ଓଡିଶା

odisha

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ! ଧୁକୁଡ଼ି ଦ୍ଵାର ନିକଟରେ ପଡିଥିଲା ରକ୍ତ, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି - Bada Mahasnana niti rituals

By ETV Bharat Odisha Team

Published : Jul 29, 2024, 9:31 AM IST

Updated : Jul 29, 2024, 9:45 AM IST

Bada maha snana niti: ମହାପ୍ରଭୁଙ୍କ ଅବକାଶ ପୂଜା ନୀତି ଶେଷ ହେବା ପରେ ଧୁକୁଡ଼ି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହେଇଛି । ଅଧିକ ପଢନ୍ତୁ

Puri temple
Puri temple (Etv Bharat Odisha)

ପୁରୀ: ଶ୍ରୀ ମନ୍ଦିରରେ ଅଭାବନୀୟ ଘଟଣା । ଧୁକୁଡ଼ି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି । ମହାପ୍ରଭୁଙ୍କ ଅବକାଶ ପୂଜା ନୀତି ଶେଷ ହେବା ପରେ ଧୁକୁଡ଼ି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦୃଷ୍ଟି ଗୋଚର ହେବାରୁ ମହାପ୍ରଭୁ ଙ୍କ ବଡ଼ ମହାସ୍ନାନ ନୀତି ହେଇଛି । ଫଳରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବେଶ୍ ବିଳମ୍ବ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ - Banakalagi Niti Ritual

ମହାପ୍ରଭୁ ଙ୍କ ଅବକାଶ ପୂଜା ନୀତି ସକାଳ 7 ଟା 25 ରେ ଶେଷ ହୋଇଥିଲା । ପରେ ସେବାୟତ ମାନେ ଶ୍ରୀମନ୍ଦିର ର ଧୁକୁଡି ଦ୍ଵାର ନିକଟରେ ରକ୍ତ ପଡ଼ିଥିବା ଦେଖିଥିଲେ । ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ହୋଇଛି । ତେବେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଏ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ! ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢାର ଫଟୋ, ରଥଯାତ୍ରା ମଧ୍ୟରେ ୨ ଥର - Puri Jagannath Temple photo Viral

ପରେ ଉକ୍ତ ସ୍ଥାନକୁ ଚୂନ ପାଣି ପକାଯାଇ ଶୋଧ କରାଯାଏ । ପରେ ପୂଜାପଣ୍ଡା ସେବକ ମାନେ ମହାପ୍ରଭୁ ଙ୍କ ବଡ ମହାସ୍ନାନ ନିତି କରନ୍ତି। ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଏ । ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁ ଙ୍କ ଦର୍ଶନ ଆରଂଭ ହେବା ସହ ଅନ୍ୟାନ୍ୟ ନିତୀ ଅନୁଷ୍ଠିତ ହେଇଥାଏ। ତେବେ ଶ୍ରୀ ମନ୍ଦିର ରେ ଦର୍ଶନ ପାଇଁ ଆସୁଥିବା ଭକ୍ତ ଅନେକ ସମୟ ରେ ପ୍ରବଳ ଗହଳି ଯୋଗୁ ତଳେ ପଡି ଆହତ ହେବାରୁ ରକ୍ତ ଛିଟା ପଡ଼ିଥାଏ। ସେହିପରି ଅନେକ ଭକ୍ତ ଭିଡ ରେ ବାନ୍ତି କରିଦେଇ ଥାଆନ୍ତି। ଏଣୁ ଅନେକ ସମୟ ରେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ।

ପୁରୀ, ଇଟିଭି ଭାରତ

Last Updated : Jul 29, 2024, 9:45 AM IST

ABOUT THE AUTHOR

...view details