ଭୁବନେଶ୍ବର:ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ଘଟଣାରେ ଧରାପଡିଲେ ରୋଡ ରୋମିଓ । 7 ଜଣ ରୋଡ ରୋମିଓଙ୍କୁ ଧରିଛି କମିଶନରେଟ ପୋଲିସ । ସିସିଟିଭି ଆଧାରରେ କମିଶନରେଟ ପୋଲିସ ସେମାନଙ୍କୁ ଧରିବା ପରେ ଚନ୍ଦକା ଥାନାରେ ଅଟକ ରହିଛି । ମେଜର ଓ ତାଙ୍କ ବାନ୍ଧବୀ ରାତିରେ ରେସ୍ତୋରାଁରୁ ଫେରିବା ବେଳେ ଏମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାର ଏତଲା ଦେବାକୁ ଆସି ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । ସେପଟେ ଭରତପୁର ଥାନାରେ ମହିଳା କମିଶନ ଟିମ ତନାଘନା ଆରମ୍ଭ କରିଛି ।
ଧରାପଡିଲେ ରୋଡ ରୋମିଓ:
ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ 15 ସେପ୍ଟେମ୍ବର ରାତିରେ ଫେରୁଥିବା ବେଳେ କିଛି ରୋଡ ରୋମିଓ ତାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାର ଏତଲା ଦେବାକୁ ଆସି ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିଲେ ଉଭୟେ । ତେବେ କମିଶନରେଟ ପୋଲିସ ସିସିଟିଭି ଆଧାରରେ ଏମାନଙ୍କୁ ଧରିବା ସଫଳ ହୋଇଛି । କମେଣ୍ଟମରା ଘଟଣାରେ ପୋଲିସ 7 ଜଣଙ୍କୁ ଅଟକ ରଖି ଚନ୍ଦକା ଥାନାରେ ପଚରାଉଚରା କରୁଛି ।
କାରରେ କାଦୁଆ ବୋଳି ଲୁଚି ବୁଲୁଥିଲେ ରୋଡ ରୋମିଓ:
କାରରେ କାଦୁଅ ବୋଳି ଲୁଚି ବୁଲୁଥିବା ବେଳେ ଧରିଲା ପୋଲିସ। ୭ଜଣଙ୍କୁ ଧରିଲା କମିସନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ । କାର ଜବତ ସହ ୭ ଜଣ ଦୁର୍ବୃତ୍ତ ଅଟକ ରଖାଯାଇଛି । ସ୍ପେଶାଲ ସ୍କ୍ବାର୍ଡ ଟିମ ୭ ଜଣଙ୍କୁ ଧରି ଚନ୍ଦକା ଥାନାକୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଅଟକ ରଖି ସେମାନଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚର ଏକ ଟିମ୍ ମଧ୍ୟ ଆସି ପଚରାଉଚରା କରୁଛନ୍ତି । ପ୍ରତି ଜଣଙ୍କୁ ଦୁଇ ଜଣ ଲେଖାଏଁ ଅଫିସର ପଚରାଉଚରା କରୁଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କାରୀ ଅଧିକାରୀ ନରେନ୍ଦ୍ର ବେହେରା କହିଛନ୍ତି, ବର୍ତ୍ତମାନ ତଦନ୍ତରେ ପଚରାଉଚରା ଚାଲିଛି । ଏନେଇ ଯେଉଁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍ ସେନେଇ ସେହି ଆଧାରରେ ତଦନ୍ତ ଚାଲିଛି ।
ଧରାପଡିଲା ଦୁର୍ବୃତ୍ତଙ୍କ କାର:
ଯେଉଁ କାରରେ ଗତ ୧୫ତାରିଖ ରାତିରେ ପଥରଗାଡିଆ ରାସ୍ତାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ ହରକତ କରିଥିଲେ। ଅର୍ଥାତ୍ ଯେଉଁ ଗାଡିରେ ଦୁର୍ବୃତ୍ତ ମାନେ ତାଙ୍କ ସହ ଅପ୍ରୀତିକର ପରିସ୍ଥିତି ଉପୁଜାଇଥିଲେ ସେହି ଗାଡି ଜବତ ହୋଇଛି। OD14J0455 ନମ୍ବର କାରକୁ ପୋଲିସ ଜବତ କରିଛି। ତେବେ ଧରାପଡିବା ଭୟରେ ଗାଡିରେ ଲୁଚି ବୁଲିବା ପାଇଁ ଚେଷ୍ଟା କରୁଥିଲେ । ଏନେଇ ଗାଡ଼ିର ନମ୍ବର ପ୍ଲେଟକୁ କାଦୁଅ ବୋଳି ଲୁଚି ବୁଲୁଥିଲେ। ଏନେଇ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଗାଡ଼ିକୁ ଟ୍ରାକ କରି ଧରିଛନ୍ତି। ଏବଂ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଅଟକ ରଖାଯାଇଛି ।
ଭରତପୁର ଥାନାରେ ମହିଳା କମିଶନଙ୍କ ତନାଘନା:
ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଭରତପୁର ଥାନାରେ ମହିଳା କମିଶନ ଟିମର ତନାଘନା । ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ତିନିଜଣିଆ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଆଇଆଇସି ସମେତ ଥାନା କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ଘଟଣାର FIR ଡକ୍ୟୁମେଣ୍ଟ ନେଇ ତନାଘନା କରିବା ସହ ମହିଳା କମିଶନଙ୍କ ଟିମ ତନାଘନା ପରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଛି ।
ତଦନ୍ତ ପରେ ସରକାରଙ୍କୁ ଜଣାଇବୁ:
ଏନେଇ ମହିଳା କମିଶନରମିନତୀ ବେହେରା କହିଛନ୍ତି, ‘ଘଟଣା ପରିତାପର ବିଷୟ ଏବେ ଆମେ ଥାନାରେ ଅଛୁ । କଣ କଣ ପଦକ୍ଷେପ ନିଆଯାଇଛି ସେନେଇ କାଗଜପତ୍ର ଯାଞ୍ଚ କରୁଛୁ । ଏସବୁ ଆଲୋଚନା କରି ସରକାରଙ୍କୁ ଜଣାଇବୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସବୁ ଥାନାରେ ସିସିଟିଭି ଲଗାଯାଇଥିଲା । ସେହି କମିଟିର ମୁଁ ମଧ୍ୟ ମେମ୍ବର ଥିଲି । ଯେହେତୁ ଥାନା ସିପ୍ଟ ହୋଇଛି ସେଥିପାଇଁ ସିସିଟିଭି ଲଗାଯାଇପାରିନାହିଁ । ଖୁବଶୀଘ୍ର ଲାଗାଇ ଦେବେ। ମହିଳାଙ୍କ ପାଇଁ ମହିଳା ଶିଶୁ ଡେସ୍କ ରହିଛି । ଆମେ ତଦନ୍ତ କରିବାକୁ ଆସିଛୁ, ଯାହା ତଦନ୍ତ କରିବୁ ତାହା ସରକାରଙ୍କୁ ଜଣେଇବୁ ।’
ଚାଲିଛି ଯାଞ୍ଚ: