ଭୁବନେଶ୍ବର:ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇ ବ୍ଲାକମେଲ ଏବଂ ଠକେଇ ଅଭିଯୋଗରେ ଗିରଫ ହେଲା ବିହାରୀ ଯୁବକ । କାଶ୍ମୀରରେ ମେକାନିକ କାମ କରୁଥିବା ସମୀର ମନସୁରକୁ ଗିରଫ କରିଛି କମିଶନରେଟ ପୋଲିସର ମହିଳା ଥାନା । ଏନେଇ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି ପୋଲିସ ।
ଏମିତି କହିଲେ DCP:
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିିଶ୍ର କହିଛନ୍ତି," ମହିଳା ଥାନାର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସମୀର ମନସୁରିକୁ ଗିରଫ କରାଯାଇଛି । ଯାହାର ଘର ବିହାର ଚମ୍ପାରଣ ଜିଲ୍ଲା ରକସୁଲ ଥାନା ଅଞ୍ଚଳରେ । ସେ ଜମ୍ମୁ କାଶ୍ମୀରରେ ଜଣେ ମେକାନିକ ଭାବେ କାର୍ଯ୍ୟ କାମ କରେ । ଗିରଫ ପରେ ତାଠାରୁ ମୋବାଇଲ ଓ ଅନ୍ୟ କାଗଜ ପତ୍ର ଜବତ କରାଯାଇଛି । ଯୁବତୀଙ୍କ ସହ ଅନଲାଇନ ଗେମିଂ ଆପରେ ଚାର୍ଟିଂ କରି ସମ୍ପର୍କରେ ଆସିଥିଲା । ପରେ ପୁରୀ ବୁଲିବାକୁ ଆସି ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକମେଲ କରିଥିଲା । ଏହା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଥିଲେ ।ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।"
ତେବେ ଅଭିଯୁକ୍ତ ସମୀର ମନସୁରିକୁ କେସ 182/24 ରେ ଆଇପିସିର ଧାରା 376 (୧)- ଦୁଷ୍କର୍ମ , 385-ବ୍ଲାକମେଲ କରିବା 386-ଟଙ୍କା ଠକେଇ କରିବା , 294-ଗାଳିଗୁଲଜ କରିବା, 506-ଧମକ ଦେବା , 66 E ମିଛ ପରିଚୟ ଦେଇ ନିଜ ପରିଚୟ ଗୋପନ ରଖିବା , 67- ପୀଡିତାର ଅଜାଣତରେ ଅଶ୍ଳୀଳ ଭିଡିଓ ରେକର୍ଡ଼ କରିବା , 67-A-ଭିଡିଓକୁ ସର୍ବସାଧାରଣରେ ଭାଇରାଲ କରି ସମ୍ମାନ ଓ ବ୍ୟକ୍ତିଗତ ଓ ନଗ୍ନତା ପରିପ୍ରକାଶ କରିବା ଅଭିଯୋଗରେ ଗିରଫ କରଯାଇଛି । ଏନେଇ କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ ।