ଓଡିଶା

odisha

Family Seeks Help: ପୁଅର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହଁ, ପଣତ କାନି ପତାଇ ସାହାଯ୍ୟ ମାଗୁଛି ମା’ - Helpless Family Seeks Help

By ETV Bharat Odisha Team

Published : Sep 4, 2024, 8:15 PM IST

Dandi Village Helpless Family Seeks Help: ଦୁର୍ଘଟଣାଗ୍ରସ୍ତ ହୋଇ ଶଯ୍ୟାରେ ପଡ଼ିଛି ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ । ପୁଅକୁ ଭଲ କରିବା ପାଇଁ କାନି ପତାଇ ସାହାଯ୍ୟ ମାଗୁଛି ମାଆ । ଅଧିକ ପଢ଼ନ୍ତୁ

Helpless Family Seeks Help
Helpless Family Seeks Help (ETV Bharat Odisha)

ବାଲେଶ୍ବର: ବାର ଦୁଆର ବୁଲି ପଣତ କାନି ପତାଇ ମାଗୁଛି ସାହାଯ୍ୟ ମାଆ । ପୁଅର ଚିକିତ୍ସା ପାଇଁ ମାଆ ବାପା ଦୁହେଁ ଆଜି ନିରୁପାୟ । ଅସହାୟ ହୋଇ ଗାଁ ଦାଣ୍ଡରେ ବୁଲିବୁଲି ସାହାଯ୍ୟ ମାଗିବା ସହ ପୁଅକୁ ଭଲ କରିବା ପାଇଁ ନିଜର ସମସ୍ତ ଚେଷ୍ଟା ଚଳାଇଛନ୍ତି । ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦାଣ୍ଡି ଗ୍ରାମର ଜଗନ୍ନାଥ ସାହୁଙ୍କ ପରିବାରରେ ।

Family Seeks Help (ETV Bharat Odisha)

ଦୁର୍ଘଟଣା ସାଧିଲା ଦାଉ:

ଜଗନ୍ନାଥ ସାହୁଙ୍କ ବଡ଼ ପୁଅ ଭବେଶ ସାହୁ । ଗତ ମାର୍ଚ୍ଚ ମାସ ୩୧ ତାରିଖରେ ସଡକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଭବେଶ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ମେଡିକାଲରେ ଖପୁରୀ ଅଲଗା କରିବାକୁ ପଡିଥିଲା । ୩ ମାସ ମଧ୍ୟରେ ଦ୍ଵିତୀୟ ଅସ୍ତ୍ରପଚାର କରି ଖପୁରୀ ଲଗାଯାଇ ଥାନ୍ତା । ହେଲେ ଦ୍ଵିତୀୟ ଅସ୍ତ୍ରୋପଚାର ପାଇଁ ପରିବାର ପାଖରେ ଏବେ ଅର୍ଥାଭାବ ଦେଖା ଦେଇଛି । ଅସ୍ତ୍ରୋପଚାର ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏପଟେ ୩ ମାସ ମଧ୍ୟରେ ଖପୁରୀ ପ୍ରତ୍ୟାରୋପଣ କରିବା କଥା କିନ୍ତୁ ଅଧିକ ଦିନ ହେଲେ ନୂତନ ଖପୁରୀର ଆବଶ୍ୟକ ପଡିପାରେ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସେଥିପାଇଁ ପୁଣି ଅଧିକ ୨ ରୁ ୩ ଲକ୍ଷ ଆବଶ୍ୟକ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, ଜରିପାଲ ତଳେ ବିତୁଛି ଚାରି ଜୀବନ - Request For PM Awas

ଶଯ୍ୟାରେ ପଡ଼ିଛି ରୋଜଗାରିଆ ପୁଅ:

ବର୍ତ୍ତମାନ ସୁଦ୍ଧା ପ୍ରଥମ ଅସ୍ତ୍ରୋପଚାରକୁ ୫ ମାସ ବିତି ଯାଇଥିଲେ ମଧ୍ୟ ଗରିବ ପରିବାରର ହୋଇଥିବାରୁ ଅର୍ଥ ଯୋଗାଡ କରି ନପାରି ପୁଅକୁ ଘରେ ରଖିଛନ୍ତି ଏବଂ ଚିକିତ୍ସା ପାଇଁ ଲୋଡିଛନ୍ତି ସହଯୋଗ । ଜଗନ୍ନାଥ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଜମି ବାଡି କହିଲେ ଘର ଡିହ ଖଣ୍ଡିକ ସହ ମାତ୍ର ଅଳ୍ପ କେଇ ଗୁଣ୍ଠ ଚାଷ ଜମି ଥିଲା । ଭବେଶ ଏକମାତ୍ର ରୋଜଗାରିଆ ପୁଅ ଥଲେ । ଗାଡ଼ି ଡ୍ରାଇଭିଂ କରି ପରିବାର ଚଳାଉଥିଲେ । ହେଲେ ଦୁର୍ଘଟଣାର ଶିକାର ହେବା ପରେ ଘର ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଛି ।


