କଟକ:ବାରଙ୍ଗ ବାପା ପୁଅ ଓ ବୋହୂଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ପୁଅ ଦୀନବନ୍ଧୁ । ପୂର୍ବରୁ ଆଖି ବୁଜିଥିଲେ ସ୍ତ୍ରୀ ସସ୍ମିତା । ମାଆ-ବାପାକୁ ହରାଇ 6 ବର୍ଷର କୁନି ପୁଅ ପାଲଟି ଯାଇଛି ବେସାହାରା । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ ।
କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ଗତ (ଶନିବାର) ଦିନ ବାରଙ୍ଗ ବାରସିଂଗା ଗାଁରେ ଜହ୍ଲାଦ ବାପା ଗୋବର୍ଦ୍ଧନ ରାଉତ ତାଙ୍କ ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ପୋଡିମାରିବା ଉଦ୍ୟମ କରିଥିଲା । ଗତ (ରବିବାର) ବୋହୂ ସସ୍ମିତା ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ପୋଲିସ ଗିରଫ କରିଛି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ । ତେବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି ।