ଓଡିଶା

odisha

ETV Bharat / state

ମଝି ରାସ୍ତାରେ ହାଇଡ୍ରାମା: ମୁଖ୍ୟମନ୍ତ୍ରୀ ବସସେବା କର୍ମଚାରୀଙ୍କୁ ଆକ୍ରମଣ, ଡ୍ରାଇଭର ଗୁରୁତର - ATTACK ON LACCMI BUS DRIVER

ମୁଖ୍ୟମନ୍ତ୍ରୀ ବସସେବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ରାସ୍ତା ମଝିରେ ବସକୁ ଅଟକାଇ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପିଟିଲେ ଦୁବୃର୍ତ୍ତ । ଗାଡ଼ିଚାଳକ ଗୁରୁତର ।

Attack On Laccmi Bus Driver
Attack On Laccmi Bus Driver (ETV Bharat Odisha)

By ETV Bharat Odisha Team

Published : Nov 3, 2024, 6:23 PM IST

କେନ୍ଦ୍ରାପଡ଼ା:ଗାଡ଼ି ଧକ୍କାକୁ ନେଇ ତୁମୁଳ କାଣ୍ଡ । ରଣକ୍ଷେତ୍ର ପାଲଟିଲା ମଝି ରାସ୍ତା । ରାସ୍ତା ଉପରେ ଲକ୍ଷ୍ମୀ ବସ୍ ବା ମୁଖ୍ୟମନ୍ତ୍ରୀ ବସସେବା ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼। ଅତି ନୃଶଂସ ଭାବରେ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜନଗର ଅଧିନ ମହୁଲିଆ ଛକ ଠାରେ।

ATTACK ON LACCMI BUS DRIVER (ETV Bharat Odiasha)

କ'ଣ ଥିଲା ଘଟଣା:

ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ମୁଖ୍ୟମନ୍ତ୍ରୀ ବସସେବା ଡ୍ରାଇଭର ଅରବିନ୍ଦ ରାଉତ ପ୍ରତିଦିନ ଭଳି ଆଜି ସକାଳେ ରାଜନଗର ଗୋପାଳପୁର ସ୍ଥିତ ବସ ଷ୍ଟାଣ୍ଡରୁ ଯାତ୍ରୀ ନେଇ ତାଳଚୁଆ ଅଭିମୁଖେ ଯାଉଥିଲି । ରାସ୍ତାରେ ଏକ ମାଲ ବୋଝେଇ ଗାଡି ମୁଖ୍ୟମନ୍ତ୍ରୀ ବସସେବା ବସକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଫଳରେ ବସର ଗ୍ଲାସ ଭାଙ୍ଗି ଯାଇଥିଲା । ଏନେଇ ଡ୍ରାଇଭର ଅରବିନ୍ଦ ଧକ୍କା ଦେଇଥିବା ଗାଡିର ଡ୍ରାଇଭରକୁ ଅଟକାଇ ପଚାରିବାରୁ ଡ୍ରାଇଭର ଜଣଙ୍କ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଗାଡି ମାଲିକଙ୍କୁ ଅରବିନ୍ଦ ଫୋନ କରିବା ପରେ ମୁଖ୍ୟମନ୍ତ୍ରୀ ବସସେବା ଅଧିକାରୀଙ୍କ ସହ ଫୋନ ଯୋଗେ କଥା ହୋଇ ଅପରାହ୍ନ ସମୟରେ ଏହାର ସମାଧାନ ହେବ ବୋଲି ଗାଡି ମାଲିକ କହିଥିଲେ । ପରେ ଘଟଣାସ୍ଥଳରୁ ବସ କିଛି ବାଟ ଯିବାପରେ ରାଜନଗର ଅଞ୍ଚଳର ଜଣେ ଯୁବକ ବସ ଆଗକୁ ଆସି ପ୍ରଥମେ କଣ୍ଡକ୍ଟରଙ୍କୁ ଓ ପରେ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଡ୍ରାଇଭର ଜଣଙ୍କ କ୍ଷତାକ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ୱଶୁର ଘରେ ଜ୍ବାଇଁର ଇଗୋ ହର୍ଟ, ଶଳାକୁ ହତ୍ୟା କରି ଭିଣୋଇ ଗିରଫ

ଏହା ମଧ୍ୟ ପଢ଼ନ୍ତୁ...କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା, ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ...ଝାରପଡ଼ା ଜେଲରେ ଅପରାଧିଙ୍କ ଆତଙ୍କ, ଜେଲରଙ୍କୁ ପିଟି ହାତ କାଟି ଦେଲେ

କ'ଣ କହୁଛନ୍ତି ବସ ଡ୍ରାଇଭର:

ଏନେଇ ଡ୍ରାଇଭର ଅରବିନ୍ଦ ରାଉତ କହିଛନ୍ତି, "ମୁଁ ରୁଟରେ ଯିବା ସମୟରେ ସାମ୍ନା ପଟୁ ଏକ ମାଲ ବୋଝେଇ ଗାଡି ଦ୍ରୁତଗତିରେ ଆସି ବସ ସହ ବାଡେଇ ହୋଇଥିଲା । ଧକ୍କା ଦେଇଥିବା ଗାଡ଼ିକୁ ଅଟକାଇ ଗାଡ଼ି କାହିଁକି ଜୋରରେ ଚଲାଉଛ ବୋଲି ପଚାରିଥିଲୁ । ଏକଥା ପଚାରିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲା । କିଛି ସମୟ ପରେ ସେ ତାଙ୍କ ମାଲିକ ପାଖକୁ ଫୋନ କଲେ ଏବଂ ତାଙ୍କ ମାଲିକ ଆସି ଏହାର ସମାଧାନ କରିବା ପାଇଁ କହିଥିଲେ । ଏପଟେ ଆମେ ଘଟଣାସ୍ଥଲରୁ ବସ ନେଇ ଯିବା ପରେ ବାଟରେ ପବନା ନାମକ ଜଣେ ବ୍ୟକ୍ତି ବସ୍‌କୁ ଅଟକାଇବା ସହ କଣ୍ତକ୍ଟରକୁ ମାରପିଟ ଆରମ୍ଭ କରିଥିଲେ । ମୁଁ ଅଟକାଇବାରୁ ମୋତେ ବି ଆକ୍ରମଣ କଲେ । ମୁଁ ଆଶା କରୁଛି ଏହି ଘଟଣା ଉପରେ ସରକାର ପଦକ୍ଷେପ ନେବେ ।" ସେପଟେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details