ଓଡିଶା

odisha

ETV Bharat / state

'୨୧ ପୁରୁଣା ଯୋଜନାର ନାମ ପରିବର୍ତ୍ତନ, ୭ ନୂଆ ସ୍କିମ୍': ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର - SCHEME RENAMED BY BJP GOVERNMENT

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର । ' ବିଜେପି ସରକାର ଆଣିଛନ୍ତି ୭ ନୂଆ ଯୋଜନା । ନବୀନ ସରକାର ଅମଳର ୨୧ ସ୍କିମ୍ ନାଁ ପରିବର୍ତ୍ତନ କରିଛନ୍ତି । '

BJP GOVERNMENT RENAMES 21 SCHEMES
BJP GOVERNMENT RENAMES 21 SCHEMES (ETV BHARAT ODISHA)

By ETV Bharat Odisha Team

Published : Nov 29, 2024, 11:28 AM IST

Updated : Nov 29, 2024, 12:31 PM IST

ଭୁବନେଶ୍ବର:ନବୀନଙ୍କ ସରକାର ସମୟର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ବିଜେପି ସରକାର । ବିଧାନସଭା ଶୀତ ଅଧିବେଶରେ ଏକଥା ନିଜେ ମାନିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମୋହନ ସରକାର ଆସିବା ପରେ , 7ଟି ନୂଆ ଯୋଜନା କରାଯାଇଥିବା ବେଳେ 21 ଟି ପୁରୁଣା ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଧାନସଭା ଶୀତକାଳୀନ ଅଧିବେଶନରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପରି ଲିଖିତ ଉତ୍ତର ରଖାଯାଇଛି ।

୨୧ଟି ପୁରୁଣା ଯୋଜନାର ନାମ ପରିବର୍ତ୍ତନ:

ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଗୃହରେ ପ୍ରଶ୍ନ କରିଥିଲେ ଯେ, 2024 ମାର୍ଚ୍ଚ 31 ସୁଦ୍ଧା ରାଜ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ର ଯୋଜନା, ରାଜ୍ୟ-କେନ୍ଦ୍ର ଯୋଜନା କେତେ ପ୍ରତିଶତ ଅନୁଦାନରେ କେତେ କାର୍ଯ୍ୟକାରୀ ହେଉଥିଲା ? ଏବେ ରାଜ୍ୟରେ କେଉଁ ପୂରୁଣା ଯୋଜନା ବନ୍ଦ ରହିଛି, କେତେ ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନା ଗୁଡିକର ପୁନଃ ନାମକରଣ ହୋଇଛି ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ''ରାଜ୍ୟରେ ୨୧ ଟି ପୁରୁଣା ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକରେ ଶତ ପ୍ରତିଶତ ରାଜ୍ୟର ନିଜସ୍ବ ପାଣ୍ଠିର ବିନିଯୋଗ ହୋଇଥାଏ । କେନ୍ଦ୍ର ଯୋଜନାରେ ଶତ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିଥାନ୍ତି । ''

ଏହା ମଧ୍ୟ ପଢନ୍ତୁ-ମହାନଦୀରେ ନିର୍ମାଣ ହେବ ଜଳଭଣ୍ଡାର ଏବଂ ବ୍ୟାରେଜ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ-ଅନାହାର ମୃତ୍ୟୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ନଜର ପକାନ୍ତୁ କେଉଁ ଯୋଜନାର କଣ ନାମ ପରିବର୍ତ୍ତନ କରାଯାଇଛି:

BJP GOVERNMENT RENAMES 21 SCHEMES (ETV BHARAT ODISHA)

ନବୀନ ସରକାର ସମୟରେ ଥିବା 'କାଳିଆ' ଯୋଜନାର ନାମକୁ ପରିବର୍ତ୍ତନ କରାଯାଇ 'ସିଏମ କିଷାନ' ଯୋଜନା କରାଯାଇଛି । ସେହିପରି 'ବିଜୁ ସ୍ବାସ୍ଥ୍ୟ କଲ୍ୟାଣ' ଯୋଜନାର ନାମ 'ଗୋପବନ୍ଧୁ ଜନ ଆରୋଗ୍ୟ' ଯୋଜନା କରାଯାଇଛି । 'ମୋ ସ୍କୁଲ ଅଭିଯାନର' ନାମ 'ପଞ୍ଚ ସଖା ଶିକ୍ଷା ସେତୁ' ରଖାଯାଇଛି ।

