ଓଡିଶା

odisha

ETV Bharat / state

ଦୁର୍ବୃତ୍ତଙ୍କ ଆତଙ୍କରାଜ, ବ୍ୟବସାୟୀଙ୍କ ବେକରେ ଖଣ୍ଡା ରଖି ଲୁଟିନେଲେ 14ଲକ୍ଷ ଟଙ୍କାର ସୁନା ଗହଣା - ନବରଙ୍ଗପୁର ଚୋରି

Loot in Nabarangpur: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଏକ ବ୍ୟବସାୟୀଙ୍କ ଘରୁ ଲୁଟ୍ । 8ରୁ 10 ଜଣ ଦୁର୍ବୃତ୍ତ ଘରେ ପଶି ବ୍ୟବସାୟୀଙ୍କ ଉପସ୍ଥିତିରେ ଲୁଟ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Loot in Nabarangpur
ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

By ETV Bharat Odisha Team

Published : Feb 12, 2024, 11:41 AM IST

ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

ନବରଙ୍ଗପୁର:ଜିଲ୍ଲାର ଝରିଗାଁ ଥାନା ଭାଲୁକାନାଡି ଗାଁରେ ବଡଧରଣର ଲୁଟ । ଗତକାଲି (ରବିବାର) ବିଳମ୍ବିତ ରାତିରେ 10ରୁ ଅଧିକ ଡକାୟତ ଭାଲୁକାନାଡି ଗାଁର ଜଣେ ବ୍ୟବସାୟୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ବେକରେ ଖଣ୍ଡା ରଖି ଗୋଡ ହାତ ବାନ୍ଧି ଦେଇ ପାଖାପାଖି 14 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟେରାମାନେ ନେଇଯାଇଥିବା କହିଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ..ଲାଇଟ୍ ଲଗାଇ ଚୋରି, ରେଳ କର୍ମଚାରୀଙ୍କ ଘରୁ ଟଙ୍କା-ସୁନା ଲୁଟିଲେ ଚୋର

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଭାଲୁକାନାଡି ଗାଁର ଅମୀୟ ଦାଶ ଗତକାଲି (ରବିବାର) ରାତିରେ ଘରେ ଏକୁଟିଆ ଶୋଇଥିଲେ । ବିଳମ୍ବିତ ରାତି 1ଟା 30 ସୁଦ୍ଧା ପାଖାପାଖି 8ରୁ 10 ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଲୁଟ କରିଥିଲେ । ପ୍ରଥମେ ସେମାନେ ଗେଟରେ ପଡିଥିବା ତାଲା ଭାଙ୍ଗି ଘରେ ପଶିଥିଲେ । ଆଉ ଏକ ତାଲା ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ତାଲା ଭଙ୍ଗାଯିବାର ଶବ୍ଦ ଶୁଣି ଅମୀୟ ଦାଶ ଉଠିପଡିଥିଲେ । ହେଲେ ସେ ଶୋଇଥିବା ଘରେ ପଶି ତାଙ୍କୁ ମାରଣାସ୍ତ୍ର ଦେଖାଇ ହାତ ଗୋଡ ବାନ୍ଧି ଦେଇଥିଲେ । ଏହାପରେ ଲୁଟତରାଜ କରିଥିଲେ । ପ୍ରଥମେ ମୋବାଇଲ ନେବା ପରେ ଘର ଭିତରେ ଥିବା ଆଲମିରାର ତାଲା ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ । 14 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଓ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅମୀୟ ଦାସ ।

ଏହାମଧ୍ୟ ପଢନ୍ତୁ..ରାଜଧାନୀରେ ମାତିଲେ ମଙ୍କି କ୍ୟାପ୍ ଗ୍ୟାଙ୍ଗ୍, ଘରେ ପଶି ସଶସ୍ତ୍ର ଡକାୟତି

ଏହାପରେ ଏନେଇ ସେ ଗ୍ରାମବାସୀ ଓ ତାଙ୍କ ପୁଅକୁ ଜଣାଇଥିଲେ ଅମୀୟ ଦାଶ । ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କର ଏକ ଦୋକାନ ରହିଥିବା ବେଳେ ତାଙ୍କ ପୁଅ ବୋହୂ ଉମରକୋଟରେ ରୁହନ୍ତି । ଖବର ପାଇବା ପରେ ପୁଅ ପ୍ରଥମେ ଝରିଗାଁ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିବା ବେଳେ ହିନ୍ଦୀ ଭାଷାରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ଅମୀୟ ଦାଶ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details