ଓଡିଶା

odisha

By ETV Bharat Odisha Team

Published : Feb 22, 2024, 1:42 PM IST

ETV Bharat / state

ସମସ୍ୟା ଘେରରେ ଅର୍ଲିଂପଡ଼ା, ଆନ୍ଧ୍ରରେ ମିଶିବାକୁ ଗ୍ରାମବାସୀ ଦେଲେ ଚେତାବନୀ

Malkangiri Villagers Threatened to Merge with Andhra Pradesh: ଅର୍ଲିଂପଡା ଗାଁରେ ରହିଛି ବିଭିନ୍ନ ସମସ୍ୟା ରହିଛି । ସେସବୁ ସମାଧାନ ନହେଲେ ଶେଷରେ ଆନ୍ଧ୍ରରେ ମିଶିଯିବା ନେଇ ଚେତାବନୀ ଦେଇଛନ୍ତି ଲୋକେ । ଅଧିକ ପଢନ୍ତୁ

ଗ୍ରାମବାସୀଙ୍କ ଚେତାବନୀ
ଗ୍ରାମବାସୀଙ୍କ ଚେତାବନୀ

ଗ୍ରାମବାସୀଙ୍କ ଚେତାବନୀ

ମାଲକାନିଗିରି:ଜିଲ୍ଲାର ଦୁର୍ଗମ ଅଞ୍ଚଳର ଅପହଞ୍ଚ ବିକାଶ। ସମସ୍ୟା ଘେରରେ ଥିବା ଲୋକେ ଶେଷରେ ଆନ୍ଧ୍ରରେ ମିଶିଯିବା ନେଇ ଚେତାବନୀ ଦେଇଛନ୍ତି।ଚିତ୍ରକୋଣ୍ଡା ବ୍ଲକ ଜନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ଅର୍ଲିଂପଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶିକ୍ଷା ବ୍ୟବସ୍ଥା ଠପ୍ ହୋଇ ପଡିଥିବାବେଳେ, ସରକାରଙ୍କ ମୌଳିକ ସୁବିଧା ମଧ୍ୟ ଅପହଞ୍ଚ । ଭତ୍ତା 2-3 ମାସରେ ଥରେ ୧ ହଜାର ଟଙ୍କା ମିଳୁଥିବା ଅଭିଯୋଗ ହୋଇଆସୁଛି । ଆଗାମୀ ଦିନରେ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆନ୍ଧ୍ରାରେ ମିଶିଯିବୁ ବୋଲି ଧମକ ଦେଲେ ଅର୍ଲିଂପଡା ବାସିନ୍ଧା ।

ଏହି ଗାଁ କୁ ଯୋଗାଯୋଗ ପାଇଁ ଭଲ ରାସ୍ତା ଟିଏ ବି ଆଜି ପର୍ଯ୍ୟନ୍ତ ନିର୍ମାମ ହୋଇପାରିନାହିଁ । ଏହି ଗାଁରେ ରାହୁଥିବା ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ,ଏମାନଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡୁନଥିବା ଏହି ଚିତ୍ରରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଗାଁରେ ସ୍କୁଲ କି ଅଙ୍ଗନୱାଡିର ବ୍ୟବସ୍ଥା ନଥିବା କାରଣରୁ ଶିକ୍ଷାରୁ ବଞ୍ଚିତ ଅର୍ଲିଂପଡା ବାସିନ୍ଦା । ବହୁ ବର୍ଷ ପୂର୍ବରୁ ଗାଁ ନିକଟସ୍ଥ ଝରଣାରୁ ପାଇପ ଯୋଗେ ଗାଁକୁ ପାଣି ଅଣାଯାଇଥିଲା। ସେହି ପାଣିକୁ ବ୍ୟବହାର କରିବା ଦ୍ଵାରା ନାନା ରୋଗରେ ପୀଡି଼ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଏଠାରୁ ନିର୍ବାଚିତ ହୋଇଥିବା ବିଧାୟକ କେବେ ବି ନିଜ ନିର୍ବାଚନ ମଣ୍ଡଳୀର ମାଟି ମାଡୁନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ।

ଏହା ମଧ୍ୟ ପଢନ୍ତୁ...ବିକାଶ ଆଢୁଆଳରେ ଆଢେଣୀଗଡ; ପହଞ୍ଚି ପାରୁନି ସରକାରୀ ଯୋଜନା, ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ଗାଁ ପ୍ରତି କୌଣସି ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ । ନିଜ ଗାଁ ଠାରୁ ପଞ୍ଚାୟତର ଦୂରତା ୧୦ କିଲୋମିଟରରୁ ଉର୍ଦ୍ଧ୍ବ । ତେଣୁ ଯୋଗାଣ ଚାଉଳ, ଭତ୍ତା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପଞ୍ଚାୟତ ସହିତ ଯୋଗାଯୋଗ କରିବା ସବୁବେଳେ ସମ୍ଭବ ହୋଇପାରୁ ନାହିଁ। 2-3 ମାସକୁ ଥରେ ଭତ୍ତା ମିଳୁଥିବାବେଳେ ମାତ୍ର ୧ହଜାର ଟଙ୍କା ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ହାତ ବାନ୍ଧି ବସି ରହିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଆଜି ବି ଅନ୍ଧାରରେ ରାତି କାଟୁଛନ୍ତି ଜନ୍ତ୍ରୀ ପଞ୍ଚାୟତର ଆର୍ଲିଙ୍ଗପଡା ବସିନ୍ଧା । ଗାଁରେ ବିଦ୍ୟୁତ ସଂଯୋଗ ନଥିବା କାରଣରୁ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହି ଗାଁଟି ଜଙ୍ଗଲ ନିକଟରେ ଥିବା କାରଣରୁ ବନ୍ୟ ଜନ୍ତୁଙ୍କ ଭୟ ବି ରହୁଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଉପାନ୍ତ ଅଞ୍ଚଳରେ ସମସ୍ତ ଗାଁକୁ ରାସ୍ତା, ପାନୀୟ ଜଳ , ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ପାଇବା ନେଇ ଅଞ୍ଚଳବାସୀ ଦେଖିଥିବା ସ୍ବପ୍ନ ଅଧାରେ ରହିଯାଇଛି।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details