ନବୀନଙ୍କ ଯୋଜନା ପରିବର୍ତ୍ତିତ ନୂତନ ଯୋଜନାର ନାମ
କାଳିଆ ସିଏମ କିଷାନ ଯୋଜନା
ଓଡ଼ିଶା ମିଲେଟ ମିଶନ ଶ୍ରୀଅନ୍ନ ଅଭିଯାନ
କାଳିଆ ଛାତ୍ରବୃତ୍ତି କୃଷି ବିଦ୍ୟାନିଧି ଯୋଜନା
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
ଆମ ଓଡ଼ିଶା ନବୀନ ଓଡ଼ିଶା ବିକଶିତ ଗାଁ ବିକଶିତ ଓଡ଼ିଶା
ବିଜୁ ପକ୍କା ଘର ଅନ୍ତୋଦୟ ଗୃହ ଯୋଜନା
ବିଜୁ ସେତୁ ଯୋଜନା ସେତୁ ବନ୍ଧ ଯୋଜନା
ଲକ୍ଷ୍ମୀ ବସ୍ ଗ୍ରାମାଞ୍ଚଳ ପରିବହନ
ବିଜୁ ଯୁବ ଶସକ୍ତିକରଣ ଯୋଜନା ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା
ମୋ କଲେଜ ଅଭିଯାନ ଆମ ଗୌରବ ଆମ କଲେଜ
ମତ୍ସଜୀବୀ କଲ୍ୟାଣ ଓଡ଼ିଶା ଧିବର କଲ୍ୟାଣ ଯୋଜନା
ପ୍ରାଣୀଧନ ସ୍ବାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଗୋମାତା
କୁକୁଡା ଚାଷ ଏବଂ କ୍ଷୁଦ୍ର ପ୍ରାଣୀ ସମ୍ପଦ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା
ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା
ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ
ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ଓଡ଼ିଶା ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା
ମୋ ସ୍କୁଲ ଅଭିଯାନ ପଞ୍ଚଶଖା ଶିକ୍ଷା ସେତୁ
ବିଜୁ କେବିକେ କେବିକେ ବିକାଶ ଯୋଜନା
ବିଜୁ କନ୍ଧମାଳ ଓ ଗଜପତି ଯୋଜନା କନ୍ଧମାଳ ଓ ଗଜପତି ବିକାଶ ଯୋଜନା
ସମନ୍ବିତ ଯୁବ ବିକାଶ ଯୁବ ବିକାଶ
ବିଜୁ ଶିଶୁ ସୁରକ୍ଷା ଯୋଜନା ଯଶୋଦା

୭ ନୂଆ ଯୋଜନା:

ଓଡ଼ିଶାରେ ଶିକ୍ଷା, କୃଷି, ମହିଳା, ଆଦିବାସୀ ଛାତ୍ରଛାତ୍ରୀ, ଶ୍ରୀମନ୍ଦିରର ଉନ୍ନତି କରଣ, ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ମୋହନ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୋଜନା ଉପରେ ନଜର ପକାନ୍ତୁ ।

  • ୧. ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା
  • ୨. ସୁଭଦ୍ରା ଯୋଜନା
  • ୩. ସମୃଦ୍ଧ କୃଷକ ଯୋଜନା
  • ୪. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ କର୍ପସ ଫଣ୍ଡ
  • ୫. ଓଡ଼ିଆ ଅସ୍ମିତା କର୍ପସ ଫଣ୍ଡ
  • ୬. ମାଧୋ ସିଂହ ହାଥ ପାଣ୍ଠି ଖର୍ଚ୍ଚ ଯୋଜନା
  • ୭. ଶିଶୁ କର୍କଟ ରୋଗ ପାଇଁ ବିବିଧ ସୁବିଧା ଯୋଜନା
BJP GOVERNMENT RENAMES 21 SCHEMES (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 29, 2024, 12:31 PM IST

ABOUT THE AUTHOR

...view details