ଭୁବନେଶ୍ବର:‘ବିଜୁ ଜନତା ଦଳ’ର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।
- ପ୍ରତାପ କରିବେ ନିର୍ବାଚନ ପରିଚାଳନା
ଆଜି ବିଜେଡି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତାପ ହେଉଛନ୍ତି ଦଳର ବରିଷ୍ଠ ନେତା, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ । ପ୍ରତାପ କେଶରୀ ଦେବ ଦଳୀୟ ନିର୍ବାଚନକୁ ପରିଚାଳନା କରିବେ । ଏହା ସହିତ ସେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିନିଧି ମଧ୍ୟ ଚୟନ କରିବେ । ପରେ ଏହି ପ୍ରକ୍ରିୟାର ପରିଚାଳନା ପାଇଁ ଦଳର ୩୩ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତି ଦେବ ଦଳ । ପ୍ରଥମେ ପଞ୍ଚାୟତ, ବ୍ଲକ ଏବଂ ଏନଏସି ସ୍ତରରେ ଦଳର ସଭାପତି ନିର୍ବାଚିତ ହେବେ । ଏହା ପରେ ଜିଲ୍ଲା ସ୍ତରର ସଭାପତିଙ୍କ ନିଯୁକ୍ତି ହେବ ।
ଏହା ମଧ୍ୟ ପଢନ୍ତୁ:- |