ETV Bharat / state

୨୦ରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ପରିକ୍ରମା ପ୍ରକଳ୍ପର ଡିଜାଇନରେ ହେବ ପରିବର୍ତ୍ତନ - SRIMANDIR DHADI DARSHAN

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ପୁରୀକୁ ଦେଶର ପ୍ରମୁଖ ତୀର୍ଥାଟନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର । ଦୈନିକ ଏକ ଲକ୍ଷ ଭକ୍ତଙ୍କ ଆଗମନ ନେଇ ବ୍ୟବସ୍ଥା ।

Puri Srimandir
Puri Srimandir (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ପୁରୀ: ସହଜ ହେବ ମହାପ୍ରଭୁଙ୍କ ଦର୍ଶନ । ଭକ୍ତମାନଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବେଳେ ଆଉ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ମହିଳା ଏବଂ ଅନ୍ୟ ଭକ୍ତମାନଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଆସନ୍ତା ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ସେପଟେ ପୁରୀକୁ ଦୈନିକ ଏକ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ନେଇ ଭିତ୍ତିଭୂମୀ ବ୍ୟବସ୍ଥା ହେବ । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇ ପରିକ୍ରମା ମାର୍ଗ ଭିତରେ ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଏବଂ ଘୃତ ଯଜ୍ଞ ମଣ୍ଡପ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସହଜ ହେବ ମହାପ୍ରଭୁଙ୍କ ଦର୍ଶନ:

ପୁରୀ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁହେବ । ଭକ୍ତମାନେ ମୋଟ ୬ଟି ଲାଇନ୍‌ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବେ । ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଏହି ଅସ୍ଥାୟୀ ବ୍ୟାରିକେଡ଼କୁ ଖୋଲି ଦିଆଯିବ । କେବଳ ଦର୍ଶନ ସମୟରେ ହିଁ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏନେଇ ଓବିସିସି ପକ୍ଷରୁ ଏକ ସ୍ବତନ୍ତ୍ର ଧରଣର ଅସ୍ଥାୟୀ ବ୍ୟାରିକେଡ଼ ନିର୍ମାଣ ହୋଇଥିବା ବେଳେ ଏହା କାର୍ଯ୍ୟକାରୀ ହେଲେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ଆଶା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ । ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି । କିନ୍ତୁ ଏହି ବ୍ୟବସ୍ଥା ଦ୍ବାରା ଭକ୍ତଙ୍କୁ ବହୁତ୍ ସମୟ ଅପେକ୍ଷା କରିବାକୁ ପଡ଼ିବ ।

Dhadi Darshan System In Puri Srimandir (ETV Bharat Odisha)

ସେ ଆହୁରି କହିଛନ୍ତି, ‘ତେଣୁ ଶ୍ରୀମନ୍ଦିର ନିକଟରେ ଭକ୍ତମାନଙ୍କ ପାଇଁ ଏକ ଅଭ୍ୟର୍ଥନା କେନ୍ଦ୍ର କରାଯାଇ ବସିବା ବ୍ୟବସ୍ଥା ସହ ପାନୀୟ ଜଳ, ଟଏଲେଟର ବ୍ୟବସ୍ଥା ହେବା ଉଚିତ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ସେହିପରି ଭକ୍ତମାନଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ରରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପର୍କରେ ସୂଚନା ଦେବା ସହ ଶ୍ରୀମନ୍ଦିରର ଐତିହ୍ୟ ଓ ପରମ୍ପରା ବିଷୟରେ ମଧ୍ୟ ଏଲଇଡି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ମହାପ୍ରଭୁଙ୍କ ଦର୍ଶନ ପରେ କିଭଳି ଭକ୍ତମାନେ ଭଲରେ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇପାରିବେ ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ସେବାୟତ କହିଛନ୍ତି ।

ପରିକ୍ରମା ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ:

