ନବରଙ୍ଗପୁର: ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ବିବାଦୀୟ ଏଡିଟ ଭାଇରାଲ ଭିଡିଓକୁ ନେଇ ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଭିଡିଓ ଉପରେ ଜନସଭାରେ ମନ୍ତବ୍ୟ ଦେଇ ପ୍ରଦୀପ ମାଝୀ ଆଚାରଣ ବିଧି ଉଲ୍ଲଂଘନ କରିଥିବା ସେ କହିଛନ୍ତି । ଏଥି ସହ ଭିକେ ପଣ୍ଡିଆନ ପ୍ରଚାର ସମୟରେ ତାଙ୍କ ଗସ୍ତ ସରକାରୀ ପାଣ୍ଠି ନା ବିଜୁ ଜନତା ଦଳର ପାଣ୍ଠିରୁ ଖର୍ଚ୍ଚ ହେଉଛି ତାହା ଜଣାଇବାକୁ ଦାବି କରିଛନ୍ତି ବଳଭଦ୍ର ମାଝୀ ।
ବଳଭଦ୍ର ମାଝୀ କହିଛନ୍ତି, ''କୋଟପାଡ଼ ଠାରେ ଆୟୋଜିତ ବିଜେଡିର ଜନସଭାରେ ପ୍ରଦୀପ ମାଝି ସାମିଲ ହୋଇ ଅମିତ ଶାହଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତେଲେଙ୍ଗାନାର କୌଣସି କାର୍ଯ୍ୟକ୍ରମରେ ଅମିତ ଶାହ କହିଛନ୍ତି ବିଜେପି ସରକାର ପୁନର୍ବାର ସରକାରକୁ ଆସିଲେ ଏସଟି, ଏସସି ଓ ଓବିସି ଆରଂକ୍ଷଣ ଶେଷ କରି ଦେବେ । ଏହା ବିଜୁ ଜନତା ଦଳର ହିନ ମାନସିକତାକୁ ଦର୍ଶାଉଛି । ଯେଉଁଟାକି ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ ଦଫା ଲାଗି ପାରିବ । ଏନେଇ ମୁଁ ଅବଜରଭରଙ୍କୁ ଜଣାଇଛି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ । ଏଥିସହ ପ୍ରଦୀପ ମାଝୀ ବିଜେପି ଓ ମୋ ବିରୋଧରେ ବହୁ ମିଥ୍ୟା ଆରୋପ ଆଣିଛନ୍ତି । ଯାହା ନିର୍ବାଚନ ସଂହିତାର ଉଲ୍ଲଂଘନ ।''