ବଲାଙ୍ଗୀର:ବିଜେପି ପାଇଁ ଭୋଟ ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । କଣ୍ଟାବାଞ୍ଜି ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କଲେ ହିମନ୍ତ । ଏହି ଅବସରରେ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । 5ଟି ମାନେ ଟିମ ୱର୍କ୍ ହେଲେ ଏଠି ଏହାର ଅର୍ଥ ହେଉଛି ନବୀନ ଓ ପାଣ୍ଡିଆନଙ୍କ ଟିମ୍ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।
ବଲାଙ୍ଗୀର ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ପ୍ରଥମେ କଣ୍ଟାବାଞ୍ଜି ଠାରେ ପହଞ୍ଚି ସେଠିକାର ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ଓ ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂଦେଓଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ । ସେହିପରି ଏକ ଜନ ସଭାରେ ସେ ଲୋକଙ୍କୁ ଉଦବୋଧନ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଭୋଟ ଦିଅନ୍ତୁ ବୋଲି ଅପିଲ କରିଥିଲେ ।
ସେହିପରି ଦ୍ଵିତୀୟ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଢ଼ୀ ପଦର୍ ଗ୍ରାମ ଠାରେ ସେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ । ଲୋଇସିଂହା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଓ ସାଂସଦ ପ୍ରାର୍ଥିନୀ ସଂଗୀତା ସିଂଦେଓଙ୍କ ପାଇଁ ଭୋଟ ମାଗିଥିଲେ । ଓଡ଼ିଶାର ବିକାଶ ପାଇଁ ଏଠିକାର ସବୁ ବିଜେପି ପ୍ରାର୍ଥୀକୁ ଭୋଟ ଦେବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଅପିଲ କରିଥିଲେ ।