ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରା ଆରମ୍ଭ, କିଷାନ ଛକରେ ସାଧାରଣ ସଭାକୁ ସମ୍ବୋଧନ - ଭାରତ ଯୋଡ ନ୍ୟାୟ ଯାତ୍ରା

Bharat Jodo Nyay Yatra: ଆଜି ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ତୃତୀୟ ତଥା ଶେଷ ଦିନ । ସୁନ୍ଦରଗଡ଼ ପରେ ଝାରସୁଗୁଡାରେ ନ୍ଯାୟ ଯାତ୍ରା । କିଷାନ ଛକରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ଭାରତ ଯୋଡ ନ୍ୟାୟ ଯାତ୍ରା
Bharat Jodo Nyay Yatra

By ETV Bharat Odisha Team

Published : Feb 8, 2024, 9:56 AM IST

Updated : Feb 8, 2024, 10:23 AM IST

ଝାରସୁଗୁଡା:ଓଡିଶାରେ ତୃତୀୟ ଦିନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ଆଜି (ଗୁରୁବାର) ଝାରସୁଗୁଡାରେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧି ମୂର୍ତ୍ତି ଛକଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ 1.7 କିଲୋମିଟର ଅତିକ୍ରମ କରିବା ପରେ କିଷାନ ଛକରେ ଶେଷ ହେବ । ସେଠାରେ ରାହୁଲ ଗାନ୍ଧୀ ଏକ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । 49 ନମ୍ବର ଜାତୀୟ ରାଜପଥ ଦେଇ ମଧ୍ୟାହ୍ନ 12ଟାରେ ଲଖନ ଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚିବ ଏହି ଯାତ୍ରା । ସେଠାରେ ରାହୁଲ ଗାନ୍ଧୀ କିଛି ସମୟ ପାଇଁ ବିଶ୍ରାମ ନେବେ ବୋଲି ସୂଚନା ରହିଛି ।

ଦୁଇ ଦିନ ଧରି ସୁନ୍ଦରଗଡରେ ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଝାରସୁଗୁଡ଼ା ଆମଲିପାଲି ପଡିଆରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପରେ ପହଞ୍ଚି ରାତ୍ରୀ ଯାପନ କରିଥିଲେ ରାହୁଲ ଗାନ୍ଧୀ ଓ କଂଗ୍ରେସ କର୍ମୀ । ଆଜି ସକାଳୁ ଝାରସୁଗୁଡାର ପୁରୁଣା ବସ୍‌ଷ୍ଟାଣ୍ଡ ଛକରୁ ପୁଣି ଆରମ୍ଭ ହୋଇଛି ଯାତ୍ରା । ଏହା ବେହେରାମାଲ ଦେଇ ଅତିକ୍ରମ କରିବା ପରେ କିଷାନ ଛକରେ ଶେଷ ହେବ । ସେଠାରେ ଏକ ଜନସାଧାରଣ ସଭାକୁ ରାହୁଲ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ମଧ୍ୟାହ୍ନ ୧୨ଟାରେ ଲଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚିବା ପରେ ସେଠାରେ ବିଶ୍ରାମ ନେବେ ରାହୁଲ ଗାନ୍ଧୀ ଓ କଂଗ୍ରେସ କର୍ମୀ । ପରେ ଝାରସୁଗୁଡ଼ାର କନକତୋରା ଦେଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଠାରେ ପହଞ୍ଚି ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ରାହୁଲ ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରୁ 30 ଲକ୍ଷ ଦାଦନ, ଓଡ଼ିଶାକୁ ଲୁଟୁଛନ୍ତି 30 କୋଟିପତି: ରାହୁଲ ଗାନ୍ଧୀ

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ରାଉରକେଲାରେ ଏକ ବିଶାଳ ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଜ୍ୟରେ ବେକାରୀ ସମସ୍ୟା, ଦାଦନ ଭଳି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଓଡ଼ିଶାରୁ 30 ଲକ୍ଷ ଲୋକେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି ଓ ରାଜ୍ୟରେ 30 ଜଣ କୋଟିପତି ରାଜ୍ୟକୁ ଆସି ଲୁଟିବାରେ ଲାଗିଛନ୍ତି ବୋଲି କହିଥିଲେ ରାହୁଲ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 8, 2024, 10:23 AM IST

ABOUT THE AUTHOR

...view details