ଓଡିଶା

odisha

ETV Bharat / state

ଶୃଙ୍ଖଳିତ ଜିରୋ-ନାଇଟ୍‌ ସେଲିବ୍ରେସନ ପାଇଁ ପ୍ରସ୍ତୁତ ବ୍ରହ୍ମପୁର ପୋଲିସ - NEW YEAR 2025

12.30 ପରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ । ସହରରେ 4 ପ୍ଲାଟୁନ ଫୋର୍ସ ମୁତୟନ ।

ଶୃଙ୍ଖଳିତ ଜିରୋ-ନାଇଟ୍‌ ସେଲିବ୍ରେସନ ପାଇଁ ପ୍ରସ୍ତୁତ ବ୍ରହ୍ମପୁର ପୋଲିସ
ଶୃଙ୍ଖଳିତ ଜିରୋ-ନାଇଟ୍‌ ସେଲିବ୍ରେସନ ପାଇଁ ପ୍ରସ୍ତୁତ ବ୍ରହ୍ମପୁର ପୋଲିସ (ETV Bharat Odisha)

By ETV Bharat Odisha Team

Published : Dec 31, 2024, 8:24 PM IST

ବ୍ରହ୍ମପୁର:ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜାରି ରହିଛି ସେଲିବ୍ରେସନ୍‌ । ଏହି ଜିରୋ-ନାଇଟ ପାଳନକୁ ନେଇ ବ୍ରହ୍ମପୁର ସହରରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ ହେବାକୁ ରହିଥିବା ବେଳେ ସହରର ବିଭିନ୍ନ କ୍ଲବରେ ଚାଲିଛି ସମସ୍ତ ପ୍ରକାର ସାଜସଜ୍ଜା । ଏହିକ୍ରମରେ ସହରରେ ରହିଥିବା ୟୁନିୟନ କ୍ଲବଠାରୁ ଆରମ୍ଭ କରି ସଂସ୍କୃତି ଭବନ ଭଳି ପ୍ରମୁଖ ସ୍ଥାନରେ ଚଳିତବର୍ଷ ଜିରୋ-ନାଇଟ୍‌ ପାଳନ ହେଉଛି ।

  • ମୁମ୍ବାଇରୁ ଆସିଛନ୍ତି କଳାକାର:-

ଏହାକୁ ଶୃଙ୍ଖଳିତ କରିବା ପାଇଁ ଚଳିତବର୍ଷ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।‌ ଗୋଟିଏ ପଟେ ଜିରୋ-ନାଇଟକୁ ବେଶ ଆଡ଼ମ୍ବର ସହକାରେ କରିବାକୁ ନେଇ ଚଳିତ ବର୍ଷ କଲିକତା ଓ ମୁମ୍ବାଇର ଡ଼୍ୟାନ୍ସ ଗ୍ରୁପ ସହରକୁ ଆସିଥିବା ବେଳେ ଇଣ୍ଡିଅନ ଆଇଡ଼ଲର ବିଜେତା ମାନେ ନିଜର ମତୁଆଲା କଣ୍ଠରେ ସଙ୍ଗୀତ ଗାଇବେ ।

ଶୃଙ୍ଖଳିତ ଜିରୋ-ନାଇଟ୍‌ ସେଲିବ୍ରେସନ ପାଇଁ ପ୍ରସ୍ତୁତ ବ୍ରହ୍ମପୁର ପୋଲିସ (ETV Bharat Odisha)
  • ଏହି ସବୁ ଗତିବିଧି ଉପରେ ପୋଲିସର ନଜର

ଅନ୍ୟପଟେ ସହରରେ ଜିରୋ-ନାଇଟ୍‌ ପାଳନ କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହକାରେ ସହରକୁ ଜଗିବେ ସେ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ 4 ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୃତୟନ ରହିଛନ୍ତି । ରାତ୍ରି ୧୨.୩୦ ମିନିଟ୍ ପରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ । ଜିରୋ-ନାଇଟକୁ ସହରବାସୀ କିଭଳି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବେ ସେ ନେଇ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହର ବିଭିନ୍ନ ଛକରେ ପୋଲିସ ଜଗିବେ ସହିତ ମଦ୍ୟପାନ କରି ଗାଡ଼ି ଚଳାଇବା ସହିତ ମୋଟର ସାଇକେଲରେ ତିନିଜଣ ଯାତ୍ରା କରୁଥିଲେ ସେମାନଙ୍କୁ ଧରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ :-

ବର୍ଷ ଶେଷଦିନରେ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ

ଜିରୋ-ନାଇଟ୍‌ରେ ପୋଲିସର ଜିରୋ ଟଲେରାନ୍ସ ନୀତି, ଜାରି ହେଲା ଗାଇଡଲାଇନ୍‌

ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାରେ ଜିରୋ ନାଇଟ ନିମନ୍ତେ କର୍ମଚାରୀଙ୍କୁ ଆଲର୍ଟ ମୋଡ଼ରେ ରଖାଯାଇଛି । ସହରରେ ମୋଟ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ରାତି ୧୨.୩୦ ପରେ ଜିରୋ-ନାଇଟ୍‌ ପାଳନ କାର୍ଯ୍ୟକ୍ରମ ଶେଷ କରିବା ନିମନ୍ତେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ।


ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details