ସମ୍ବଲପୁର:କଳାକ୍ଷେତ୍ରରେ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ସେଥିମଧ୍ୟରେ ରହିଛନ୍ତି ସମ୍ବଲପୁରର ବିଶିଷ୍ଟ ଗୀତିକାର ତଥା ନାଟ୍ୟକର ବିନୋଦ କୁମାର ପଶାୟତ । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି l ଏହି ସୂଚନା ପାଇବା ପରେ ବିନୋଦ ପଶାୟତ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ସେ ବିଶେଷଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ନିଜର ପ୍ରିୟ ନେତା ବୋଲି କହିଛନ୍ତି l ଏଥିସହ ସମ୍ବଲପୁରବାସୀଙ୍କ ସ୍ନେହ ପ୍ରେମ ଓ ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ଲାଭ କରିଥିବା ପ୍ରକାଶ କରିଛନ୍ତି ।
ଏତେ ସରକାର ଆସିଲେ ଆଉ ଗଲେ, କେହି ତାଙ୍କୁ ପଚାରି ନଥିଲେ । କିନ୍ତୁ ମୋଦି ସରକାର ତାଙ୍କୁ ଏହି ସମ୍ମାନ ଦେଇଥିବାରୁ ବିନୋଦ କୁମାର ପଶାୟତ କେନ୍ଦ୍ର ସରକାରଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l କବି ତଥା ନାଟ୍ୟକାର ବିନୋଦ ପଶାୟତଙ୍କ ଘର ସମ୍ବଲପୁର ସେନ ପାର୍କ ନିକଟରେ ଅବସ୍ଥିତ l ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଅନେକ ଗୀତ ଓ ନାଟକ ରଚନା କରିଛନ୍ତି l କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବାକୁ ଯାଉଛି l
ଏହା ମଧ୍ୟ ପଢନ୍ତୁ:2 ମରଣୋତ୍ତରଙ୍କ ସମେତ 1132 ଜଣଙ୍କୁ ସାହସିକତା ଓ ସେବା ପୁରସ୍କାର