ଓଡିଶା

odisha

ETV Bharat / state

ଭୋଟରଙ୍କ ପାଖରେ ପହଞ୍ଚିବାକୁ କସରତ; ଆଜିଠୁ ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଯାତ୍ରା - ବିଜେଡି ପରିବାର ସମ୍ପର୍କ ଯାତ୍ରା

BJD Parivar Sampark Abhiyan: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅର୍ଥାତ ଆଜିଠାରୁ ମାର୍ଚ୍ଚ 5 ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ବିଜେଡି ହାତକୁ ନେଇଛି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ ବିଜେଡି ନେତା ଓ କର୍ମୀ । ଅଧିକ ପଢନ୍ତୁ

20577048ଭୋଟରଙ୍କ ପାଖରେ ପହଞ୍ଚିବାକୁ କସରତ; ଆଜିଠୁ ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଯାତ୍ରା
ଭୋଟରଙ୍କ ପାଖରେ ପହଞ୍ଚିବାକୁ କସରତ; ଆଜିଠୁ ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଯାତ୍ରା

By ETV Bharat Odisha Team

Published : Jan 23, 2024, 8:25 PM IST

ଭୋଟରଙ୍କ ପାଖରେ ପହଞ୍ଚିବାକୁ କସରତ; ଆଜିଠୁ ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ 2024 । ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ । 24 ବର୍ଷ କ୍ଷମତାରେ ଥିବା ବିଜେଡି ମଧ୍ୟ ଏଥିରେ ପଛରେ ପଡିନାହିଁ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ କରାଯାଇଛି । ଆଜିଠୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଯାତ୍ରା । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅର୍ଥାତ ଆଜିଠାରୁ ମାର୍ଚ୍ଚ 5 ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ବିଜେଡି ହାତକୁ ନେଇଛି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ ବିଜେଡି ନେତା ଓ କର୍ମୀ । ଏହା ସହ ଲୋକମାନଙ୍କର ଭଲମନ୍ଦ ବୁଝି ସହଯୋଗ ଓ ଅପହଞ୍ଚ ଅଞ୍ଚଳରେ ଯୋଜନା ପହଞ୍ଚାଇବେ । ଏହା ପୂର୍ବରୁ ଦଳ ଜନ ସମ୍ପର୍କ ପଦଯାତ୍ରା ଓ କର୍ମୀ ତାଲିମ କାର୍ଯ୍ୟକ୍ରମ ସାରିଛି ।

ଅଧିକ ପଢନ୍ତୁ- ଜନ ସମ୍ପର୍କ ଅଭିଯାନ ପରେ ବିଜେଡି କରିବ ପରିବାର ସମ୍ପର୍କ ଅଭିଯାନ, କାଉଣ୍ଟର କଲା ବିଜେପି

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ମତଦାତାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସୁବିଧା ମିଳୁଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚିବେ । ପ୍ରତି ଘରେ ପହଞ୍ଚି ଲୋକଙ୍କ ସହିତ ମିଶିବେ । ପ୍ରତି ଘର କାନ୍ଥରେ ଶଙ୍ଖ ଷ୍ଟିକର ମାରିବେ । ବିଧିବଦ୍ଧ ଭାବେ ଦଳୀୟ ଟିକେଟ ଘୋଷଣା କରିନାହିଁ ବିଜେଡି । କିନ୍ତୁ ଯେଉଁମାନଙ୍କ ଟିକେଟ ପୂର୍ବରୁ ନିର୍ଦ୍ଧାରିତ, ସ୍ଥିର ଓ ବଦଳିବାର ସମ୍ଭାବନା କ୍ଷୀଣ ଅଛି ସେମାନେ କାର୍ଯ୍ୟକ୍ରମକୁ ଜୋରଦାର କରୁଛନ୍ତି । ଯେଉଁ ଅଞ୍ଚଳରେ ଏକାଧିକ ଆଶାୟୀ ଅଛନ୍ତି, ସେହି ଅଞ୍ଚଳରେ କାର୍ଯ୍ୟକ୍ରମ ଟିକେ ଧିମେଇଛି । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତତ୍ବାବଧାନ ଓ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଆଜି ପରିବାର ସମ୍ପର୍କ ଯାତ୍ରା କରାଯାଇଛି । ଉତ୍ତର ଭୁବନେଶ୍ବର ବିଧାୟକ ତଥା ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ନେତୃତ୍ବରେ ପରିବାର ସମ୍ପର୍କ ଯାତ୍ରା ଆୟୋଜିତ ହୋଇଛି । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମସି ୱାର୍ଡ ନଂ 20, 26 ଏବଂ 27ରେ ଘରେ ଘରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ପୂର୍ବାହ୍ନ ସାଢେ 10 ରେ ଲୋୟାଲ ସ୍କୁଲ ନିକଟ, ୱାର୍ଡ ନଂ 20, ଅପରାହ୍ନରେ ୱାର୍ଡ ନଂ 26 ଓ 27ରେ ପଦଯାତ୍ରା ହୋଇଛି । ସୁଶାନ୍ତଙ୍କ ସହ ଭୁବନେଶ୍ବର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ତଥା ସମ୍ଭାବ୍ୟ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ପଦଯାତ୍ରାରେ ସାମିଲ ହୋଇଥିଲେ ।

ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳର ସୁବାଷ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ପରିବାର ସମ୍ପର୍କ ପଦଯାତ୍ରା ହେଉଛି । ଏଥିରେ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କୁ ଅବଗତ କରାଯିବ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ଗୋଟେ ଭଲ କାମ । ଯେହେତୁ ଆଗକୁ ନିର୍ବାଚନ ଅଛି, ତେଣୁ କାର୍ଯ୍ୟକ୍ରମ ଆବଶ୍ୟକତା ରହିଛି । ଆମେ ଯେଉଁ ଜନ ସମ୍ପର୍କ ଯାତ୍ରା କରୁଛୁ ସେଥିରେ ସବୁ ଲୋକଙ୍କ ସହ ସମ୍ପର୍କ କରିପାରୁନାହୁଁ । ସେଥିପାଇଁ ପରିବାର ସମ୍ପର୍କ ଯାତ୍ରା ଆୟୋଜିତ ହୋଇଛି । ବିଜେଡିର ଲୋକପ୍ରିୟତା ନାହିଁ ବୋଲି ବିରୋଧୀ କହିବେ । ଆମ ଜନସମର୍ଥନ ଥିବା ଲୋକେ ଜାଣିଛନ୍ତି । ବିରୋଧୀ ତାଙ୍କର କହିବେ । ଆମେ ଆମ କାର୍ଯ୍ୟକ୍ରମ କରିବୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details