ଓଡିଶା

odisha

ETV Bharat / state

ବିଜେଡି ଛାଡ଼ିବା ପରେ ମମତାଙ୍କ ମନ୍ତବ୍ୟ; କହିଲେ ପ୍ରଲୋଭନ କଥା ମିଥ୍ୟା, ଖାଲି ଆସନରେ ପୁଣି ବିଜେପିରୁ ଯିବେ ରାଜ୍ୟସଭା ! - mamata mahanta reaches Bhubaneswar - MAMATA MAHANTA REACHES BHUBANESWAR

BJP leader mamata mahanta reaches Bhubaneswar airport: ପ୍ରଲୋଭନରେ ବିଜେପିରେ ମିଶିବା ପ୍ରସଙ୍ଗ ଖଣ୍ଡନ କଲେ ମମତା କହିଲେ, ଏସବୁ ମିଥ୍ୟା , ଯେଉଁମାନେ ଏହି ଅଭିଯୋଗ ଆଣିଛନ୍ତି ସେମାନେ ଜାଣିଛନ୍ତି ମମତା ମହାନ୍ତ କିଏ । ପ୍ରଲୋଭନ କଥା ଶତ ପ୍ରତିଶତ ମିଛ । ସତ୍ୟତା କିଛି ନାହିଁ।

ମମତା ମହାନ୍ତ
ମମତା ମହାନ୍ତ (ETV Bharat Odisha)

By ETV Bharat Odisha Team

Published : Aug 6, 2024, 8:31 PM IST

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ମମତା ମହାନ୍ତ । ବିଜେଡି ଛାଡ଼ି ବିଜେପିରେ ଯୋଗଦାନ ପରେ ଓଡିଶା ଫେରିଲେ ମମତା । ଆଜି ଅପରାହ୍ନରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ମମତା । ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ। ତେବେ ବିମାନବନ୍ଦରରେ ପହଁଚି ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, "ସମୟ କହିବ ଆଗକୁ କଣ ହେବ, ଦଳ ମୋତେ ଯେଉଁଥିପାଇଁ ଯୋଗ୍ୟ ମନେ କରିବ ମୁଁ ତାହା କରିବି ।"

ବିଜେଡି ଛାଡ଼ିବା ପରେ ମମତାଙ୍କ ମନ୍ତବ୍ୟ (ETV Bharat Odisha)


ସେ ପୁଣି କହିଛନ୍ତି, "ବିଜେଡି ରାଜସଭା ସାଂସଦ ଏବଂ ଦଳରୁ ଇସ୍ତଫା ପରେ ଚର୍ଚ୍ଚା ହେଉଥିଲା ମୁଁ ପ୍ରଲୋଭନରେ ଦଳକୁ ଆସିଛି । ହେଲେ ପ୍ରଲୋଭନ କଥା ମିଥ୍ୟା , ଯେଉଁମାନେ ଏହି ଅଭିଯୋଗ ଆଣିଛନ୍ତି ସେମାନେ ଜାଣିଛନ୍ତି ମମତା ମହାନ୍ତ କିଏ । ଦଳ ଯଦି ଖରାଦିନରେ ମୋତେ ଜଳ ବାଣ୍ଟିବାକୁ ଦେଲେ ମଧ୍ୟ ନିଷ୍ଠାର ସହକାରେ କରିବି ।"



'ମମତାଙ୍କ ବଡ଼ ବୟାନ '
ବିକଶିତ ଓଡିଶା ବିକଶିତ ଭାରତ କୁ ମୁଁ ବିଶ୍ୱାସ କରି ବିଜେପି ରେ ମିଶିଛି । ଆଗକୁ ଆମେ ଓଡ଼ିଶାର ବିକାଶ କରିବା । ସେମିତି କିଛି ପ୍ରତିଶୃତି ମୋତେ ମିଳିନି। ପ୍ରଧାନମନ୍ତ୍ରୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୁଁ ବିଜେପି ରେ ମିଶିଛି । ଦଳ ଯାହା ଦାୟିତ୍ବ ଦେବ ନିଷ୍ଠାର ସହ ତୁଲାଇବି । ଖରାଦିନେ ଜଳଛତ୍ର ରେ ପାନୀୟ ଜଳ ବଣ୍ଟନ କରିବାକୁ ଦେଲେ ମଧ୍ୟ ମୁଁ ପ୍ରସ୍ତୁତ କରିବା ପାଇଁ।


'ବିଜେପିରୁ ପୁଣି ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା '
ଚର୍ଚ୍ଚା ପୁଣି ବିଜେପିରୁ ରାଜ୍ୟସଭା ଯାଇପାରନ୍ତି ପ୍ରଶ୍ନରେ ମମତାଙ୍କ ଉତ୍ତରରେ କହିଛନ୍ତି, ସମୟ କହିବ, ଦଳ ମୋତେ ଯେଉଁଥିପାଇଁ ଯୋଗ୍ୟ ମନେ କରିବ ମୁଁ ତାହା କରିବି । ମୁଁ ସବୁଦିନେ ସାଂସଦ ମାନଙ୍କୁ ଭେଟେ କାଲି ଭେଟିଥିଲି ସେମିତି କିଛି ଆଲୋଚନା ହୋଇନି।ମମତା ମହନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ଓ ବିଜେପିରେ ମିଶିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ।ମମତାଙ୍କ ଇସ୍ତଫା ପରେ ଏବେ ଖାଲି ପଡିଥିବା ଆସନରୁ କିଏ ରାଜ୍ୟସଭାକୁ ଯିବ ତାକୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ, ଏ ଆସନ ପାଇଁ ନିର୍ବାଚନ ହେଲେ ଏହା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ । ତେବେ ଏନେଇ ଏବେ ଗଣମାଧ୍ୟମଠୁ ନେଇ ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା ଯେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏହି ଅସନରୁ ରାଜ୍ୟସଭାକୁ ପଠାଯାଇପାରେ । କାରଣ ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି । ଏହା ବ୍ୟତୀତ ଦିଲ୍ଲୀପ ରାୟ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନାଁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ସେପଟେ କୁହାଯାଉଛି ଯେ, ମମତା ମହନ୍ତ ବିଜେପିରେ ମିଶିବା ପଛରେ ତାଙ୍କୁ ଉତ୍ତର ଓଡିଶା ବିକାଶ ପରିଷଦର ଅଧକ୍ଷା କରାଯାଇପାରେ ବୋଲି ସର୍ତ୍ତ ରଖାଯାଇଛି।



'କେବେ ମମତା ମହାନ୍ତ ବିଜେଡିରୁ ରାଜ୍ୟ ସଭା ଯାଇଥିଲେ'
ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ମମତା ରାଜ୍ୟସଭା ସଦସ୍ୟ ଭାବେ ୨୦୨୦ ଏପ୍ରିଲ୍‌ ୩ ତାରିଖରେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୮କୁ ଖସିଛି।



ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details