ଭୁବନେଶ୍ବର:ପୁଣି ବିଜେଡିକୁ ଝଟକା । ଦଳ ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶାସକ ଦଳରୁ ଇସ୍ତଫା ପରେ ପୁଣି ଘରକୁ ବାହୁଡିବେ । ଅର୍ଥାତ ବିଜେପିରେ ଯୋଗ ଦେବେ ଅରବିନ୍ଦ ।
ବିଧିବଦ୍ଧ ଭାବେ ବିଜେଡି ଛାଡିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ବିଧାୟକ । ପୂର୍ବରୁ ବିଜେପି ଟିକେଟରୁ ମାଲକାନଗିରିରୁ ମଧ୍ୟ ବିଧାୟକ ହୋଇଥିଲେ ଅରବିନ୍ଦ ଢାଲି । ସେ ବିଜେପି, ବିଜେଡି, ଭାରତୀୟ ଜନଶକ୍ତି ପାର୍ଟି ଏବଂ ସମାଜବାଦୀ ପାର୍ଟିରେ ରହି ଆସିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ପୁଣିଥରେ ପୂର୍ବ ଦଳକୁ ଫେରିପାରନ୍ତି ଅରବିନ୍ଦ । ତେବେ କେଉଁ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ସେନେଇ ମୁହଁ ଖୋଲି ନାହାନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ସେ ବିଜେପିରେ ସାମିଲ ହେବ । ଘର ବାହୁଡ଼ିବା ପରେ ବିଜେଡି ଛାଡିବାର କାରଣ କହିବେ ବୋଲି କହିଛନ୍ତି ଅରବିନ୍ଦ ।
ସୂଚନା ଅନୁସାରେ, ପ୍ରଥମେ ବିଜେପି ଟିକେଟରୁ ସେ ବିଧାୟକ ହୋଇଥିଲେ । ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ପରେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରୁ ଦୁଇଥର ବିଧାୟକ ହୋଇଛନ୍ତି । ଅରବିନ୍ଦ ପୂର୍ବରୁ 3 ଥର ମାଲକାନଗିରିରୁ ବିଧାୟକ ହୋଇଥିଲେ । ଉକ୍ତ ସିଟ ସଂରକ୍ଷିତ ହୋଇଯିବା ପରେ ଜୟଦେବରୁ ଛିଡା ହୋଇ ୨ ଥର ବିଜୟ ହୋଇଥିଲେ ।