ଓଡିଶା

odisha

ETV Bharat / state

ରାଜଗାଙ୍ଗପୁରରେ ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ, ଭୋଟ ମାଗିଲେ ଦିଲ୍ଲୀପ - rajgangpur assembly constituency - RAJGANGPUR ASSEMBLY CONSTITUENCY

BJD MEETING: ରାଜଗାଙ୍ଗପୁର ବାଣ୍ଟୁପଡ଼ା ଠାରେ ବିଜେଡିର ଶକ୍ତି ପ୍ରଦର୍ଶନ । ଚଳିତ ନର୍ବାଚନ ବୈତରଣୀ ପାର ହେବାକୁ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ରଣନୀତି । ଅଧିକ ପଢନ୍ତୁ

ରାଜଗାଙ୍ଗପୁରରେ ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ, ଭୋଟ ମାଗିଲେ ଦିଲ୍ଲୀପ
ରାଜଗାଙ୍ଗପୁରରେ ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ, ଭୋଟ ମାଗିଲେ ଦିଲ୍ଲୀପ

By ETV Bharat Odisha Team

Published : Apr 21, 2024, 5:41 PM IST

ରାଜଗାଙ୍ଗପୁରରେ ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ, ଭୋଟ ମାଗିଲେ ଦିଲ୍ଲୀପ

ରାଉରକେଲା:ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଧୀରେ ଧୀରେ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ଭିତରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ବାଣ୍ଟୁପଡ଼ା ଠାରେ ଏହି କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ବିଜେଡି ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅନିଲ ବରୁଆ, ବିଜେଡି ରାଜ୍ୟ ଉପସଭାପତି ଏବଂ ପୂର୍ବତନ ମନ୍ତ୍ରୀ ମଙ୍ଗଳ କିଷାନ ମଧ୍ୟ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହାସହ ଏକ ବିଶାଳ ମିଶ୍ରଣ ପର୍ବ ମଧ୍ୟ ଆୟୋଜନ ହୋଇଥିଲା । ମିଶ୍ରଣ ପର୍ବରେ କୁତ୍ରା, ରାଜଗାଙ୍ଗପୁର ଏବଂ ଲାଠିକଟା ଅଞ୍ଚଳରୁ ଆସିଥିବା ବିଭିନ୍ନ ଦଳର ବହୁ ନେତା ଏବଂ କର୍ମୀ ବିଜେଡିରେ ଯୋଗ ଦେଇଥିଲେ ।

ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ, ବର୍ତ୍ତମାନ ନିର୍ବାଚନରେ ବିଜେଡିର ଆଗାମୀ ନିର୍ବଚନରେ ଏକ ବିଶାଳ ସଫଳ ପ୍ରତିଫଳନ ହେବ । ବିଜେଡି ଏକ ଦଳ ନୁହଁ ପରିବାର । ରାଜ୍ୟ ସରକାରଙ୍କ ଦିଗଦର୍ଶନରେ ଆଜି ସୁନ୍ଦରଗଡ଼ ହକି ପାଇଁ ବିଶ୍ଵ ଦରବାରରେ ପରିଚିତ ହୋଇପାରିଛି । ସେ ହକି ବା ରାଜନୀତିର ମଇଦାନ ହେଉ ଆମେ ସବୁବେଳେ ପରିଶ୍ରମ କରିବା ଶିଖୁଛୁ । ପରିଶ୍ରମ କରି ବିଜେଡି ଏଥର ଜିଲ୍ଲାର ଲୋକସଭା ଓ ୭ଟି ଯାକ ବିଧାନସଭା ନିଶ୍ଚୟ ଜିତିବ ଏବଂ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ପ୍ରାର୍ଥୀ ଘୋଷଣାକୁ ନେଇ ଜିଲ୍ଲା ବିଜେଡିରେ ଗୋଷ୍ଠୀ ବିବାଦ, କର୍ମୀଙ୍କୁ ମନାଇଲେ ପ୍ରଣବ - Deogarh Assembly Constituency

ଏହା ମଧ୍ୟ ପଢନ୍ତୁ.....ଟିକଟ ଦେଇ ଛଡାଇ ନେଲା କଂଗ୍ରେସ, ହାତ ଛାଡିଲେ ହକି ତାରକା - Prabodh Tirkey Quits Congress

ସେଭଳି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ଏବଂ ବିଧାୟକ ପ୍ରାର୍ଥୀ ଅନିଲ ବରୁଆ ଦଳ କିପରି ଆହୁରି ମଜବୁତ ହେବ, କିପରି ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ନେଇ ଦଳ ଆଗକୁ ଯିବ ସେ ଉପରେ କର୍ମୀଙ୍କ ସହ ଆଲୋଚନା କରିଥିଲେ । ତେବେ ବିଜେଡି ନିଜର ସଂଗଠନ ମଜବୁତ କରିବା ସହ ଏଥର ଏକ ତରଫା ବିଜୟକୁ ନେଇ ଟାର୍ଗେଟ ରଖିଛି ।

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details