Dhadi Darshan System In Puri Srimandir

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯିବ । ପରିକ୍ରମା ମାର୍ଗ ଭିତରେ ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଏବଂ ଘୃତ ଯଜ୍ଞ ମଣ୍ଡପ କରାଯିବ । ଭକ୍ତମାନେ ଅନ୍ନ ଯଜ୍ଞ ମଣ୍ଡପରେ କିଭଳି ଭଲଭାବେ ମହାପ୍ରସାଦ ସେବନ କରିବେ ସେନେଇ ବ୍ୟବସ୍ଥା ହେବ । ଆଗାମୀ ଦିନରେ ଦୈନିକ ଏକଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ପୁରୀକୁ ଆସିବା ଭଳି ସମସ୍ତ ବ୍ୟବସ୍ଥା ସହିତ ଭିତ୍ତିଭୂମୀ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ପୁରୀକୁ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିବା ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଆସନ୍ତା ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଥିବାରୁ ଆଗାମୀ ଦିନରେ ଭକ୍ତମାନେ ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ଦର୍ଶନ ପାଇବେ ବୋଲି ଆଶା ରଖିଛନ୍ତି ଆଇନମନ୍ତ୍ରୀ ।

ଦୈନିକ 1 ଲକ୍ଷ ଭକ୍ତଙ୍କ ଆଗମନ ନେଇ ବ୍ୟବସ୍ଥା:

ଶ୍ରୀମନ୍ଦିର ଧାଡ଼ି ଦର୍ଶନ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ପୁରୀ ସହରକୁ ଅଧିକରୁ ଅଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି । ତେଣୁ ପୁରୀ ସହରକୁ ବିକଶିତ କରାଯାଇ ଦେଶର ଏକ ପ୍ରମୁଖ ତୀର୍ଥାଟନ ବା ପର୍ଯ୍ୟଟନସ୍ଥଳି ଭାବରେ ଏହାର ବିକାଶ ପାଇଁ ସରକାର ସମ୍ପୂର୍ଣ ଯୋଜନା କରୁଛନ୍ତି । ପୁରୀ ହୋଟେଲ୍ ଆସୋସିଏସନ୍, ବୁଦ୍ଧିଜିବୀଙ୍କ ସହ ଏନେଇ ଆଲୋଚନା ହେବ । ଯେଭଳି ପ୍ରତିଦିନ ପୁରୀକୁ ଏକ ଲକ୍ଷରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସି ପାରିବେ ସେନେଇ ସବୁ ଭିତ୍ତିଭୂମୀ ସରକାର କରିବେ । ଆଗାମୀ ଦିନରେ ପୁରୀ ଓଡ଼ିଶାର ଏକ ଆତିଥ୍ୟର କେନ୍ଦ୍ର ହୋଇ ଠିଆ ହେଉ । ସେହି ସ୍ଥିତିକୁ ନେବା ପାଇଁ ସରକାର ଯୋଜନା କରିଛନ୍ତି ।

20ରୁ ଧାଡି ଦର୍ଶନ ବ୍ୟବସ୍ଥା:

ମନ୍ତ୍ରୀ ଆହୁରି କହିଛନ୍ତି ‘ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ନେଇ ସବୁ ବ୍ୟବସ୍ଥା ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବା ପାଇଁ ଏଏସଆଇ (ASI)କୁ କୁହାଯାଇଛି । ଏହି କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରାଯିବ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବ୍ୟାଖ୍ୟାନ କେନ୍ଦ୍ର, ଗବେଷଣା କେନ୍ଦ୍ର, ଅନ୍ନ, ଘୃତ୍, ଜ୍ଞାନ ଓ ଯଜ୍ଞ ମଣ୍ଡପ ନିର୍ମାଣ ନେଇ ଡିପିଆର୍ ପ୍ରସ୍ତୁତ କରାଯାଉଛି । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମତାମତ ନିଆଯାଇ ଏହାକୁ ଚୁଡାନ୍ତ କରାଯିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।"

