ଓଡିଶା

odisha

ETV Bharat / state

BMC ସହ USA କୁପରଟିନୋ ମେୟରଙ୍କ ଆଲୋଚନା, ଭୁବନେଶ୍ୱରକୁ ଦେଲେ ସିଷ୍ଟର ସିଟି ମାନ୍ୟତା - BMC MAYOR CUPERTINO MAYOR

ବିଏମସି ମେୟର ଓ ଟିମ୍ ସହ କୁପରଟିନୋ ମେୟର ଓ ଟିମଙ୍କ ଆଲୋଚନା । ଟେକ୍ନୋଲୋଜି, ସାମାଜିକ ଓ ସାଂସ୍କୃତିକ ଭାବ ବିନିମୟ ଉପରେ ଗୁରୁତ୍ୱ ।

Bhubaneswar And Cupertino Mayor Discuss Strengthening Relationship Between two cities
Bhubaneswar And Cupertino Mayor Discuss Strengthening Relationship Between two cities (ETV Bharat Odisha)

By ETV Bharat Odisha Team

Published : Nov 12, 2024, 6:19 PM IST

ଭୁବନେଶ୍ବର: ବିଏମସି ମେୟର ଓ ଟିମ ସହ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ବା (ୟୁଏସଏ)ର କୁପରଟିନୋ ମେୟର ଓ ଟିମଙ୍କ ଆଲୋଚନା । ଉଭୟ ସହର ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଛି । ୨ ସହର ମଧ୍ୟରେ ଟେକ୍ନୋଲୋଜି ସହ ପର୍ଯ୍ୟଟନ ଓ ସାଂସ୍କୃତିକ ଭାବ ବିନିମୟ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି । କୁପରଟିନୋରେ ଆପଲ କମ୍ପାନୀର ମୁଖ୍ୟାଳୟ ହୋଇଥିବାବେଳେ ଅନ୍ୟ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଏହା ସମୃଦ୍ଧ ସହର । ସେଥିପାଇଁ ଟେକ୍ନୋଲୋଜି ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶା, କୁପରଟିନୋ ସହଯୋଗରେ କିଭଳି ସମୃଦ୍ଧ ହୋଇପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ବିଏମସି ମେୟର ଓ କମିଶନର । ସେହିଭଳି ଭୁବନେଶ୍ୱର ତଥା ଓଡିଶା ସହ ସମ୍ପର୍କ ସୁଦୃଢ଼ କରିବାକୁ ଆଲୋଚନା ହୋଇଥିବା କୁପରଟିନୋ ମେୟର କହିଛନ୍ତି ।

Bhubaneswar And Cupertino Mayor Discuss Strengthening Relationship Between two cities (ETV Bharat Odisha)

ସୁଦୃଢ଼ ହେବ ୨ ସହର ମଧ୍ୟରେ ସମ୍ପର୍କ:

