ଭୁବନେଶ୍ବର:ରାଜଧାନୀରେ ଜମୁଛି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ 'ମୃର୍ତ୍ତିକା ୨୦୨୪'। ପସରା ମେଲାଇଛନ୍ତି ୨୭ଟି ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ କୁମ୍ଭକାର । ମନ ମୋହୁଛି ରଙ୍ଗ ବେରଙ୍ଗର ଦୀପ ସାଙ୍ଗକୁ ମାଟି ଖେଳନା ଓ ୱାଲ ହ୍ୟାଗିଂ। ଆଲୋକର ପର୍ବ ଦୀପାବଳି ପାଇଁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମୃର୍ତ୍ତିକା ମେଳାରେ ଛୋଟ ଦୀପରୁ ଆରମ୍ଭ କରି ଗଣେଶ ଦୀପ, ଲଣ୍ଠନ, ଫୁଲ ଦୀପ, କଳସ ଡିଜାଇନ୍ ଦୀପ ସାଙ୍ଗକୁ କାର୍ଟୁନ ଓ ଜୀବଜନ୍ତୁ ଟେରାକୋଟା ଲାଗିଛି ଏକତ୍ର ସମ୍ଭାର ।
Terracotta Exhibition Mruttika 2024 (ETV Bharat Odisha) ‘ମୃର୍ତ୍ତିକା ୨୦୨୪’:
ଭୁବନେଶ୍ବର ୟୁନିଟ୍ ୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଟେରାକୋଟା ପ୍ରଦର୍ଶନୀ ‘ମୃର୍ତ୍ତିକା ୨୦୨୪’ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ଗତ ୨୪ ତାରିଖରୁ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ଦିବା ୧୧ରୁ ରାତ୍ର ୯ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି । ଚଳିତ ବର୍ଷ ମୋଟ୍ ୨୭ଟି ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ କୁମ୍ଭକର ୨୦୦ଟି ଷ୍ଟଲରେ ବ୍ୟବସାୟର ପସରା ମେଲାଇଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି ।
Terracotta Exhibition Mruttika 2024 (ETV Bharat Odisha) ଟେରାକୋଟା ଜିନିଷ କିଣି ଆନନ୍ଦିତ ରାଜଧାନୀବାସୀ:
ତେବେ ଏହି ମେଳା କୁମ୍ଭକରମାନଙ୍କ ଦ୍ବାରା ନିର୍ମାତ ସୁନ୍ଦର ସୁନ୍ଦର କଳାକୃତି ପଦର୍ଶୀତ ହେଉଛି । ମାଟିରୁ ନିର୍ମିତ ଦୀପ, କଳସ ସାଙ୍ଗକୁ ଢୋଲ ବଜାଉଥିବା କଳାକାର, ସାଧବ ବୋହୂ, କୁନି କୁନି ହାତୀ ଘୋଡ଼ା, ବେଙ୍ଗ, ବଗ ବଗୁଲି, ମୋଟୁ ପତଲୁ, ନଟିଆ ଓ ଗାଣ୍ଡୁ ପରି କାର୍ଟୁନ, ପଶୁପକ୍ଷୀଙ୍କ ଟୋରାକୋଟାର ପସରା ମେଳାଇଛନ୍ତି କୁମ୍ଭାକର । ଏହାର ଦାମ୍ ୫ ଟଙ୍କାରୁ ଆରମ୍ଭ ହୋଇ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଚଳିତ ବର୍ଷ ଆକର୍ଷଣ ସାଜିଛି କାରିଗରଙ୍କ ମାଟିରେ ନିର୍ମିତ ୱାଲ ହ୍ୟାଗିଂ । ଏଥିରେ ବିଭିନ୍ନ ଆକୃତିର ଦୀପ, ଘଣ୍ଟି, ବିଭିନ୍ନ ଜୀବଜନ୍ତୁଙ୍କ ଡିଜାଇନ ରହିଛି । ଏହାର ଦାମ ୮୦ରୁ ଆରମ୍ଭ ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଦୀପାବଳି ପୂର୍ବରୁ ଏହି ମେଳା ଲାଗିଥିବାରୁ ରାଜଧାନୀବାସୀ ଏହି ମାଟି ତିଆରି ବିଭିନ୍ନ ଟେରାକୋଟା ଜିନିଷ କିଣି ଆନନ୍ଦିତ ହେଉଛନ୍ତି ।
Terracotta Exhibition Mruttika 2024 (ETV Bharat Odisha)
କଳାକୃତି ପଦର୍ଶନ କରିବାର ମଞ୍ଚ 'ମୃର୍ତ୍ତିକା ୨୦୨୪':
ତେବେ ଆଧୁନିକ ଯୁଗରେ ବଦଳୁଛି ମୂର୍ତ୍ତିକାର ଡିଜାଇନ୍ । କୁମ୍ଭକାରଙ୍କ ଚତୁରୀ ସ୍ପର୍ଶରେ ନୂଆ ରୂପରେ ସଜେଇ ହୋଇ ଆସୁଛି ମାଟି ତିଆରି ବିଭିନ୍ନ ପ୍ରକାରର ଟେରାକୋଟା । ଯାହା ଗ୍ରାହକଙ୍କୁ ଆକୃଷ୍ଠ କରୁଛି । ଚଳିତ ବର୍ଷ ଟେରାକୋଟା ପ୍ରଦର୍ଶନୀ 'ମୃର୍ତ୍ତିକା ୨୦୨୪' ଦ୍ବାର କୁମ୍ଭକରମାନେ ସେମାନଙ୍କ କଳାକୃତିକୁ ପଦର୍ଶନ କରିବାର ଏକ ମଞ୍ଚ ପାଇଥିବା ବେଳେ ଏଥିରୁ ଭଲ ରୋଜଗାରର ମଧ୍ୟ କରିପାରୁଛନ୍ତି । ବ୍ୟବସାୟ ଗତବର୍ଷ ତୁଳନାରେ ଭଲ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ବ୍ୟବସାୟୀ ।
ଇଟିଭି ଭାରତ, ଭୁବନେଶ୍ବର