ଏହା ମଧ୍ୟ ପଢ଼ନ୍ତୁ...ବ୍ରେନ ଷ୍ଟ୍ରୋକରେ ଶିକାର ହୋଇ ମେଡ଼ିକାଲ ବେଡରେ ପଡ଼ିଛି ସ୍ବାମୀ, ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Helpless Family Seeks Help


ପୁଅ ପାଇଁ ସାହାଯ୍ୟ ମାଗୁଛି ବାପା:

ଏମିତି ଦୁଃଖଦ ପରିସ୍ଥିତି ଭିତରେ ପୁଅକୁ କେମିତି ଭଲ କରିବେ ସେନେଇ ଜଗନ୍ନାଥ ନିଜ ପ୍ରତିକ୍ରିୟାରେ କହିଛନ୍ତି , "ଓଡ଼ିଶାର ସାଢ଼େ ଚାରିକୋଟି ଭାଇ ଓ ଭଉଣୀମାନଙ୍କୁ ମୁଁ ଅନୁରୋଧ କରୁଛି, ଦୀର୍ଘ ଚାରିମାସ ହେଲା ମୋ ପୁଅ ଦୁର୍ଘଟଣାରେ ପଡ଼ିଛି । ତେଣୁ ଆପଣ ଟିକେ ସାହାଯ୍ୟର ହାତ ବଢ଼ାଇଲେ ମୁଁ ମୋ ପୁଅର ଅପରେସନ କରି ପାରିବି । ମୋ ପୁଅ ଭଲ ହେଇଯାଇ ପାରିବ ଏବଂ ମୋ ପୁଅକୁ ମୁଁ ଫେରି ପାଇବି । ତେଣୁ ମୁଁ ସମସ୍ତଙ୍କୁ ହାତଯୋଡ଼ି ବିନମ୍ର ଅନୁରୋଧ କରୁଛି, ଆପଣମାନେ ଟିକେ ସାହାଯ୍ୟର ହାତ ବଢ଼ାନ୍ତୁ । ଯାହା ଯେମିତି ଥିଲା ଆମ ପାଖରେ ସବୁ ଆମେ ସାରିଦେଇ ସାରିଲୁଣି । 7 ଲକ୍ଷ ସାଢ଼େ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଗଲାଣି । ଆମ ପାଖରେ ସହାୟତା ଆଉ କିଛି ନାହଁ । ଯାହା ଗହଣା ଥିଲା ସବୁ ଆମେ ସାରି ଦେଇ ସାରିଲୁଣି । ତେଣୁ ଆପଣମାନେ ଟିକେ ଦୟା କରନ୍ତୁ, ଗରିବ ପ୍ରତି ଆଜ୍ଞା ଟିକେ ଦୟା କରନ୍ତୁ ଆଜ୍ଞା, ମୋ ଛୁଆଟା ପାଇଁ ସାହାଯ୍ୟର ହାତ ବଢ଼ାନ୍ତୁ । ମୁଁ ଆପଣଙ୍କୁ ହାତଯୋଡି ବିନମ୍ର ଅନୁରୋଧ କରୁଛି ମୋ ଛୁଆଟାକୁ ଟିକେ ଭଲ କରି ଦିଅନ୍ତୁ ଆପଣମାନେ ।"

ଏହା ମଧ୍ୟ ପଢ଼ନ୍ତୁ...ରୋଗ ଶଯ୍ୟାରେ ଘରର ଏକମାତ୍ର ପୁଅ: ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ, ସରକାରଙ୍କୁ ମା’ର ଆକୁଳ ନିବେଦନ - Santosh Panda Seeks government help

ଏହା ବି ପଢନ୍ତୁ- ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help

ସାହାଯ୍ୟ ଲୋଡା:

ତେବେ ପରିବାର ପକ୍ଷରୁ ସହଯୋଗ ପାଇଁ ଦିଆଯାଇଥିବା ଫୋନେ ପେ ନମ୍ବର ହେଉଛି୯୩୪୮୫୩୨୮୭୮। ଏହି ନମ୍ବରରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ସହଯୋଗ କରିବାକୁ ଚାହୁଁଥିବେ ତେବେ ସହଯୋଗ କରି ପାରିବେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details