ଓଡିଶା

odisha

ETV Bharat / state

ଜଗା ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ: 'ୱାନ ନେସନ ୱାନ ଇଲେକ୍ସନ'କୁ ଦୋହରାଇଲେ ସମର୍ଥନ - ASSAM CM ON ODISHA VISIT

ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ପୁରୀରେ ମହାପ୍ରଭୁଙ୍କ କଲେ ଦର୍ଶନ । ବାଲାଂଦେଶ ହିଂସା ଓ 'ୱାନ ନେସନ ୱାନ ଇଲେକ୍ସନ' ଉପରେ ରଖିଲେ ମତ ।

Assam CM In Puri
Assam CM In Puri (ETV Bharat Odisha)

By ETV Bharat Odisha Team

Published : Dec 12, 2024, 7:52 PM IST

ପୁରୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱସର୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଆଜି ଓଡ଼ିଶାରେ ବିଜେପି ସରକାର ଗଠନ ହେବା 6 ମାସ ପୂରଣ ହେଲା । ମୋର ସୌଭାଗ୍ୟ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିଲା।"

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ହିମନ୍ତ:

Assam CM On Odisha Visit (ETV Bharat Odisha)

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ଓଡ଼ିଶାବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛି । ମହାପ୍ରଭୁଙ୍କ କୃପାରୁ ଜଗତରେ ଶାନ୍ତି ପ୍ରତିଷ୍ଠା ହେଉ । ଭାରତରେ ଶାନ୍ତି ବଜାୟ ରହୁ ଓ ସବୁ ଲୋକ ଖୁସି ରୁହନ୍ତୁ, ଏହି କଥା ମୁଁ ଆଜି ମହାପ୍ରଭୁଙ୍କୁ ପ୍ରାର୍ଥନା କଲି। ତେବେ ପଡୋଶୀ ଦେଶ ବାଂଲାଦେଶରେ ହିନ୍ଦୁଙ୍କ ଆକ୍ରମଣ ଘଟଣା ବହୁତ ଚିନ୍ତାର ବିଷୟ । ଯାହାବି ବାଂଲାଦେଶରେ ଘଟୁଛି ଯେତେ ଥର ନିନ୍ଦା କଲେ ତାହା କମ ହେବ। ସଂଖ୍ୟାଲଘୁଙ୍କୁ କିଭଳି ସୁରକ୍ଷା ଦିଆଯାଏ କେବଳ ଭାରତରେ ହିଁ ଆପଣ ଦେଖିପାରିବେ। ବାକି ଯେଉଁ ଦେଶ ରହିଛି ପାକିସ୍ତାନ ହେଉକି ବାଂଲାଦେଶ ହେଉ ହିନ୍ଦୁ ହେଉ କି ସେହି ଦେଶର ସଂଖ୍ୟା ଲଘୁମାନେ ସୁରକ୍ଷିତ ନୁହନ୍ତି । ଯାହାବି ବାଂଲାଦେଶ ହେଉଛି ତାହା ବହୁତ ଦୁଃଖର ବିଷୟ। କିନ୍ତୁ ମୋର ବିଶ୍ବାସ ରହିଛି ପ୍ରଧାନମନ୍ତ୍ରୀ କୂଟନୀତି ଦ୍ଵାରା କିଛି ନା କିଛି ସମାଧାନ ବାହାର କରିବେ। ଆମ ହିନ୍ଦୁଙ୍କ ସୁରକ୍ଷା ପାଇଁ ସେ ନିଶ୍ଚିତ କାର୍ଯ୍ୟ କରିବେ। ଆମ ଆସାମର ସୀମାରେ ବାଂଲାଦେଶ ଅଛି । ଏଥିପାଇଁ ଆମର ଅଧିକ ଚିନ୍ତା ରହିଛି।"

Assam CM In Puri (ETV Bharat Odisha)

କଂଗ୍ରେସକୁ ହିମନ୍ତଙ୍କ ଟାର୍ଗେଟ୍:

