ବାଲେଶ୍ୱର: ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ବରରେ ଅନୁଷ୍ଠିତ ହେବ ନିର୍ବାଚନ । ଏହା ପୂର୍ବରୁ ବାଲେଶ୍ୱର ସଦର ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କର ତିନି ବର୍ଷ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଦେଇଛନ୍ତି । ବାଲେଶ୍ୱରରେ ହୋଇଥିବା ବିକାଶର ହିସାବ ଦେବା ସହ ଚଳିତ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ସଦର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା କଥା କହିଛନ୍ତି ସ୍ୱରୂପ ।
ବାଲେଶ୍ୱର ସଦର ପାଇଁ କଣ କରିଛନ୍ତି ସ୍ୱରୂପ, 3 ବର୍ଷର ହିସାବ ଦେଲେ - Swarup Das report card - SWARUP DAS REPORT CARD
Balasore Assembly constituency: ତିନିବର୍ଷର ହିସାବ ସହ ଆଗାମୀ ପାଞ୍ଚ ବର୍ଷର ବିକାଶର ବାର୍ତ୍ତା ଦେଲେ ସଦର ବିଧାୟକ । ବାଲେଶ୍ୱରରେ ହୋଇଥିବା ବିକାଶର ହିସାବ ଦେଇ ମୁଖ୍ୟମନ୍ତ୍ରୀ ବାଲେଶ୍ୱରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା କଥା କହିଛନ୍ତି ସ୍ୱରୂପ । ଅଧିକ ପଢନ୍ତୁ
Published : May 23, 2024, 4:10 PM IST
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୋଟ ୧୮ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଉକ୍ତ ଅନୁଦାନରେ ପୂର୍ତ୍ତ ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ବିଭାଗ, ଇଞ୍ଜିନିୟରିଂ ବିଭାଗ, ଜଳସେଚନ ବିଭାଗ, ଗଣଶିକ୍ଷା ବିଭାଗ, ଗ୍ରାମୀଣ କାର୍ଯ୍ୟ ବିଭାଗ, ଜଳ ନିଷ୍କାସନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ, ଉଠା ଜଳସେଚନ ବିଭାଗ, କୃଷି ବିଭାଗ, ପଶୁପାଳନ ବିଭାଗ ଓ ଇ ବିଭାଗ ଆଦିରେ ବିଭିନ୍ନ ପ୍ରକାର ବିକାଶମୂଳକ କାମ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସ୍ରେ ଏହି ନିର୍ବାଚନ ମଣ୍ଡଳୀ ରହିଥିବା କଥା କହିଛନ୍ତି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ । ତିନିବର୍ଷ କାର୍ଯ୍ୟକାଳର ହିସାବ ଦେବାସହ ଚଳିତ ନିର୍ବାଚନରେ ସଦର ବିଜେଡି ପକ୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ବାଲେଶ୍ୱରରେ କଣ କଣ ବିକାଶ କରାଯିବ ସେନେଇ ସୂଚନା ଦେଇଥିଲେ ସ୍ୱରୂପ।
ନିର୍ବାଚନୀ ଇସ୍ତାହାର: ବାଲେଶ୍ବର ସଦରକୁ ସିଫୁଡ୍ଏବଂ ମତ୍ସ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟରରେ ପରିଣତ କରିବା, କୃଷି ମହାବିଦ୍ୟାଳୟ ସ୍ଥାପନ, ବାଲେଶ୍ବରକୁ ମହାନଗର ନିଗମରେ ପରିଣତ କରିବା, ଫକୀରମୋହନ ମେଡିକାଲ କଲେଜ ଏବଂ ଚିକିତ୍ସାଳୟରେ ନ୍ୟୁରୋଲୋଜି ଏବଂ କାର୍ଡିଓଲୋଜି ବିଭାଗ ଖୋଲିବା, ବ୍ୟାବସାୟିକ ତଥା ଶିଳ୍ପର ବିକାଶ ପାଇଁ ଇ ଟାୱାର ନିର୍ମାଣ, ଫଳ ଓ ପନିପରିବା ତଥା କୃଷକମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ଉଚିତ ମୂଲ୍ୟରେ ବିକ୍ରୟ ପାଇଁ କୃଷି ବଜାର ବ୍ୟବସ୍ଥା, ବେଳାଭୂମି ଓ ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନେବା, ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା, ବେଳାଭୂମିରେ ବ୍ୟାପକ ପରିମାଣରେ ବନଜଙ୍ଗଲ, ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା, ଆରଓ ଟ୍ରିଟେଡ୍ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଓ ଦକ୍ଷତାବିକାଶ କେନ୍ଦ୍ର ସ୍ଥାପନ କରିବା ଭଳି ଇସ୍ତାହାରରେବିକାଶର ବାର୍ତ୍ତା ରହିଛି ।
ଇଟିଭି ଭାରତ, ବାଲେଶ୍ୱର