ଭକ୍ତଙ୍କ ପାଇଁ ଅଭ୍ୟର୍ଥନା ଦାବି:

ପୁରୀ ସହରର ବୁଦ୍ଧିଜୀବୀ ଶ୍ରୀମନ୍ତ ଦାଶ କହିଛନ୍ତି, "ପୁରୀକୁ ଦୈନିକ ଏକ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସିବା ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଆଇନ ମନ୍ତ୍ରୀ ଯେଉଁ ମତ ରଖିଛନ୍ତି ତାହା ବହୁତ ସ୍ବାଗତଯୋଗ୍ୟ । ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଅଧିକ ଆସିଲେ ରିକ୍ସା ବ୍ୟବସାୟୀ ଠାରୁ ଆରମ୍ଭ କରି ହୋଟେଲ୍ ମାଲିକମାନେ ମଧ୍ୟ ଫାଇଦା ପାଇବେ । ପୁରୀର ଅର୍ଥନୀତି ମଜଭୁତ । ଲୋକ ରୋଜଗାର ପାଇବେ । ତେବେ ଏକ ଲକ୍ଷ ଭକ୍ତ, ପର୍ଯ୍ୟଟକଙ୍କ ଆଗମନ ପାଇଁ ଭିତ୍ତିଭୂମୀ ସୁଦୃଢ ହେବ ଦରକାର । ଶ୍ରୀମନ୍ଦିର ଚାରିଦ୍ବାରା ଖୋଲିଥିଲେ ମଧ୍ୟ ଠିକରେ ଦର୍ଶନ ବ୍ୟବସ୍ଥା ହୋଇ ପାରୁନାହିଁ । ଫଳରେ ଭକ୍ତ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେଣୁ ସବୁ ଭକ୍ତ ଯେଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇବେ, ସେ ଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଉଚିତ । ଭକ୍ତଙ୍କ ପାଇଁ ପୁରୀ ସହର ବ୍ୟାପକ ପାନୀୟ ଜଳ, ଟଏଲେଟ୍ ବ୍ୟବସ୍ଥା ହେବା ଦରକାର । ଭୁବନେଶ୍ବରରୁ ଅଧିକ ବସ ସ୍ୱଳ୍ପ ମୂଲ୍ୟରେ ଚାଲିବା ଆବଶ୍ୟକ । ପୁରୀ ସହରର ରାସ୍ତା ଘାଟ ସମ୍ପ୍ରସାରଣ ହେବା ଉଚିତ । ପୁରୀରେ ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକାରୀ ଦରକାର । ଶ୍ରୀମନ୍ଦିର ନିକଟରେ ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ହେବା ଉଚିତ । ଏହାଦ୍ଵାରା ଦର୍ଶନରେ ବିଳମ୍ବ ହେଲେ ଭକ୍ତମାନେ ଅଭ୍ୟର୍ଥନା କେନ୍ଦ୍ରରେ ବିଶ୍ରାମ ନେଇ ପାରିବେ ।"

୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା:

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗଣେଶ୍ୱର ମହାସୁଆର କହିଛନ୍ତି, "ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ମୋଟ ୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ରହିବ । ପ୍ରଥମ ଧାଡିରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ, ପରେ ମହିଳା ଓ ଅନ୍ୟ ବ୍ୟାରିକେଡ଼ ଅନ୍ୟ ଭକ୍ତଙ୍କୁ ଛଡ଼ା ଯିବାର ଯୋଜନା ରହିଛି । ଯେହେତୁ ନୂଆ ବର୍ଷରେ ଭିଡ଼ ରହିବ କୌଣସି ସମସ୍ୟା ଯେଭଳି ନ ହୁଏ ସେଥିପାଇଁ ଏହାକୁ ଆସନ୍ତା ୨୦ ତାରିଖରୁ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ କରାଯିବ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଧାଡ଼ି ଦର୍ଶନ ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହେବା ଉଚିତ୍ । ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ବସିବା ସହ ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ରହିବା ଉଚିତ । କାରଣ ଧାଡ଼ି ଦର୍ଶନ ଆରମ୍ଭ ହେଲେ ଦର୍ଶନରେ ବିଳମ୍ବ ହେବ । ତେଣୁ ଭକ୍ତମାନଙ୍କୁ ଅପେକ୍ଷା କରି ରହିବା ପାଇଁ ଅଭ୍ୟର୍ଥନା କେନ୍ଦ୍ର ରହୁ । ସେହିପରି ଏକ ସୁଲଭ ମୂଲ୍ୟରେ ଭକ୍ତମାନେ କିଭଳି ମହାପ୍ରସାଦ ପାଇବେ ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବା ଉଚିତ ।"

