ଓଡିଶା

odisha

ETV Bharat / state

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଉନ୍ନୟନ କାର୍ଯ୍ୟକୁ ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ - Berhampur MP

Rangeilunda Airstrip:ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ଏୟାରପୋର୍ଟରେ ପରିବର୍ଦ୍ଧିତ କରିବା ନେଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ । ଅଧିକ ପଢନ୍ତୁ

Rangeilunda Airstrip
Rangeilunda Airstrip

By ETV Bharat Odisha Team

Published : Mar 7, 2024, 10:51 AM IST

Updated : Mar 7, 2024, 1:59 PM IST

Rangeilunda Airstrip

ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ସାପ୍ତାହିକ ଉଡାଣ ଆରମ୍ଭ ହୋଇଥିଲା । ତେବେ ସେହି ଏୟାରଷ୍ଟ୍ରିପକୁ ଏୟାରପୋର୍ଟରେ ପରିବର୍ଦ୍ଧିତ କରିବା ନେଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ସାଂସଦ ଓ ବିଧାୟକ ।

ତେବେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ସାପ୍ତାହିକ ଉଡାଣ ଆରମ୍ଭ କରାଯାଇଥିଲା । ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପକୁ ସାପ୍ତାହିକ ଉଡାଣ ହୋଇଥିଲା । ତେବେ ଏୟାରଷ୍ଟ୍ରିପକୁ ଏୟାରପୋର୍ଟରେ ପରିଣତ କରିବା ପାଇଁ ଏହାର ଉନ୍ନୟନ କାର୍ଯ୍ୟକୁ ଇତି ମଧ୍ୟରେ ଆରମ୍ଭ କରାଯାଇଛି । ସରକାରଙ୍କ ଅନୁଦାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ କିଭଳି ଚାଲିଛି ତାହାକୁ ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ତାଙ୍କ ପ୍ରତିନିଧି ଦଳ । ସରକାରଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଦୈନିକ ଉଡାଣ ହେବା ପରେ ଏହାର ପାର୍ଶ୍ୱରେ ରହିଥିବା ଜମିରେ ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି ଉନ୍ନୟନ କାର୍ଯ୍ୟ । ପୂର୍ବରୁ ରହିଥିବା ଏୟାରଷ୍ଟ୍ରିପର ରନୱେ ବୃଦ୍ଧି ସହିତ ଏୟାରପୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ପାଇଁ କରାଯାଇଥିବା ଯୋଜନା ଏବଂ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ପଚାରି ବୁଝିଥିଲେ ସାଂସଦ ଏବଂ ବିଧାୟକ ।

ଏହା ମଧ୍ୟ ପଢନ୍ତୁ- ରଙ୍ଗେଇଲୁଣ୍ଡାରୁ ଯାତ୍ରୀଙ୍କୁ ନେଇ ଉଡିଲା ବିମାନ, ୬ ମାସ ମଧ୍ୟରେ ହେବ ଅପଗ୍ରେଡ

ଗତବର୍ଷ ମାର୍ଚ୍ଚ ୫ ତାରିଖରେ ରଙ୍ଗେଇଲୁଣ୍ଡାରୁ ଯାତ୍ରୀଙ୍କୁ ନେଇ ପ୍ରଥମ ବ୍ୟବସାୟିକ ବିମାନ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଉଡାଣ ହୋଇଥିଲା । ଇଣ୍ଡିଆ ୱାନ୍ ଏୟାରର 9 ସିଟର ବିଶିଷ୍ଟ ବିମାନରେ ଭୁବନେଶ୍ୱର ଯାଇଥିଲେ ବହୁ ଯାତ୍ରୀ । ପର୍ଯ୍ୟାୟ କ୍ରମେ ଏୟାରଷ୍ଟିପରୁ ଏହା ଏୟାରପୋର୍ଟ କରିବା ପ୍ରକ୍ରିୟା ହେବା ସହିତ ପରବର୍ତ୍ତୀ ସମୟରେ ଏଠାରୁ ଯେପରି ୭୦ ସିଟର ବିମାନ ଉଡାଣ ହେବ ତାହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି ।

ଆଗାମୀ ଦିନରେ ୭୦ ସିଟର ବିମାନ ଉଡାଣ ପାଇଁ ଏଠାକାର ରହିଥିବା ରନ୍ ୱେ ୯୭୦ ମିଟର ବୃଦ୍ଧି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ଆବଶ୍ୟକୀୟ ମୋଟ ୧୨ଶହ ମିଟର କରାଯିବା ପାଇଁ ଆହୁରି କେତେକ ଜମି ଅଧିଗ୍ରହଣ କାର୍ଯ୍ୟ କରାଯିବ । ଏହାପରେ ଏହି ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବ । ଏପରିକି ବର୍ତ୍ତମାନ ସୁଦ୍ଧା ମୋଟ ୧୧୭ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା କୁହାଯାଇଛି । ସେପଟେ ଏହି ସମ୍ପ୍ରସାରଣ କାର୍ଯ୍ୟ ଡିସେମ୍ୱର ଶେଷ ସୁଦ୍ଧା ଶେଷ ହେବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପରୁ ୭୦ ସିଟ୍ ବିମାନ ଦେଶର ଅନ୍ୟ ପ୍ରମୁଖ ରାଜ୍ୟର ଏୟାରପୋର୍ଟ ସହିତ ସଂଯୋଗ ହୋଇପାରିବ ବୋଲି ଆଶା କରାଯାଇଛି । ସେପଟେ ରଙ୍ଗେଇଲୁଣ୍ଡାରୁ ବିମାନ ଚଳାଚଳ ଖୁବ୍ ଶୀଘ୍ର ବିଶାଖାପାଟଣାକୁ ସଂଯୋଗ ହେବାକୁ ରହିଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 7, 2024, 1:59 PM IST

ABOUT THE AUTHOR

...view details