ଓଡିଶା

odisha

ETV Bharat / state

ନବୀନ ବୁଲିବେ ଜିଲ୍ଲା, ସଦସ୍ୟତା-ଜନସମ୍ପର୍କ ପଦ ଯାତ୍ରା ପରେ ଗସ୍ତ - JANA SAMPARK PADAYATRA OF BJD

ଗ୍ରାଉଣ୍ଡକୁ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଗ୍ରହଣ ଅଭିଯାନ ପରେ ଜିଲ୍ଲା ଗସ୍ତ ।

ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଗ୍ରହଣ ଅଭିଯାନ ପରେ ଜିଲ୍ଲା ଗସ୍ତ କରିବେ ନବୀନ
ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଗ୍ରହଣ ଅଭିଯାନ ପରେ ଜିଲ୍ଲା ଗସ୍ତ କରିବେ ନବୀନ (ETV Bharat Odisha)

By ETV Bharat Odisha Team

Published : Nov 9, 2024, 2:47 PM IST

ଭୁବନେଶ୍ବର:ନିର୍ବାଚନରେ ପରାଜୟ ପରେ ପୂର୍ବପେକ୍ଷା ଅଧିକ ସକ୍ରିୟ ନଜର ଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ସେ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ମିଳିଛି । ଜାରି ରହିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମ । ଉଭୟ କାର୍ଯ୍ୟକ୍ରମର ସମୀକ୍ଷା କରିଛି ଦଳ । ଶଙ୍ଖ ଭବନରେ ଆୟୋଜିତ ବୈଠକରେ ଉଭୟ କାର୍ଯ୍ୟକ୍ରମର ସମୀକ୍ଷା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ ନେଇ ଆଲୋଚନା ହୋଇଛି । ଉଭୟ କାର୍ଯ୍ୟକ୍ରମ ଶେଷ ହେବା ପରେ ନବୀନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ବିଜେଡି ନେତା କହିଛନ୍ତି ।

  • ନବୀନଙ୍କ ପ୍ରତି ଭଲ ପାଇବା ବଢିଛି: ପ୍ରଶାନ୍ତ

ପୂର୍ବତନ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି," ବିଜେଡିର ବର୍ତ୍ତମାନ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଜାରି ରହିଛି । ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ସଂଗ୍ରହ ଅଭିଯାନ । ଦୁଇ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା ହୋଇଛି । ସାରା ଓଡିଶାର ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାକୁ ଅଦ୍ଭୂତପୂର୍ବ ସଫଳତା ମିଳିଛି । କାର୍ଯ୍ୟକ୍ରମକୁ ଲୋକପ୍ରିୟତା ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ବୃଦ୍ଧି ପାଇଛି । ଲୋକ ଏହାକୁ ପରିପ୍ରକାଶ କରୁଛନ୍ତି । ଦଳ ଏ ନେଇ ବହୁତ ଉତ୍ସାହିତ ଅଛି । ସେହିପରି ଜନସମ୍ପର୍କ ପଦଯାତ୍ରା ଦୁଇଟି ପର୍ଯ୍ୟାୟରେ ସଫଳତାର ସହ ମଧ୍ୟ ହୋଇଛି ।"

ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଗ୍ରହଣ ଅଭିଯାନ ପରେ ଜିଲ୍ଲା ଗସ୍ତ କରିବେ ନବୀନ (ETV Bharat Odisha)
  • ସଦସ୍ୟତା ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବ: ପ୍ରଶାନ୍ତ

ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି," ରାଜ୍ୟର ସର୍ବବୃହତ ଆଞ୍ଚଳିକ ଦଳ ହେଉଛି ବିଜେଡି । ଦଳର ସଦସ୍ୟତା ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ହୋଇଛି । ଆରମ୍ଭ ହୋଇଥିବା ସଦସ୍ୟ ଗ୍ରହଣ ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବ । ପୁନଶ୍ଚ ଦଳର ସାଂଗଠନିକ ପ୍ରକ୍ରିୟା ଆରମ୍ଭ ହେବ । ଜିଲ୍ଲା ବୁଲିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ନବୀନଙ୍କ ଜିଲ୍ଲା ଗସ୍ତ ନେଇ ଲୋକଙ୍କ ଡିମାଣ୍ଡ ଓ ଆଗ୍ରହ ରହିଛି । ନେତାଙ୍କୁ ପାଖରେ ଦେଖିବାକୁ ଦଳର କର୍ମୀ ଚାହୁଁଛନ୍ତି । ନବୀନ ବାବୁ ଏନେଇ ନିଜର ଏଜେଣ୍ଡା ସ୍ଥିର କରିବେ ।"

