ୍ରଚାର ଆରମ୍ଭରୁ ବିଜେଡିକୁ ଟାର୍ଗେଟ । ଅଧିକ ପଢ଼ନ୍ତୁ

ଜୟନ୍ତ ଷଡ଼ଙ୍ଗୀ
ଜୟନ୍ତ ଷଡ଼ଙ୍ଗୀ

By ETV Bharat Odisha Team

Published : Apr 10, 2024, 7:27 AM IST

ଜୟନ୍ତ ଷଡ଼ଙ୍ଗୀ

ପୁରୀ:ପବିତ୍ର ହିନ୍ଦୁ ନବବର୍ଷରେ ପୁରୀ ବିଧାନସଭା ଆସନ ବିଜେପିର ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ନିଜର ପ୍ରଚାର ଅଭିଯାନ ଶୁଭାରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଶହ ଶହ ସମର୍ଥଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜୟନ୍ତ । ତେବେ ପ୍ରଚାର ଆରମ୍ଭରୁ ହିଁ ବିପକ୍ଷ ଦଳ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି ଜୟନ୍ତ ।

ପୁରୀ ବିଧାନସଭା ଆସନରେ ପ୍ରଚାରକୁ ଜୋରସୋର କରିଛନ୍ତି ଜୟନ୍ତ । ଏହି ପ୍ରଚାର କାର୍ଯ୍ୟକ୍ରମରେ ପୁରୀ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତିଙ୍କୁ ଟାର୍ଗେଟ କରି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ରଜା ପୁଅ ରାଜା ହେବ ସେ ଦିନ ଆଉ ନାହିଁ । ଏବେ ଗଣତନ୍ତ୍ର ଶାସନ ଚାଲିଛି । କେବଳ ସେତିକି ନୁହେଁ ବିଜେଡିର ପ୍ରାର୍ଥୀ ୱାର୍ଡ ମେମ୍ବରଟିଏ ମଧ୍ୟ ହୋଇ ନାହାନ୍ତି । ତୃଣମୂଳ ସ୍ତରରୁ ଜନସେବା କରିନାହାନ୍ତି । ଆମେ ୱାର୍ଡ ମେମ୍ବର, କାଉନସିଲର, ନଗରପାଳ ଭାବେ ଲୋକଙ୍କ ସେବା କରିଛୁ । ତେଣୁ ଲୋକମାନେ ସଠିକ୍ ନିଷ୍ପତ୍ତି ନେବେ । ଯିଏ ଜନ ସେବା କରିଛି ତାକୁ ହିଁ ଜିତାଇବେ । ଆଗାମୀ ନିର୍ବାଚନରେ ପୁରୀରେ ବିଜେପିର ବିପୁଳ ବିଜୟ ହେବ । ମୁଁ ଲୋକଙ୍କ ସହ ସବୁବେଳେ ରହିଛି । ଲୋକଙ୍କ ସୁଖ ଦୁଃଖରେ ଅଛି । ତେଣୁ ମୋତେ ପୁଣିଥରେ ଲୋକମାନେ ନିର୍ବାଚିତ କରିବେ । ଚଳିତ ନିର୍ବାଚନରେ ବିଜେପି ପୁରୀରେ ବିପୁଳ ବିଜୟ ହାସଲ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ବିଧାନସଭା: ବିଜେଡ଼ିକୁ ଟାର୍ଗେଟ କଲେ ଜୟନ୍ତ, ସୁନିଲଙ୍କୁ କହିଲେ ସିଜିନ ନେତା - Jayanta Sarangi Tragets Sunil

ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଏହା ମଧ୍ୟ କହିଛନ୍ତି, "ମୁଁ ରାଜନୀତି ଆସିବା ଦିନରୁ ଲୋକଙ୍କ ସହ ରହିଛି । ନିର୍ବାଚନ ପାଇଁ ପ୍ରଚାର ଏକ ପ୍ରକ୍ରିୟା ହୋଇଥିବାରୁ ଏହା ଜରିଆରେ ଲୋକଙ୍କୁ ଭେଟି ବିଭିନ୍ନ ଅଭିଯୋଗ ଓ ସମସ୍ୟାକୁ ଶୁଣି ଏହାର ନିରାକରଣ କରିବା ପାଇଁ ଆଗକୁ ଚେଷ୍ଟା କରିବି । ଖୁବଶୀଘ୍ର ପ୍ରଚାର ଅଭିଯାନକୁ ଜୋରଦାର କରାଯିବ । ଦିନକୁ ପୁରୀ ସହରରେ 2ଟି ୱାର୍ଡ ଓ ସଦରରେ 2 ଟି ପଞ୍ଚାୟତ ବୁଲି ପ୍ରଚାର କରିବି ।" ସେପଟେ ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି, "ପୁରୀ ଲୋକସଭା ଓ ବିଧାନସଭାରେ ବିଜେପି ବିପୁଳ ମାତ୍ରାରେ ବିଜୟ ହାସଲ କରିବ । ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତିଙ୍କୁ ତାଙ୍କ ଦଳରୁ ସମର୍ଥନ ମିଳୁନାହିଁ । ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ ରହିଛି । ତେଣୁ ଏହାର ଫାଇଦା ନେଇ ବିଜେପି ଜିତିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details