ଓଡିଶା

odisha

Naveen Advice: କର୍ମକର୍ତ୍ତାଙ୍କୁ ନବୀନଙ୍କ ପରାମର୍ଶ, ସୋସିଆଲ ମିଡିଆରେ BJPର ମିଛ ପ୍ରତିଶ୍ରୁତି ବିରୋଧରେ ଲୋକଙ୍କୁ କର ସଚେତନ - BCJD Meeting

By ETV Bharat Odisha Team

Published : Aug 30, 2024, 7:50 PM IST

BCJD Meeting: ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଣ କଣ ପରାମର୍ଶ ଦେଇଛନ୍ତି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

କର୍ମକର୍ତ୍ତାଙ୍କୁ ନବୀନଙ୍କ ପରାମର୍ଶ
କର୍ମକର୍ତ୍ତାଙ୍କୁ ନବୀନଙ୍କ ପରାମର୍ଶ (ETV Bharat Odisha)

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ବୈଠକ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ବିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଛାତ୍ର, ଯୁବ, ମହିଳା ଶାଖା ସମସ୍ତେ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

କର୍ମକର୍ତ୍ତାଙ୍କୁ ନବୀନଙ୍କ ପରାମର୍ଶ (ETV Bharat Odisha)

‘ନିର୍ବାଚନରେ ହାର୍‌ ଜିତ ଅଛି’

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ସେବା, ସଂଗ୍ରାମ, ସ୍ବାଭିମାନ ଓ ସଚେତନତା ହେଉଛି ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜେଡି ଗତ 27 ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । କ୍ଷମତା ନୁହେଁ ଲୋକଙ୍କ ସେବା ହିଁ ବିଜେଡିର ଲକ୍ଷ୍ୟ । ନିର୍ବାଚନରେ ହାର ଜିତ ଅଛି । ଗତ ନିର୍ବାଚନରେ ବିଜେଡି 41.02% ଭୋଟ ପାଇଛି । ଯାହା ସର୍ବାଧିକ ସଂଖ୍ୟକ ଭୋଟ । ଓଡିଶା ବାସୀଙ୍କ ଏ ଭଲ ପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ।"

BCJD Meeting (ETV Bharat Odisha)

ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବାକୁ ନବୀନଙ୍କ ପରାମର୍ଶ:

ନବୀନ କହିଛନ୍ତି, "ବିଜେଡି ସରକାର ସମୟରେ ଶିକ୍ଷା ଓ କ୍ରୀଡାର ବିକାଶ ହୋଇଛି । ଏକ ଶିକ୍ଷିତ ସମାଜ ଗଠନ ଲକ୍ଷ୍ୟ ନେଇ ରାଜ୍ୟରେ ଗତ ସରକାର ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଯାହାକି ଓଡିଶାକୁ ପୂର୍ବ ଭାରତର ଏକ ଶିକ୍ଷା ହବ କରିପାରିଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ଏବଂ 5T ସ୍କୁଲ କଲେଜ ରୂପାନ୍ତର ସୁଫଳ ଦେବା ଆରମ୍ଭ କରିଛି । ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ମେଡିକାଲ ପଢିବା ପାଇଁ ଜାତୀୟ ପରୀକ୍ଷାରେ ସଫଳ ହେବା ଏହାର ଫଳ ଶ୍ରୁତି । ମଙ୍ଗଳାଙ୍କୁ ଅଭିନନ୍ଦନ ଜଣାଉଛି । ସେହିପରି ଓଡିଶା ଆଜି ଦେଶର କ୍ରୀଡା ରାଜଧାନୀ ହୋଇଛି । ଏହା ଆନନ୍ଦର କଥା । ସମାଜ ଉପରେ ସୋସିଆଲ ମିଡ଼ିଆର ପ୍ରଭାବ ରହିଛି । ଛାତ୍ର ବିଜେଡି ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଭୁଲ ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି । ପ୍ରତି ଘରକୁ 300 ୟୁନିଟ ମାଗଣା ବିଜୁଳି ଓ ସବୁ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ 3000 ଟଙ୍କା ପେନସନ, ସୁଭଦ୍ରା ଯୋଜନାରେ ପଚାଶ ହଜାର ଆଦି ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

Naveen Patnaik (ETV Bharat Odisha)

ସମାଜ ସେବା କରିବାକୁ ଆହ୍ବାନ:

ସେହିପରି ସୁଭଦ୍ରା ଯୋଜନାରେ ମା'ଙ୍କୁ ପଚାଶ ହଜାର ଟଙ୍କା ଘୋଷଣା କରି ପାଞ୍ଚ ହଜାର ଟଙ୍କା କିସ୍ତି ଦେବା ନିଷ୍ପତ୍ତିରେ ନବୀନ ନୈରାଶ୍ୟ ପ୍ରକାଶ କରିଛନ୍ତି । ସମାଜ ସେବା, ପରିବେଶ ସୁରକ୍ଷା, ଗରିବ ଲୋକଙ୍କୁ ସାହାଯ୍ୟ ସହିତ ଓଡ଼ିଆ ସ୍ବାଭିମାନର ସୁରକ୍ଷା ଦିଗରେ କାମ କରିବାକୁ ନବୀନ ଆହ୍ବାନ ଜଣାଇଛନ୍ତି । ଛାତ୍ର ସମାଜ ଭବିଷ୍ୟତର କର୍ଣ୍ଣଧାର । ପ୍ରତିବଦ୍ଧତାର ସହ କାମ କଲେ ସଶକ୍ତ ଓଡିଶା ଗଠନ ରାସ୍ତା ପ୍ରଶସ୍ତ ହୋଇ ପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଛନ୍ତି । ଛାତ୍ର ବିଜେଡିର ମହା ସଚିବ ଇପ୍ସିତା ସାହୁ, ଅବିନାଶ ଠାକୁର ପ୍ରମୁଖ ଉଦବୋଧନ ଦେଇଛନ୍ତି ।

Naveen Patnaik (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:BJD Programme; 5 ଦିନ ତଳେ ନୂଆ ବିଧାୟକଙ୍କୁ ପାଠ ପଢାଇଥିଲେ ନବୀନ, ଆଜି ଛାତ୍ର ବିଜେଡିର ସାଂଗଠନିକ ବୈଠକ, କଣ ରହିବ ରୋଡ ମ୍ୟାପ ?

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details