ଓଡିଶା

odisha

ETV Bharat / state

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ରାସ୍ତାରୋକ - Farmer Bharat Bandh

Bharat Bandh Impact in Angul: କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡ଼ାକରା । ଯାହାର ପ୍ରଭାବ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭାରତ ବନ୍ଦର ପ୍ରଭାବ
ଭାରତ ବନ୍ଦର ପ୍ରଭାବ

By ETV Bharat Odisha Team

Published : Feb 16, 2024, 11:54 AM IST

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ରାସ୍ତାରୋକ

ଅନୁଗୋଳ:ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଗ୍ରାମୀଣ ଭାରତ ବନ୍ଦ ଡାକରା । ଯାହାକୁ ଶ୍ରମିକ ସଂଗଠନରୁ ଆରମ୍ଭ କରି କଂଗ୍ରେସ ପର୍ଯ୍ୟନ୍ତ ବିଭିନ୍ନ ଦଳ ଓ ସଂଗଠନର ସମର୍ଥନ କରିଛି । ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି ଭାରତ ବନ୍ଦ ପ୍ରଭାବ । ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛନ୍ତି । ତେବେ ସ୍କୁଲ ଓ କଲେଜ ଗାଡି଼, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗାଡି଼କୁ ଛାଡି଼ ଦିଆଯାଉଛି ।

ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦରେ ସାମିଲ ହୋଇଛନ୍ତି କଂଗ୍ରେସ ସମେତ ଅନେକ ଅଣବିଜେପି ଦଳ । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ଗ୍ୟାରେଣ୍ଟି ଆଇନ ସମେତ ୧୨ ଦଫା ଦାବି ରହିଛି । ଏନେଇ ପଞ୍ଜାବ-ହରିୟାଣା ସୀମାରେ ଚାଲିଛି ଚାଷୀ ଆନ୍ଦୋଳନ । ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାର ସମର୍ଥନ କରିଛନ୍ତି ଅନ୍ୟାନ୍ୟ ସଂଗଠନ । ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର କହିଛନ୍ତି, "ଅନ୍ନଦାତାଙ୍କ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଅନୁଗୋଳ ଜିଲ୍ଲା କଂଗ୍ରେସ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ଏହା ବି ପଢନ୍ତୁ...କୃଷକ ସଂଗଠନର ଆଜି ଭାରତ ବନ୍ଦ, ସମର୍ଥନ କଲା କଂଗ୍ରେସ

ଏହା ବି ପଢନ୍ତୁ...ବାହାରି ପାରିଲାନି ନିଷ୍କର୍ସ, ପୁଣି 18ରେ କେନ୍ଦ୍ର ସହ ଆଲୋଚନା

ଅନୁଗୋଳର ହୁଲୁରିସିଂହା, ବଅଁରପାଳ, ଛେଲିଆପଡ଼ା ଓ ଛେଣ୍ଡିପଦା ଆଦି ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ଜାରି ରହିଛି । ଯେଉଁଥିପାଇଁ ବହୁ ଗାଡି଼ ମୋଟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଯଦିଓ ଅତ୍ୟାବଶ୍ୟକ ସେବା କୁ ଏହି ଆନ୍ଦୋଳନରୁ ବାଦ ଦିଆଯାଇଛି ତଥାପି ଆନ୍ଦୋଳନ କାରଣରୁ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଉଁଠି ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ତ ଆଉ କେଉଁଠି ପ୍ରବେସ ପଥକୁ ବନ୍ଦ କରିଦିଆଯାଇଛି। ଏହି ସବୁ କାରଣରୁ ଆଜି ଅନୁଗୋଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଏହିପରିଭାବେ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଅନୁଗୋଳରେ ଦେଖାଦେଇଛି।

ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଗ୍ୟାରେଣ୍ଟି ଆଇନ ସମେତ ୧୨ ଦଫା ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ନେଇଛି । ଦିଲ୍ଲୀ ଚଲୋ ଅଭିଯାନ ସହିତ ଜଡିତ କୃଷକ ମୋର୍ଚ୍ଚା(ଏସକେଏମ) ପକ୍ଷରୁ ଆଜି ଗ୍ରାମୀଣ ଭାରତ ବନ୍ଦ ନାମରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details