ସେ ଆହୁରି କହିଛନ୍ତି, "ମୁଁ ଆମ ହିନ୍ଦୁଙ୍କ ସୁରକ୍ଷା ପାଇଁ କେବଳ ପ୍ରାର୍ଥନା କରିପାରିବି । ଆମେ ତାଙ୍କ ସହ ଦୃଢ଼ ଭାବେ ରହିଛୁ । ଏବେ ଆମର ପ୍ରଧାନମନ୍ତ୍ରୀ ଆମର ବୈଦେଶିକ ସଚିବଙ୍କୁ ବାଂଲାଦେଶ ପଠାଇଥିଲେ। ମୋର ଦୃଢ଼ ବିଶ୍ୱାସ ରହିଛି, ଏହା ଦ୍ବାରା କିଛି ସମାଧାନ ବାଟ ବାହାରିବ। ତେବେ ରାହୁଲ ଗାନ୍ଧୀ ହୁଅନ୍ତୁ ଅବା କଂଗ୍ରେସର ଭିତ୍ତିଭୂମି କେବେବି ହିନ୍ଦୁଙ୍କ ପକ୍ଷରେ ନାହାନ୍ତି । ଏହି ଲୋକଙ୍କ ପାଇଁ ଆମ ଦେଶରେ ଅସ୍ଥିରତା ଆସୁଛି।"

Assam CM In Puri (ETV Bharat Odisha)

ଏହା ବି ପଢନ୍ତୁ...ହିମନ୍ତ, ରଘୁବର ଏବଂ ମୋହନଙ୍କ ଭେଟଘାଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ? - Assam CM Meets Odisha Governor

ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେପିର ତୁଙ୍ଗ ନେତା - BJP MINISTER AND LEADERS VISIT PURI

ଏହା ବି ପଢନ୍ତୁ...'ୱାନ୍ ନେସନ-ୱାନ୍ ଇଲେକ୍ସନ' ବିଲକୁ କ୍ୟାବିନେଟ୍ ମଞ୍ଜୁରୀ

'ୱାନ ନେସନ ୱାନ ଇଲେକ୍ସନ' ନେଇ ଏମିତି କହିଲେ ହିମନ୍ତ:

Assam CM In Puri (ETV Bharat Odisha)

"ଓଡ଼ିଶାବାସୀ ଏବେ ଥରକରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନରେ ସାମିଲ ହୋଇଥିଲେ। ବାରମ୍ବାର ଓଡ଼ିଶା ବାସୀଙ୍କୁ ନିର୍ବାଚନ ସମ୍ମୁଖୀନ ହେବାକୁ ପଡୁନାହିଁ। କିନ୍ତୁ ଆମ ଆସାମରେ ଏକାଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉନାହିଁ। ନିର୍ବାଚନ ଆଚରଣ ବିଧି ଯୋଗୁଁ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଦେଶରେ ଏକ ଦେଶ ଏକ ନିର୍ବାଚନ ହେଉ। ଆମେ ଏହାକୁ ପୂରା ସମର୍ଥନ କରିଛୁ । ବିଜେଡିର ଇତିହାସ ଶେଷ ହୋଇ ଯାଇଛି । ଓଡ଼ିଶାରେ ବିଜେପି ସରକାର୍ ଭଲ କାର୍ଯ୍ୟ କରୁଛି । ଆଗାମୀ 50 ବର୍ଷ ପାଇଁ ଓଡ଼ିଶାରେ ବିଜେପି ହିଁ ଅଛି ତାହାକୁ ନେଇ ଚିନ୍ତା କରିବାର ନାହିଁ। ଆମ ଆସାମ ଓ ତ୍ରିପୁରା ବାଂଲାଦେଶ ଅନୁପ୍ରବେସକାରୀଙ୍କୁ ଆମେ ସବୁଦିନ ଧରୁଛୁ । ପଶ୍ଚିମବଙ୍ଗରେ ଯେତେଦିନ ଯାଏ ଅନୁପ୍ରବେଶକାରୀଙ୍କୁ ଧରା ନଯାଇଛି ସେ ପର୍ଯ୍ୟନ୍ତ ଦେଶରେ ଏହି ସମସ୍ୟା ବଢ଼ି ଚାଲିବ। ତେବେ ଦେଶରେ NRC ଲାଗୁ ହେବା ଉଚିତ୍। ଆମେ ଆସାମରେ ଏହି ନିୟମ କରିଛୁ। ଯାହାର ଆଧାର କାର୍ଡ ଦରକାର NRCରେ ରେଜିଷ୍ଟ୍ରେସନ ହେବା ଉଚିତ୍। ଏନଆରସିରେ ନାମ ନଥିଲେ ଆମେ ଆଧାର କାର୍ଡ ଦେବୁ ନାହିଁ। ଯାହାଦ୍ଵାରା କିଏ ଭାରତୀୟ ଓ କିଏ ଅନୁପ୍ରବେଶକାରୀ ତାହା ଜଣାପଡ଼ିବ"ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details