ଏହା ମଧ୍ୟ ପଢନ୍ତୁ :- ଛାତ୍ରଛାତ୍ରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମକୁ ମୋହନ ମାଝୀ ସରକାର ବନ୍ଦକୁ ନବୀନଙ୍କ ନାପସନ୍ଦ

ଏହା ମଧ୍ୟ ପଢନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା’, ନବୀନଙ୍କ ବୟାନଙ୍କୁ ବିଜେପିର କାଉଣ୍ଟର

  • 25 ବର୍ଷ ଶାସନ କ୍ଷମତାରେ ରହିବା ବଡ କଥା : ପ୍ରଶାନ୍ତ

ସେ ଏହା ମଧ୍ୟ କହିଛନ୍ତି, "ଲଗାତାର ଭାବେ 25 ବର୍ଷ ଧରି ଗୋଟେ ଦଳ ଶାସନ କ୍ଷମତାରେ ରହିବା କିଛି କମ କଥା ନୁହେଁ । ଏହା ଏକ ରେକର୍ଡ । ଏହା କେବଳ ଓଡିଶା ବାସୀଙ୍କ ଭଲ ପାଇବା ଓ ଆକୁଣ୍ଠ ସମର୍ଥନରେ ସମ୍ଭବ ହୋଇଛି । ଶାସନ ବ୍ୟବସ୍ଥାର ପରିବର୍ତ୍ତନ ପରେ ଲୋକେ ଯାହା ଆଶା କରୁଥିଲେ, ତାହା ପାଉନାହାନ୍ତି । ଲୋକେ ପୁଣି ୟୁ ଟର୍ଣ୍ଣ କରି ପୁନର୍ବାର ନବୀନ ପଟ୍ଟନାୟକଙ୍କୁ ଖୋଜୁଛନ୍ତି । ପ୍ରତ୍ୟେକ ଯୋଜନା କାର୍ଯ୍ୟକାରିତା, ବିଧି ବ୍ୟବସ୍ଥାରେ ନବୀନ ପଟ୍ଟନାୟକଙ୍କୁ ଖୋଜୁଛନ୍ତି । ତେଣୁ ସରକାରରେ ଥିବା କର୍ମକର୍ତ୍ତା ଓ ବିଜେପି ନେତାଏ ଏହାକୁ ସହିପାରୁନାହାନ୍ତି । ତେଣୁ ବିଜେଡି ବିରୋଧରେ ବୟାନ ବାଜି କରୁଛନ୍ତି । ବିଜେଡି ନିଜର ନେତା ଓ ସେମାନଙ୍କ ମତାମତକୁ ପ୍ରାଧାନ୍ୟ ଦିଏ ।"

ଏହା ମଧ୍ୟ ପଢନ୍ତୁ...ଜଷ୍ଟିସ ଆଟ୍ ଡୋର ଷ୍ଟେପ: ମହିଳାଙ୍କ ପାଇଁ ପ୍ରତି ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀଙ୍କ ସୂଚନା 'ଡଷ୍ଟବିନକୁ ଯିବ ଅଦରକାରୀ ଆଇନ'

ଏହା ମଧ୍ୟ ପଢନ୍ତୁ...ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲେ ମୋହନ ସରକାର, ବିଜେଡି କହିଲା କପି-ପେଷ୍ଟ

ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମା କହିଛନ୍ତି, "ସାରା ରାଜ୍ୟରେ ବିଜେଡିର ପଦଯାତ୍ରା ଚାଲିଛି । ଏହାର ଅଗ୍ରଗତି ନେଇ ସମୀକ୍ଷା ହୋଇଛି । କେଉଁଠି ପଦଯାତ୍ରା ହୋଇଛି କି ହୋଇନାହିଁ, ସେ ବାବଦରେ ଆଲୋଚନା ହୋଇଛି । ଜନସାଧାରଣଙ୍କ ସହଯୋଗ କେମିତି ରହିଛି, ସେନେଇ ଆଲୋଚନା ହୋଇଛି । କେଉଁ କେଉଁ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ହୋଇନାହିଁ, ତାହା ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ ହେବ । ଜନ ସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଗ୍ରହଣ ଅଭିଯାନ ବାବଦରେ ବିସ୍ତୃତ ଆଲୋଚନା ହୋଇଛି । ଯେହେତୁ ସଭ୍ୟ ସଂଗ୍ରହ ଅଭିଯାନ ଓ ପଦଯାତ୍ରା ଚାଲିଛି, ଏହା ପରେ ନବୀନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details