୨୦୨୧ରୁ ଏନେଇ ଆଲୋଚନା ହେବା ସହିତ, ଚୁକ୍ତି ସ୍ୱାକ୍ଷରିତ ହେଇଥିଲା । କୋଭିଡ ସମୟ ଏହା ପ୍ରଭାବିତ ହୋଇ ଅଟକିଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଭୁବନେଶ୍ୱର ତଥା ଓଡ଼ିଶା ସହ ସମ୍ପର୍କ ସୁଦୃଢ଼ କରିବାକୁ ପୁଣି ଆଲୋଚନା ହୋଇଥିବାବେଳେ କୁପରଟିନୋ ମେୟର ସିଲା ମୋହନ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ମେୟରଙ୍କ ସହ କଥା ହୋଇଛନ୍ତି । ଓଡିଶାର କଳା ସଂସ୍କୃତି, ଐତିହ୍ୟ,ପର୍ଯ୍ୟଟନ, ବୈଷୟିକ ଜ୍ଞାନ, ବାଣିଜ୍ୟ ଆଦି କ୍ଷେତ୍ରରେ ଉଭୟ ସହରର ସମ୍ମିଳିତ ଉନ୍ନତି ପାଇଁ ଆଲୋଚନା ହୋଇଛି । ଆଲୋଚନା ପରେ କୁପରଟିନୋ ମେୟରସିଲା ମୋହନକହିଛନ୍ତି, "ଭୁବନେଶ୍ବର ମହାନଗରକୁ ଆମେ ସିଷ୍ଟର ସିଟି ଭାବେ ପାଇ ଖୁସି ଓ ଗର୍ବିତ । ଏଠାକାର ସଂସ୍କୃତି ଓ ଐତିହ୍ୟ ବହୁତ ସୁନ୍ଦର । ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ଆଗାମୀ ଦିନରେ କେବଳ ଦୁଇ ସହର ନୁହେଁ ଦୁଇ ଦେଶ ମଧ୍ୟରେ ବି ସମ୍ପର୍କ ନିବିଡ ହେବ । ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନ, ବୈଷୟିକ ଜ୍ଞାନ, ବାଣିଜ୍ୟ ଆଦି କ୍ଷେତ୍ରରେ ଉଭୟ ସହରର ସମ୍ମିଳିତ ଉନ୍ନତି ପାଇଁ ଦୁଇ ସହର ମଧ୍ୟରେ ଶିଖର ଭାବ ବିନିମୟ ହେବ । ଉଭୟ ସହରର ଛାତ୍ରଛାତ୍ରୀ ଏହାର ଲାଭ ନେଇପାରିବେ । ଦୁଇ ଭଉଣୀ ପରି ଉଭୟ ସହରକୁ ସମ୍ମିଳିତ ଭାବେ ଉନ୍ନତି ପାଇଁ ସହଯୋଗ କରିବୁ ।"

BMC mayor cupertino mayor discussion (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟଶାସନ ସଚିବଙ୍କ ଚିଠି, ବଦଳି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର ମେୟରଙ୍କୁ ଗାଳିଗୁଲଜ ଅଭିଯୋଗ, ପୂର୍ବତନ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱରକୁ ସିଷ୍ଟର ସିଟିର ମାନ୍ୟତା:

ସେହିପରି ଆଲୋଚନାକୁ ନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ଭୁବନେଶ୍ୱରକୁ ସିଷ୍ଟର ସିଟିର ମାନ୍ୟତା ଦେଇ ଆମ ସହର ବାବଦରେ ସେଠାକାର ଲୋକଙ୍କୁ ଜଣାଇବା ଓ ଭୁବନେଶ୍ୱର ନାଁରେ ସେଠାରେ ଫଳକ ଲଗାଇବା ଆମ ପାଇଁ ଏକ ସୌଭାଗ୍ୟର କଥା । ଏହାସହ ସେଠାରେ କୋଣାର୍କ ଫେଷ୍ଟିଭାଲ ସହ ବାଲିଯାତ୍ରା, ହୋଲି ଭଳି ଅନେକ ଉତ୍ସବ ମନାଇବା ମଧ୍ୟ ବଡ ସୌଭାଗ୍ୟର କଥା । ଯାହା ଆମର ମହାନ ସଂସ୍କୃତି ଓ ଐତିହ୍ୟ ଗାରିମାର ଶୋଭାବର୍ଦ୍ଧନ କରାଉଛି । ବିଶେଷକରି ଭୁବନେଶ୍ୱରକୁ ଉଦାହରଣ ସହର ଭାବେ ନେଇଥିବାରୁ ଆମେ ଗର୍ବିତ ଓ ଉତ୍ସାହିତ । ଏହାସହ ଏହି ସିଟି ସିଲିକନ ସିଟି ବା ଆପଲ କମ୍ପାନୀର ମୁଖ୍ୟାଳୟ ହୋଇଥିବାବେଳେ ଆଗାମୀ ଦିନରେ ଭୁବନେଶ୍ୱରରେ ବିଭିନ୍ନ କମ୍ପାନୀ ଖୋଲିବା ବା ଆପୋଲୋ ହବ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି ।"

BMC mayor cupertino mayor discussion (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details