ଭକ୍ତଙ୍କ ପ୍ରତିକ୍ରିୟା:

ଶ୍ରୀମନ୍ଦିରକୁ ଉତ୍ତର ପ୍ରଦେଶରୁ ଆସିଥିବା ଜଣେ ଭକ୍ତ ରାଜମର ତିୱାରୀ କହିଛନ୍ତି, ରାମ ଜନ୍ମଭୂମିରେ ଯେଉଁ ଦର୍ଶନ ବ୍ୟବସ୍ଥା ରହିଛି ତାହା ଶ୍ରୀମନ୍ଦିରରେ କାର୍ଯ୍ୟକାରୀ କରାଯାଉ । ରାଜ୍ୟ ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ରହିଛି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଭଲରେ ଭକ୍ତମାନେ ଦର୍ଶନ କରିପାରୁନାହାନ୍ତି । ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ଉଚିତ । ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା ହେବା ଉଚିତ । ଏହି ବ୍ୟବସ୍ଥା ନଥିବାରୁ ଭକ୍ତମାନେ ଠେଲାପେଲାରେ ତଳେ ପଡିଯାଇ ଆହତ ହେଉଛନ୍ତି । ମୋର ପ୍ରଶାସନକୁ ଅନୁରୋଧ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଉ । ବହୁତ ଦୂରରୁ ବହୁତ ଭକ୍ତ ଟଙ୍କା ଖର୍ଚ୍ଚ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଯଦି ଭକ୍ତଙ୍କୁ ଦର୍ଶନ ସଠିକ ଭାବରେ ମିଳି ନ ପାରିବ ତେବେ ଏଠାକୁ ଆସିବା କୌଣସି ଲାଭ ହେବନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା, ଖୁବଶୀଘ୍ର ହେବ ଟ୍ରାଏଲ ରନ୍

ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ପ୍ରବାସୀଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ନେଉଛନ୍ତି ଭ୍ରମଣ ମଜା

ସେହିପରି ବେଙ୍ଗାଲୁରୁରୁ ଆସିଥିବା ଜଣେ ଭକ୍ତ ମୋନା ସିଂ କହିଛନ୍ତି, "ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ପ୍ରବଳ ଭିଡ଼ ହେଉଛି । ମହିଳାଙ୍କ ପାଇଁ କିଛି ସ୍ବତନ୍ତ୍ର ଲାଇନ ନାହିଁ । ମହିଳାମାନେ ଠେଲାପେଲାରେ ଦର୍ଶନ କରୁଛନ୍ତି । ମହିଳା, ବରିଷ୍ଠ ନାଗରିକମାନେ ତଳେ ପଡ଼ିଯାଉଥିବା ବେଳେ ସେମାନଙ୍କୁ ସହାୟତା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମହିଳା, ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଲାଇନର ଆବଶ୍ୟକ ରହିଛି । ଆମେ ବହୁତ୍ ଦୂରରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲୁ । ହେଲେ ଶ୍ରୀମନ୍ଦିର ଭିତରେ ମାତ୍ର କିଛି ସେକେଣ୍ଡ ଠିଆ ହେବାକୁ ସୁଯୋଗ ମିଳିଲା । ଭକ୍ତଙ୍କୁ ଭଲରେ ଟିକେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବା ଉଚିତ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.