ଭୁବନେଶ୍ବର: ବହୁ ଚର୍ଚ୍ଚିତ ହାଜତ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଭରତପୁର ଥାନାରେ ଘଟିଥିବା ହାଜତ ନିର୍ଯାତନାର କ୍ରାଇମ୍ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ । ଏନେଇ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ପୀଡିତା ଓ ମେଜର ପହଞ୍ଚି ଘଟଣାର ରୂପାନ୍ତର କରିଛନ୍ତି । କେମିତି ଥାନାକୁ ଆସିଥିଲେ 15 ତାରିଖ ରାତିରେ । କିଭଳି ପୋଲିସ ତାଙ୍କୁ ବ୍ୟବହାର କରିଥିଲା ? କିଭଳି ପୀଡିତା ପୋଲିସ ସହ କଥା ହୋଇଥିଲେ । କେଉଁ ପୋଲିସ ଅଧିକାରୀ ଥିଲେ । ସମସ୍ତ ଘଟଣା କ୍ରମ ବୟାନ ରେକର୍ଡ କରିଛନ୍ତି ପୀଡିତା ଓ ମେଜର । ଏପଟେ ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏନେଇ କୋର୍ଟଙ୍କ ଅନୁମତି ମାଗିଲା କ୍ରାଇମବ୍ରାଞ୍ଚ ।
ସିନ୍ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ:
ଏନେଇ କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଘଟଣା ବଳିକୁ ଗୋଟିଏ ଗୋଟିଏ କରି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସାମ୍ନାରେ କହିଛନ୍ତି ପୀଡିତା । ତେବେ ଏନେଇ ସେତେବେଳେ ଥାନାରେ କିଭଳି ପୋଲିସ ଅଧିକାରୀ ଥିଲେ । ପରେ କେଉଁ କେଉଁ ଅଫିସର ତାଙ୍କ ସଂସ୍ପର୍ଶରେ ଆସିଥିଲେ । କେଉଁ ଲେଡି ଅଫିସର ତାଙ୍କ ସହ କଣ ବାର୍ତ୍ତାଳାପ କରିଥିଲେ । ସେ ସମସ୍ତ ଘଟଣାକୁ ବୟାନ ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀ କ୍ୟାମେରାରେ ରେକର୍ଡ କରିଛନ୍ତି । ସେହିପରି ପଥରଗାଡିଆରେ ଯେଉଁଠି ତାଙ୍କ ସହ କିଛି ଛାତ୍ରଙ୍କ ମଧ୍ୟରେ ରାସ୍ତାରେ ଧସ୍ତାଧସ୍ତି ହୋଇଥିଲା । ସେ ଘଟଣାସ୍ଥଳକୁ ଯାଇ ମଧ୍ୟ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀ ।
କୋର୍ଟରେ ହାଜର ହେଲେ ଦୀନକୃଷ୍ଣ:
ସେପଟେ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ନିଲମ୍ବିତ ଆଇଆଇସି । ଭରତପୁର ଥାନାର ପୂର୍ବତନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ଆଣି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ସେଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପିଟିସନ ଦାଖଲ ଆଧାରରେ ହାଜର ହୋଇଥିଲା । ଯେ ପିଟିସନରେ ନିଲମ୍ବିତ ଆଇଆଇସିଙ୍କର ପଲିଗ୍ରାଫ, ନାର୍କୋ ଓ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ ଆଦି ଟେଷ୍ଟ ପାଇଁ ଆଇଆଇସିଙ୍କୁ ଆଇନଗତ ଅନୁମତି ପାଇଁ ହାଜର କରାଯାଇଥିଲା । ତେବେ ଏସଡିଜେଏମ କୋର୍ଟରେ ହାଜର ହୋଇ ଏନେଇ କୋର୍ଟଙ୍କ ସମୁଖରେ ସମ୍ମତି ପ୍ରକାଶ କରିଥିଲେ ଦିନକୃଷ୍ଣ ମିଶ୍ର । ଏନେଇ କ୍ରାଇମବ୍ରାଞ୍ଚ ଯେଉଁ ଟେଷ୍ଟ ପାଇଁ ପିଟିସନ ଦାଖଲ ହୋଇଥିଲା । ସେନେଇ ଆଇଆଇସିଙ୍କ ସମ୍ମତି ପରେ ଏନେଇ କୋର୍ଟ ପକ୍ଷରୁ ପରେ କ୍ରାଇମବ୍ରାଞ୍ଚକୁ ଏକ ଅନୁମତି ପତ୍ର ଇସ୍ୟୁ କରାଯିବ ବୋଲି ସୂଚନା ମିଳିଛି।
SDJM କୋର୍ଟରେ ଦୀନକୃଷ୍ଣ ମିଶ୍ର ହାଜର
- ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା
- SDJM କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି
- ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ହାଜର
- ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା
- ସମସ୍ତ ଟେଷ୍ଟ ପାଇଁ ସହମତି ଦେଲେ ଦୀନକୃଷ୍ଣ
ସହମତି ଦେଲେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର-
ଏସଡିଜେଏମ ସରକାରୀ ଓକିଲ ଏ ଚାନ୍ଦ କହିଛନ୍ତି, "କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ପିଟିସନ ଫାଇଲ କରିଥିଲେ । ପଲିଗ୍ରାଫ ଟେଷ୍ଟ, ନାର୍କୋଟିକସ ଟେଷ୍ଟ, ବ୍ରେନ୍ ମ୍ୟାପିଂ ପାଇଁ । ସେଥିପାଇଁ ସେ (ନିଲମ୍ବିତ ଆଇଆଇସି) କୋର୍ଟ ଆସିଥିଲେ । ଏନେଇ ସେ ତାଙ୍କର ସମ୍ମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କୌଣସି ଟେଷ୍ଟ କରନ୍ତୁ ତାଙ୍କର କୌଣସି ଆପତ୍ତି ନାହିଁ ।"