ଓଡିଶା

odisha

ମିଶ୍ରଣ ପର୍ବ ବେଳେ ମାଡ଼ି ଆସିଲେ ମହୁମାଛି, ମୁହଁ ଘୋଡ଼ାଇ ଦୌଡ଼ିଲେ ନେତା ଓ କର୍ମୀ

By ETV Bharat Odisha Team

Published : Mar 11, 2024, 1:52 PM IST

Bee Attack in JMM Mishran Parba: ଜେଏମଏମ୍‌ର ମିଶ୍ରଣ ପର୍ବରେ ମହୁମାଛି ଆକ୍ରମଣ । ଅତିଷ୍ଠ ହୋଇ ମୁହଁରେ ରୁମାଲ ଭିଡ଼ି ଫେରିଲେ ନେତା ଓ କର୍ମୀ । ଅଧିକ ପଢନ୍ତୁ

Bee Attack During JMM Mishran Parba
Bee Attack During JMM Mishran Parba

Bee Attack During JMM Mishran Parba

ରାଉରକେଲା:ମିଶ୍ରଣ ପର୍ବରେ ମହୁମାଛି ଭୟ । ଏପଟେ ଚାଲିଥିଲା ମିଶ୍ରଣ ପର୍ବ । ସେପଟେ ନେତା ଓ କର୍ମୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ମହୁମାଛି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାନସଭା କ୍ଷେତ୍ରର ଜେଏମ୍ଏମ୍ ପକ୍ଷରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଚାଲିଥିବା ବେଳେ ମହୁମାଛି ଆକ୍ରମଣ କରିଛନ୍ତି । ଜେଏମଏମର ଗଡ କୁହାଯାଉଥିବା ବୀରମିତ୍ରପୁରରେ ଦଳର ସ୍ଥିତି ସଜାଡିବା ପାଇଁ କର୍ମୀ ସମ୍ମିଳନୀ ଡାକିଥିଲା ଦଳ । ଏଥିରେ ୧୦ରୁ ଅଧିକ ନେତା ଓ କର୍ମୀ ଆହତ ହୋଇଥିବା ସୂଚନା ରହିଛି । ମହୁମାଛି ଆକ୍ରମଣ ପରେ ସେମାନଙ୍କୁ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ବିଜେପିର ବିକ୍ଷୋଭ ବେଳେ କାମୁଡିଲେ ମହୁମାଛି; ବିଧାୟକଙ୍କ ସହ ୫୦ରୁ ଅଧିକ ଆହତ

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାନସଭା କ୍ଷେତ୍ରର ଜେଏମ୍ଏମ୍ ପକ୍ଷରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଆଗାମୀ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ ସେନେଇ ବୀରମିତ୍ରପୁର ବିଏସ୍ଏଲ୍‌ କମ୍ପାନିର ଡାଇରେକ୍ଟର ବଙ୍ଗଳା ପରିସରରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବୀରମିତ୍ରପୁର ବିଧାନସଭାକ୍ଷେତ୍ରର ଜେଏମ୍‌ଏମ୍‌ର ବହୁ ପୁରୁଖା‌ ନେତା ଓ କର୍ମୀ ସାମିଲ ହୋଇଥିବା ବେଳେ ହଠାତ ମହୁମାଛି ଆସି ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:Bee lover from kendrapda: ମହୁମାଛି ପ୍ରେମରେ ହୀରା; ଦୋକାନକୁ ଆସୁଛନ୍ତି, ତାଙ୍କ ହାତରୁ ପାନମସଲା ଖାଉଛନ୍ତି

ପ୍ରଥମେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିବା ବେଳେ କର୍ମୀ ସମ୍ମିଳନୀ ସରିବାକୁ ମାତ୍ର କିଛି ସମୟ ବାକି ଥିବାବେଳେ ମାଡ଼ି ଆସିଥିଲେ ମହୁମାଛି । ଜୀବନ ବଞ୍ଚାଇବା ଭୟରେ ନେତା ଓ କର୍ମୀମାନେ ସଭାସ୍ଥଳ ଛାଡି ଦୌଡିବାକୁ ଲାଗିଥିଲେ। କେବଳ ସଭାସ୍ଥଳ ନୁହେଁ, ଭୋଜି ଭାତ ପ୍ରସ୍ତୁତ କରୁଥିବା ଲୋକମାନେ ମଧ୍ୟ ବାଦ୍‌ ପଡ଼ିନଥିଲେ । ମୁହଁରେ ରୁମାଲ ଗୋଡାଇ ସଭାସ୍ଥଳ ଛାଡି ଅଧାରୁ ଫେରିଥିଲେ ନେତାକର୍ମୀ । ଏଥିରେ ପ୍ରାୟ 10ରୁ ଅଧିକ ନେତା ଓ କର୍ମୀ ଆହତ ହୋଇଥିବା ବେଳେ ଅତିଷ୍ଠ ହୋଇ ସଭାକୁ ମଧ୍ୟ ବହୁତ ସମୟ ଧରି ବନ୍ଦ କରି ରଖାଯାଇଥିଲା । ଦୁଇଜଣଙ୍କୁ ଗୁରୁତର ହୋଇ ପଡିବାରୁ ସେମାନଙ୍କୁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତେବେ ମହୁମାଛି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି । ପ୍ରାୟ ଦୁଇ ଘଣ୍ଟା ସଭା ବନ୍ଦ ରଖାଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details