ଭୁବନେଶ୍ବର: ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ପ୍ରେସମିଟ କହିଲା ବିଜେପି । ଜାତୀୟ ଗଣମାଧ୍ୟମ ANIକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତକାରରେ 'ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି' ବୋଲି କହିବା ପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ସମୀର ମହାନ୍ତି କହିଛନ୍ତି," ନିଜ ଦଳ ଲୋକଙ୍କ ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ପ୍ରେସମିଟ କରାଇଛନ୍ତି । ଗୁମାସ୍ତା ଯିଏ ରିମୋଟ ଧରି ସରକାର ଚଳାଉଛନ୍ତି ଏବଂ ଯାହାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ ସାରା ଓଡ଼ିଶା ବୁଲିବା ପାଇଁ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଜି ପୁଣି ସେ କହୁଛନ୍ତି ତାଙ୍କ ଉତ୍ତରାଧିକାରୀ ଓଡିଶାବାସୀ ବାଛିବେ । ପ୍ରକୃତରେ ସେମାନେ ଜାଣି ସାରିଲେଣି ଓଡ଼ିଶାର ଲୋକ ମନ ବଳେଇ ସାରିଲେଣି ଓଡିଶାର ବିକଳ୍ପ ଭାବେ ବିଜେପିକୁ ବାଛୁଛନ୍ତି । ଏବଂ ବିଜେଡିର ନିଜ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଅଛି । 4 ତାରିଖରେ ଗୁମାସ୍ତାଙ୍କ ଉପରେ ବିଜେଡି କର୍ମୀ ଯେଉଁ ଭଳି ଆକ୍ରମଣ କରିବେ ସେଥିରୁ ବଞ୍ଚିବା ପାଇଁ ପ୍ରାୟୋଜିତ ସାମ୍ବାଦିକ ସମ୍ବିଳନୀ କରିଛନ୍ତି ।"
ରାଜ୍ୟରେ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ଦିନ ଥିବାବେଳେ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିରୋଧୀ କ୍ରମାଗତ ଭାବେ ଟାର୍ଗେଟ କରୁଥିବା ବେଳେ ଆଜି ଖବର ସରବରାହ ସଂସ୍ଥା ANIକୁ ପ୍ରତ୍ରିକ୍ରୀୟା ଦେଇ ଏଭଳି କହିଛନ୍ତି ନବୀନ । ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି ।